ଷ୍ଟ୍ରେଟ୍ ଅଫ୍ ହର୍ମୁଜ୍ ଦେଇ ସୁରକ୍ଷିତ ଜାହାଜ ଚଳାଚଳ, ଭାରତର ଏନର୍ଜି ସିକ୍ୟୁରିଟି ପାଇଁ ବଡ଼ ସଫଳତା
ସାମୁଦ୍ରିକ ବାଣିଜ୍ୟ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ 'ଷ୍ଟ୍ରେଟ୍ ଅଫ୍ ହର୍ମୁଜ୍' (Strait of Hormuz) ଦେଇ ଭାରତ ଅଭିମୁଖେ ଆସୁଥିବା ଜାହାଜଗୁଡ଼ିକର ଚଳାଚଳ ସ୍ୱାଭାବିକ ରହିଛି। ଶିପିଂ ମନ୍ତ୍ରଣାଳୟର ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏପର୍ଯ୍ୟନ୍ତ ୩୦ଟି ଜାହାଜ ସୁରକ୍ଷିତ ଭାବେ ଏହି ରାସ୍ତା ଅତିକ୍ରମ କରି ଭାରତ ଆଡ଼କୁ ଆସିଥିବା ବେଳେ ୨୬ଟି ଜାହାଜ ଅପେକ୍ଷାରେ ଅଛନ୍ତି।

ଜାହାଜଗୁଡ଼ିକରେ କ'ଣ ରହିଛି?
ଭାରତ ଅଭିମୁଖେ ଆସୁଥିବା ଏହି ଜାହାଜଗୁଡ଼ିକରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସାମଗ୍ରୀ ରହିଛି । ଯେପରିକି ଜାହାଜଗୁଡ଼ିକ ମଧ୍ୟରୁ ଅଧା LPG ଆଉ LNG ରହିଥିବା କଥା ବିଶେଷ ସୂତ୍ରରୁ ଜଣାପଡିଛି । ୮ଟି ଜାହାଜରେ ବଲ୍କ କାର୍ଗୋ (Bulk cargo) ଏବଂ ୭ଟି ଜାହାଜରେ ଅଶୋଧିତ ତୈଳ (Crude tankers) ରହିଥିଲା। ପର୍ସିଆନ୍ ଗଲ୍ଫରେ ରହିଥିବା ଅବଶିଷ୍ଟ ୨୬ଟି ଜାହାଜ ମଧ୍ୟରୁ ୩ଟି ଶକ୍ତି ସମ୍ବଳିତ, ୧୦ଟି ସାର (Fertilisers) ଏବଂ ବାକି ୧୩ଟି ଅନ୍ୟାନ୍ୟ ସାମଗ୍ରୀ ବହନ କରୁଛନ୍ତି।
ଇରାନ-ଆମେରିକା ବୁଝାମଣାର ପ୍ରଭାବ
ଇରାନ ଏବଂ ଆମେରିକା ମଧ୍ୟରେ ସ୍ୱାକ୍ଷରିତ ହୋଇଥିବା ବୁଝାମଣା (MoU) ପରେ ଜାହାଜ ଚଳାଚଳରେ ସୁଧାର ଆସିଛି । ମାର୍ଚ୍ଚ ୧ ରୁ ଜୁନ୍ ୧୭ ମଧ୍ୟରେ ୧୯ଟି ଜାହାଜ ଏହି ରାସ୍ତା ଅତିକ୍ରମ କରିଥିଲେ। ଚୁକ୍ତି ସ୍ୱାକ୍ଷରିତ ହେବା ପରେ ଏପର୍ଯ୍ୟନ୍ତ ଆଉ ୧୧ଟି ଜାହାଜ ସୁରକ୍ଷିତ ଭାବେ ଏହି ସାମୁଦ୍ରିକ ମାର୍ଗ ଅତିକ୍ରମ କରିଛନ୍ତି।
'ଷ୍ଟ୍ରେଟ୍ ଅଫ୍ ହର୍ମୁଜ୍' କାହିଁକି ଗୁରୁତ୍ୱପୂର୍ଣ୍ଣ?
ଏହା ଏକ ଅନ୍ତର୍ଜାତୀୟ ଜଳପଥ ଏବଂ ବିଶ୍ୱର ମୋଟ ଶକ୍ତି ଯୋଗାଣର ପ୍ରାୟ ଏକ-ପଞ୍ଚମାଂଶ (1/5th) ଏହି ବାଟ ଦେଇ ହୋଇଥାଏ। ଭାରତ ପାଇଁ ଏହି ରାସ୍ତା ଅତ୍ୟନ୍ତ ଜରୁରୀ, କାରଣ ଭାରତର ଅଧିକାଂଶ ଏଲ୍ପିଜି ଏବଂ ଏଲ୍ଏନ୍ଜି ଆବଶ୍ୟକତା ଗଲ୍ଫ ଦେଶଗୁଡ଼ିକରୁ ପୂରଣ ହୋଇଥାଏ।
ଏହି ସୁରକ୍ଷିତ ଚଳାଚଳ ଭାରତର Energy security ପାଇଁ ଏକ ସକାରାତ୍ମକ ସଙ୍କେତ।












Click it and Unblock the Notifications