ଆଗାମୀ ଦୁଇ ଦିନ ପ୍ରବଳ ବର୍ଷା!
ଦେଶରେ ଥଣ୍ଡା ଶେଷ ପର୍ଯ୍ୟାୟରେ ପହଞ୍ଚିଛି ଫେବୃଆରୀ ମାସରେ ରାଜଧାନୀ ଦିଲ୍ଲୀରେ ମାର୍ଚ୍ଚ ମାସ ପରି ଗରମ ଅନୁଭବ କରାଯାଉଛି। ତଥାପି, ଦିଲ୍ଲୀ ସମେତ ଅନେକ ରାଜ୍ୟରେ ମଝିରେ ମଝିରେ ବର୍ଷା ହେବା ଫଳରେ ତାପମାତ୍ରା ହ୍ରାସ ପାଉଛି ଏବଂ ପାଗର ଥଣ୍ଡା ଅନୁଭବ ହେଉଛି। ଏହି ସମୟରେ, ପାଣିପାଗ ବିଭାଗ (IMD) ଅନୁଯାୟୀ ଆଗାମୀ ୨ ଦିନ ଅନେକ ସ୍ଥାନରେ ବର୍ଷା ହେବର ସମ୍ଭାବନା ରହିଛି ତେବେ ଚାଲନ୍ତୁ ଜାଣିବା କେଉଁ ସ୍ଥାନରେ ବର୍ଷା ହେବ । ହିମାଚଳ ପ୍ରଦେଶ, ଉତ୍ତରାଖଣ୍ତର କିଛି ଉପରିଆ ସ୍ଥାନରେ କୁଆ ପଥର ବର୍ଷା ହୋଇଥିବାରୁ ଅନେକ ସ୍ଥାନରେ ତାର ପ୍ରଭାବ ଦେଖିବାକୁ ମିଳିଛି। ଆଜି ଉତ୍ତର ପ୍ରଦେଶ ଏବଂ ଦକ୍ଷିଣ ଭାରତର କେରଳ, ତାମିଲନାଡୁ, ଆଣ୍ତାମାନ ନିକୋବର ଅଞ୍ଚଳରେ ବର୍ଷାର ସମ୍ଭାବନା ରହିଛି।

ସେହିପରି ଯଦି ଆମେ ରାଜଧାନୀ ଦିଲ୍ଲୀ କଥା କହିବା ସେଠାରେ ଅନେକ ସ୍ଥାନରେ ହାଲୁକା ବର୍ଷା ହେବା ଫଳରେ ତାପମାତ୍ରା ହ୍ରାସ ପାଇଛି, ସର୍ବାଧିକ ତାପମାତ୍ରା ୨୧ ଡିଗ୍ରୀ ସେଲସିୟସରେ ପହଞ୍ଚିଛି ।ନୋଏଡା, ଲକ୍ଷ୍ନୌ ଏବଂ ପ୍ରୟାଗରାଜ, ଉତ୍ତର ପ୍ରଦେଶର କିଛି ସ୍ଥାନରେ ହାଲୁକା ଥଣ୍ତା ଏବଂ ଆର୍ଦ୍ରତା ପାଇଁ ଆଜି ସକାଳେ କିଛି ସ୍ଥାନରେ କୁହୁଡି ଦେଖାଦେଇଥିଲା।
-
APSEZ ର ବଡ଼ ସଫଳତା: 500 ମିଲିୟନ୍ ଟନ୍ କାର୍ଗୋ ହ୍ୟାଣ୍ଡଲିଂ ସୀମା ଅତିକ୍ରମ -
ବଡ ନିଷ୍ପତ୍ତି: ଜୁନ୍ ପର୍ଯ୍ୟନ୍ତ ଏସବୁ ଉତ୍ପାଦ ଉପରେ କଷ୍ଟମ୍ ଶୁଳ୍କ ଛାଡ଼ -
IPL-2026 : କୋଲକାତାକୁ ଭେଟିବ ହାଇଦ୍ରାବାଦ୍ : ପ୍ରଥମ ବିଜୟ ଲକ୍ଷ୍ୟରେ ଉଭୟ ଟିମ୍ -
ଶନିବାର ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକ, ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ଲାଗିପାରେ ମୋହର -
IPL 2026: ପଞ୍ଜାବର ଦ୍ବିତୀୟ ବିଜୟ, ଧୋନୀଙ୍କ ଅନୁପସ୍ଥିତିରେ ପୁଣି ହାରିଲା CSK







Click it and Unblock the Notifications