Sandeep Singh Sexual Harrasment Case: ମହିଳା କୋଚଙ୍କ ପୋଷାକର ହେବ ଫୋରେନସିକ୍ ଯାଞ୍ଚ

ମହିଳା କୋଚଙ୍କର ପୋଷାକର ହେବ ଫୋରେନସିକ୍ ଯାଞ୍ଚ, ଚଣ୍ଡିଗଡ଼ର ସେକ୍ଟର ୨୬ ପୋଲିସ ଷ୍ଟେସନରେ ସନ୍ଦୀପ ସିଂହଙ୍କ ବିରୋଧରେ ୩୫୪A (ଯୌନ ଉତ୍ପୀଡନ) ମାମଲା ରୁଜୁ ହୋଇଛି। ଏହି ମାମଲାରେ ଏସଆଇଟି ବର୍ତ୍ତମାନ ପୀଡିତାଙ୍କ ପୋଷାକ ଜବତ କରିଛି ।

ହରିୟାଣା: ବିବାଦରେ ହରିୟାଣା ମନ୍ତ୍ରୀ ସନ୍ଦୀପ ସିଂହ । ଚଣ୍ଡିଗଡ଼ର ସେକ୍ଟର ୨୬ ପୋଲିସ ଷ୍ଟେସନରେ ସନ୍ଦୀପ ସିଂହଙ୍କ ବିରୋଧରେ ୩୫୪A (ଯୌନ ଉତ୍ପୀଡନ) ମାମଲା ରୁଜୁ ହୋଇଛି। ଏହି ମାମଲାରେ ଏସଆଇଟି ବର୍ତ୍ତମାନ ପୀଡିତାଙ୍କ ପୋଷାକ ଜବତ କରିଛି । ଏହା ସେହି ପୋଷାକ ଯାହା ପୀଡିତା ଘଟଣା ଘଟିବା ସମୟରେ ପିନ୍ଧିଥିଲେ ।

Haryana Sports minister

ଏହି ମାମଲାରେ ପୀଡିତା ମହିଳାଙ୍କ କୋଚର ଓକିଲ ଦୀପାନସୁ ବଂସଲ ସୂଚନା ଦେଇଛନ୍ତି ଯେ, ଘଟଣା ଦିନ ପୀଡିତା ପିନ୍ଧିଥିବା ପୋଷାକ ପୋଲିସ ଯାଞ୍ଚ କରିବା ପାଇଁ ନେଇଛି ଏବଂ ଏଫଆଇଆରରେ ଧାରା ୫୦୯ ମଧ୍ୟ ଯୋଡି ହୋଇଛି ।

ଓକିଲ ଆହୁରି କହିଛନ୍ତି, "ଆମେ ପ୍ରଥମ ଦିନରୁ କହୁଛୁ ଯେ, ଏହା କେବଳ ହଇରାଣର ମାମଲା ନୁହେଁ । ଜୁନିଅର କୋଚଙ୍କ ବିବୃତ୍ତି ଅନୁଯାୟୀ, ମନ୍ତ୍ରୀଙ୍କ ବିରୋଧରେ ବଳାତ୍କାର ଉଦ୍ୟମ ମାମଲା ରୁଜୁ କରି ପୋଲିସ ଯାଞ୍ଚ କରିବା ଉଚିତ୍ । ମାମଲା ପଞ୍ଜିକରଣର ପ୍ରାୟ ଏକ ସପ୍ତାହ ପରେ, ପୋଲିସ ଆଇପିସି ଧାରା ୫୦୯ ଯୋଡିଛି ଯାହା ଆମକୁ ନ୍ୟାୟ ନିଶ୍ଚୟ ନ୍ୟାୟ ଦେବ' ।

ମହିଳା ପ୍ରଶିକ୍ଷକଙ୍କ ଫୋନ୍ ମଧ୍ୟ ଫରେନସିକ୍ ଯାଞ୍ଚ ପାଇଁ ପଠାଯାଇଛି । ଏଥିସହ ପୋଲିସ ସିସିଟିଭି ଫୁଟେଜ ମଧ୍ୟ ଯାଞ୍ଚ କରୁଛି। ମନ୍ତ୍ରୀଙ୍କ ବିରୋଧରେ ଧାରା ୩୫୪, ୩୫୪A,୩୪୫B,୩୪୨, ୫୦୬ ଧରା ଅନୁଯାୟୀ ଏକ FIR ଦାଖଲ କରାଯାଇଛି ।

ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ନିଜେ ସନ୍ଦୀପ ସିଂଙ୍କ କ୍ରୀଡ଼ା ବିଭାଗର ଦାଇତ୍ୱ ନେଇଛନ୍ତି । ଶନିବାର ଦିନ ହରିୟାଣା ରାଜ୍ୟପାଳ କ୍ରୀଡ଼ା ଏବଂ ଯୁବ କାର୍ଯ୍ୟର ପୋର୍ଟଫୋଲିଓ ଖଟ୍ଟରକୁ ହସ୍ତାନ୍ତର କରିଛନ୍ତି। ଏହି ସୂଚନା ସରକାରୀ ବିଜ୍ଞପ୍ତିରେ ପ୍ରକାଶ ପାଇଥିଲା । ସନ୍ଦୀପ ସିଂହ ଏପର୍ଯ୍ୟନ୍ତ ସରକାରୀ ମନ୍ତ୍ରୀ ପଦରୁ ଇସ୍ତଫା ଦେଇନାହାଁନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+