ବାଂଲାଦେଶ ଛାଡ଼ିବା ପରେ ପ୍ରଥମ ଥର ଭାରତରେ ସାର୍ବଜାନୀନ ଭାଷଣ ଦେଲେ ଶେଖ୍ ହସିନା
ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ୨୦୨୪ରେ ବାଂଲାଦେଶ ଛାଡ଼ିବା ପରେ ପ୍ରଥମ ଥର ଭାରତରେ କୌଣସି ସାର୍ବଜାନୀନ କାର୍ଯ୍ୟକ୍ରମକୁ ସମ୍ୱୋଧନ କରିଛନ୍ତି । ହସିନା ଏହି ଭାଷଣରେ ବାଂଲାଦେଶର ଅନ୍ତରୀଣ ସରକାରର ମୁଖିଆ ମହମ୍ମଦ ୟୁନୁସଙ୍କ ଉପରେ ଜୋରଦାର ବର୍ଷିଛନ୍ତି । ସେ ୟୁନୁସଙ୍କୁ ହତ୍ୟାକାରୀ ଫାସିବାଦୀ, "ସୁଧକାରୀ", "ମନି ଲଣ୍ଡରର" ଏବଂ "କ୍ଷମତା -ଲୋଭି ବିଶ୍ୱାସଘାତକ" ବୋଲି କହିଥିଲେ । ଶେଖ ହସିନା କହିଛନ୍ତି ଯେ ୟୁନୁସ୍ ବାଂଲାଦେଶକୁ ଆତଙ୍କ, ଅରାଜକତା ଏବଂ ଗଣତନ୍ତ୍ରର ପତନର ପର୍ଯ୍ୟାୟକୁ ଠେଲି ଦେଇଛନ୍ତି।

ଦିଲ୍ଲୀର ବିଦେଶୀ ପ୍ରତିନିଧି କ୍ଲବରେ ଶେଖ୍ ହସିନା ଏକ ଅଡିଓ ବାର୍ତ୍ତା ମାଧ୍ୟମରେ ଜନସାଧାରଣଙ୍କୁ ସମ୍ବୋଧିତ କରିଥିଲେ । "ବାଂଲାଦେଶରେ ଗଣତନ୍ତ୍ର ବଞ୍ଚାଅ" ଶୀର୍ଷକ ଏହି କାର୍ଯ୍ୟକ୍ରମରେ ଶେଖ୍ ହସିନାଙ୍କ ଆୱାମୀ ଲିଗ୍ ସରକାରର ଅନେକ ପୂର୍ବତନ ମନ୍ତ୍ରୀ ଏବଂ ବାଂଲାଦେଶୀ ପ୍ରବାସୀ ସମ୍ପ୍ରଦାୟର ସଦସ୍ୟମାନେ ଯୋଗ ଦେଇଥିଲେ ।
ଅଡିଓ ବାର୍ତ୍ତାରେ ହସିନା କହିଛନ୍ତି ଯେ ବାଂଲାଦେଶ ପୂର୍ବରୁ ଏକ ଶାନ୍ତିପୂର୍ଣ୍ଣ ଏବଂ ସମୃଦ୍ଧ ରାଷ୍ଟ୍ର ଥିଲା । କିନ୍ତୁ ଏବେ ହିଂସା, ଭୟ ଏବଂ ଧ୍ୱଂସର ସମ୍ମୁଖୀନ ହେଉଛି । ଅଗଷ୍ଟ ୨୦୨୪ରେ ବାଂଲାଦେଶରେ ହିଂସାତ୍ମକ ପ୍ରତିବାଦ ପରେ, ଆୱାମୀ ଲିଗ୍ ସରକାରକୁ କ୍ଷମତାଚ୍ୟୁତ କରାଯାଇଥିଲା । ସେବେଠାରୁ ସେ ଭାରତରେ ରହୁଛନ୍ତି । ଶେଖ ହସିନା ବାଂଲାଦେଶରେ ଚାଲିଥିବା ରାଜନୈତିକ ସଙ୍କଟକୁ ଦେଶର ସାର୍ବଭୌମତ୍ୱ ଏବଂ ସମ୍ବିଧାନ ପାଇଁ ଏକ ଅସ୍ତିତ୍ୱ ସଂଘର୍ଷ ଭାବରେ ବର୍ଣ୍ଣନା କରିଛନ୍ତି । ସେ ତାଙ୍କ ସମର୍ଥକମାନଙ୍କୁ ବିଦେଶୀ ଶକ୍ତି ନିର୍ଦ୍ଦେଶରେ ପରିଚାଳିତ ସରକାରକୁ ଉପାଡ଼ି ଦେବା ପାଇଁ ଆହ୍ୱାନ କରିଛନ୍ତି ।
ଉଗ୍ରବାଦୀ ଶକ୍ତି ଦେଶକୁ ଧ୍ୱଂସ କରିଦେଇଛି
