ଅଗ୍ରୀମ ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଶଙ୍କରାଚାର୍ଯ୍ୟ ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦ
ଜ୍ୟୋତିଷ ପୀଠ ଶଙ୍କରାଚାର୍ଯ୍ୟ ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦ ସରସ୍ୱତୀଙ୍କ ବିରୋଧରେ ରୁଜୁ ଯୌନ ନିର୍ଯାତନା ମାମଲା ଆହ୍ଲାହାବାଦ ହାଇକୋର୍ଟକୁ ପହଞ୍ଚିଛି। ପ୍ରଥମେ ଗିରଫ ହେବା ପାଇଁ ପ୍ରସ୍ତୁତ କହୁଥିବା ଶଙ୍କରାଚାର୍ଯ୍ୟ ଆଇନଗତ ଆଶ୍ୱସ୍ତି ନିମନ୍ତେ ହାଇକୋର୍ଟରେ ଅଗ୍ରୀମ ଜାମିନ ନିବେଦନ ଦାଖଲ କରିଛନ୍ତି। ଏହି ଜାମିନ ପିଟିସନ ତାଙ୍କ ଓକିଲ ରାଜର୍ଷି ଗୁପ୍ତା, ସୁଧାଂଶୁ କୁମାର ଓ ଶ୍ରୀପ୍ରକାଶଙ୍କ ମାଧ୍ୟମରେ ଦାଖଲ କରାଯାଇଛି। ଆଶା କରାଯାଉଛି କୋର୍ଟ ଏହା ଉପରେ ଖୁବ୍ ଶୀଘ୍ର ବିଚାର କରିପାରନ୍ତି।
ଏହି ଆଇନଗତ ପଦକ୍ଷେପକୁ ଶଙ୍କରାଚାର୍ଯ୍ୟଙ୍କ ପିଛିଲା ଆଭିମୁଖ୍ୟଠାରୁ ପୃଥକ ଦେଖାଯାଉଛି, କାରଣ ସେ ଆଗରୁ ସାର୍ବଜନିକ ଭାବେ କହିଥିଲେ ଯେ ସେ ପୋଲିସ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ଏହି ବିବାଦ ତୁଳସୀ ପୀଠାଧିଶ୍ୱର ସ୍ୱାମୀ ରାମଭଦ୍ରାଚାର୍ଯ୍ୟଙ୍କ ଶିଷ୍ୟ ଆଶୁତୋଷ ବ୍ରହ୍ମଚାରୀଙ୍କ ଆବେଦନ ପରେ ଉପୁଜିଛି। ସେ ଜିଲ୍ଲା କୋର୍ଟରେ ଆବେଦନ ଦାଖଲ କରି ଗୁରୁତର ଅଭିଯୋଗ କରିଥିଲେ। ଏହା ପରେ ଏଡିଜେ ରେପ୍ ଆଣ୍ଡ ପୋକସୋ ସ୍ପେଶାଲ କୋର୍ଟ ଝୁଂସୀ ପୋଲିସକୁ ଏତଲା ରୁଜୁ କରିବାକୁ ଆଦେଶ ଦେଇଥିଲେ।

କୋର୍ଟଙ୍କ କଡ଼ା ଆଭିମୁଖ୍ୟ ପରେ ପୋଲିସ ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦ ତାଙ୍କ ଶିଷ୍ୟ ମୁକୁନ୍ଦାନନ୍ଦ ଗିରି ଓ ଅନ୍ୟଙ୍କ ବିରୋଧରେ ଏକ ଏଫଆଇଆର ରୁଜୁ କରିଛି। ପୋଲିସ ବିଏନଏସ୍ ର ବିଭିନ୍ନ ଧାରା ସମେତ ଲୈଙ୍ଗିକ ଅପରାଧରୁ ଶିଶୁଙ୍କ ସଂରକ୍ଷଣ ଅଧିନିୟମ (ପୋକସୋ)ର ଗୁରୁତର ଧାରାରେ ମାମଲା ରୁଜୁ କରିଛି। ମାମଲାର ଜଟିଳତା ଦୃଷ୍ଟିରୁ ପୋଲିସ ଏବେ ଗଭୀର ବିଶ୍ଲେଷଣ ମଧ୍ୟ ଆରମ୍ଭ କରିଦେଇଛି।