ଶେଖ୍ ହସିନା ତାଙ୍କ ବାପା ଶେଖ୍ ମୁଜିବୁର ରହମାନଙ୍କ କଥା କହି ନିଜ ଭାଷଣ ଆରମ୍ଭ କରିଥିଲେ । ସେ କହିଥିଲେ ଯେ ବାଂଲାଦେଶ ଆଜି ଏକ ଅତଳ ଗର୍ତ୍ତର କୂଳରେ ଠିଆ ହୋଇଛି । ସେ କହିଥିଲେ ଯେ ବାଂଲାଦେଶ ଏକ ଜେଲ୍, ମୃତ୍ୟୁର ଉପତ୍ୟକାରେ ପରିଣତ ହୋଇଛି ।
ଶେଖ୍ ହସିନା କହିଛନ୍ତି, ଉଗ୍ରବାଦୀ ଶକ୍ତିମାନେ ଦେଶକୁ ଧ୍ୱଂସ କରିବାରେ ଲାଗିଛନ୍ତି । ଆୱାମୀ ଲିଗ୍ ମୁଖ୍ୟ ଶେଖ୍ ହସିନା କହିଛନ୍ତି ଯେ ବାଂଲାଦେଶରେ ଜୀବନ ଏବଂ ସମ୍ପତ୍ତିର କୌଣସି ସୁରକ୍ଷା ନାହିଁ ଏବଂ ଆଇନ ଶୃଙ୍ଖଳା ସମ୍ପୂର୍ଣ୍ଣ ଭାବରେ ଭୁଶୁଡ଼ି ପଡ଼ିଛି । ଅଗଷ୍ଟ ୨୦୨୪ରେ ଏକ ଷଡ଼ଯନ୍ତ୍ର ପରେ ଦେଶ ଆତଙ୍କର ଛାୟାରେ ବୁଡ଼ିଯାଇଛି, ଗଣତନ୍ତ୍ର କ୍ଷୁର୍ଣ୍ଣ ହେଉଛି, ସ୍ୱାଧୀନତା ଛଡ଼ାଇ ନିଆଯାଇଛି ଏବଂ ହିଂସା, ନିର୍ଯାତନା ଏବଂ ଯୌନ ନିର୍ଯାତନା ଘଟଣା ଘଟୁଛି ।
-
APSEZ ର ବଡ଼ ସଫଳତା: 500 ମିଲିୟନ୍ ଟନ୍ କାର୍ଗୋ ହ୍ୟାଣ୍ଡଲିଂ ସୀମା ଅତିକ୍ରମ -
VerSe Innovation ର ନୂତନ ପଦକ୍ଷେପ: ପି.ଆର୍. ରମେଶ ସ୍ୱତନ୍ତ୍ର ନିର୍ଦ୍ଦେଶକ ଓ ଅଡିଟ କମିଟି ଅଧ୍ୟକ୍ଷ ଭାବେ ନିଯୁକ୍ତ -
VerSe Innovation ର ନୂତନ ପଦକ୍ଷେପ: ପି.ଆର୍. ରମେଶ ସ୍ୱତନ୍ତ୍ର ନିର୍ଦ୍ଦେଶକ ଓ ଅଡିଟ କମିଟି ଅଧ୍ୟକ୍ଷ ଭାବେ ନିଯୁକ୍ତ -
In Ayodhya, Gautam Adani Reaffirms Faith and Seva, Honouring India’s Living Traditions -
IPL 2026 : କିଙ୍ଗସ୍ ବନାମ କିଙ୍ଗସ୍ : ପ୍ରଥମ ବିଜୟ ଲକ୍ଷ୍ୟରେ ଚେନ୍ନାଇ, ପଞ୍ଜାବ ପାଇଁ ଚିନ୍ତା ବ୍ୟାଟରଙ୍କ ଫର୍ମ୍ -
APSEZ ର ବଡ଼ ସଫଳତା: 500 ମିଲିୟନ୍ ଟନ୍ କାର୍ଗୋ ହ୍ୟାଣ୍ଡଲିଂ ସୀମା ଅତିକ୍ରମ -
ବଡ ନିଷ୍ପତ୍ତି: ଜୁନ୍ ପର୍ଯ୍ୟନ୍ତ ଏସବୁ ଉତ୍ପାଦ ଉପରେ କଷ୍ଟମ୍ ଶୁଳ୍କ ଛାଡ଼ -
IPL-2026 : କୋଲକାତାକୁ ଭେଟିବ ହାଇଦ୍ରାବାଦ୍ : ପ୍ରଥମ ବିଜୟ ଲକ୍ଷ୍ୟରେ ଉଭୟ ଟିମ୍ -
Adani Green Energy ର ବଡ଼ ସଫଳତା: FY26ରେ 5GW କ୍ଷମତା ସହ ବିଶ୍ୱରେ ନୂଆ ରେକର୍ଡ -
ଭୁବନେଶ୍ୱରରେ VFS ଗ୍ଲୋବାଲ ଭିସା ଆବେଦନ କେନ୍ଦ୍ର ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ




Click it and Unblock the Notifications