ଝୁଂସୀ ଥାନାରେ ଏଫଆଇଆର ରୁଜୁ ହେବା ପରେ ଶଙ୍କରାଚାର୍ଯ୍ୟଙ୍କ ଗିରଫଦାରୀକୁ ନେଇ ଅଙ୍କକଷା ଆରମ୍ଭ ହୋଇଯାଇଥିଲା। ପୋଲିସ ଟିମ୍ ମାମଲା ସମ୍ପର୍କିତ ପ୍ରମାଣ ଏକାଠି କରିବା ଓ ସାକ୍ଷଙ୍କ ବୟାନ ରେକର୍ଡ କରିବାରେ ଲାଗିଛି। ଏଥି ମଧ୍ୟରେ ଶଙ୍କରାଚାର୍ଯ୍ୟ ମାମଲାରେ ଅଗ୍ରୀମ ଜାମିନ ନିମନ୍ତେ ହାଇକୋର୍ଟଙ୍କ ଶରଣାପନ୍ନ ହେବା ଚର୍ଚ୍ଚାର ବିଷୟ ପାଲଟିଛି। ଏଥିରେ ଶଙ୍କରାଚାର୍ଯ୍ୟଙ୍କ ସମର୍ଥକମାନେ ଏହା ଆଇନଗତ ପ୍ରକ୍ରିୟାର ଅଂଶବିଶେଷ ବୋଲି କହୁଥିବା ବେଳେ ବିରୋଧୀମାନେ ଏହାକୁ ଆଇନ ହାତରୁ ଖସିବା ପାଇଁ ଉଦ୍ୟମ ବୋଲି କହୁଛନ୍ତି। ଏଥିରେ ଏବେ ସମସ୍ତଙ୍କ ନଜର ଆହ୍ଲାହାବାଦ ହାଇକୋର୍ଟଙ୍କ ଶୁଣାଣି ଉପରେ ରହିଛି। ଏଥିରୁ ଶଙ୍କରାଚାର୍ଯ୍ୟଙ୍କୁ ଆଇନଗତ ଆଶ୍ୱସ୍ତି ମିଳିବ କି ତାଙ୍କୁ ପୋଲିସ ଯାଞ୍ଚର ସମ୍ମୁଖୀନ ହେବାକୁ ପଡିବ ତା ଉପରେ ସମସ୍ତଙ୍କ ନଜର।
-
APSEZ ର ବଡ଼ ସଫଳତା: 500 ମିଲିୟନ୍ ଟନ୍ କାର୍ଗୋ ହ୍ୟାଣ୍ଡଲିଂ ସୀମା ଅତିକ୍ରମ -
Adani Ports ର ବଡ଼ ରେକର୍ଡ: 500 ମିଲିୟନ୍ ଟନ୍ କାର୍ଗୋ ପାର, 2030 ମଧ୍ୟରେ 1 ବିଲିୟନ୍ ଟନ୍ ଲକ୍ଷ୍ୟ -
IPL-2026 : କୋଲକାତାକୁ ଭେଟିବ ହାଇଦ୍ରାବାଦ୍ : ପ୍ରଥମ ବିଜୟ ଲକ୍ଷ୍ୟରେ ଉଭୟ ଟିମ୍ -
ଶନିବାର ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକ, ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ଲାଗିପାରେ ମୋହର -
IPL 2026: ପଞ୍ଜାବର ଦ୍ବିତୀୟ ବିଜୟ, ଧୋନୀଙ୍କ ଅନୁପସ୍ଥିତିରେ ପୁଣି ହାରିଲା CSK







Click it and Unblock the Notifications