ମନମୋହନ ସିଂଙ୍କ ଆଶୁ ଆରୋଗ୍ୟ କାମନା କଲେ ପ୍ରଧାନମନ୍ତ୍ରୀ ମୋଦୀ, ଏମ୍ସ ଯାଇ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ଅବଗତ ହୋଇଛନ୍ତି କେନ୍ଦ୍ର
ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ୱିଟ୍ କରି ମନମୋହନ ସିଂଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ବୁଧବାର ସନ୍ଧ୍ୟାରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କୁ ଦିଲ୍ଲୀର ଏଆଇଏମ୍ଏସ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ବର୍ତ୍ତମାନ ତାଙ୍କ ଅବସ୍ଥା ସ୍
ନୂଆଦିଲ୍ଲୀ : ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଡ଼ ମନମୋହନ ସିଂଙ୍କୁ ଶ୍ୱାସକ୍ରିୟାରେ ସମସ୍ୟା ହେବା ପରେ ଦିଲ୍ଲୀର ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ସମୟରେ ଗୁରୁବାର ଦିନ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମାନସୁଖ ମାଣ୍ଡଭିୟ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ଜାଣିବା ପାଇଁ AIIMS ରେ ପହଞ୍ଚିଥିଲେ । ଏଥି ସହ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ୱିଟ୍ କରି ମନମୋହନ ସିଂଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ବୁଧବାର ସନ୍ଧ୍ୟାରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କୁ ଦିଲ୍ଲୀର ଏଆଇଏମ୍ଏସ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ବର୍ତ୍ତମାନ ତାଙ୍କ ଅବସ୍ଥା ସ୍ଥିର ରହିଛି ।

ଉଲ୍ଲେଖଯୋଗ୍ୟ, 89 ବର୍ଷୀୟ ଡ଼ ମନମୋହନ ସିଂହ ଶ୍ୱାସକ୍ରିୟା ଏବଂ ଛାତି ଜନିତ ସମସ୍ୟା ଯୋଗୁଁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ଏମ୍ସର ନ୍ୟୁରୋ ଡାକ୍ତର ଅଚଲ ଶ୍ରୀବାସ୍ତବ ଏବଂ ହାର୍ଟ ଡାକ୍ତର ନୀତୀଶ ନାୟକ ତାଙ୍କୁ AIIMS ରେ ଚିକିତ୍ସା କରୁଛନ୍ତି ।
AIIMS ପକ୍ଷରୁ ବିଳମ୍ବିତ ରାତିରେ ଜାରି ବିବୃତ୍ତିରେ କୁହାଯାଇଛି ଯେ ଦିଲ୍ଲୀର ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସରେ ଭର୍ତ୍ତି ହୋଇଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଡ଼ ମନମୋହନ ସିଂଙ୍କ ଅବସ୍ଥା ସ୍ଥିର ରହିଛି । ଡାକ୍ତରଙ୍କ ଏକ ଟିମ୍ ସେମାନଙ୍କ ଉପରେ ନଜର ରଖିଛନ୍ତି । ମନମୋହନ ସିଂଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ସୂଚନା ଦେଇ କଂଗ୍ରେସ ନେତା ପ୍ରଣବ ସିଂହ କହିଛନ୍ତି ଯେ ମନମୋହନ ସିଂହଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଗୁଜବ ପ୍ରତି ଧ୍ୟାନ ଦିଅନ୍ତୁ ନାହିଁ, ତାଙ୍କ ଅବସ୍ଥା ସ୍ଥିର ଅଛି, ତାଙ୍କୁ କେବଳ ନିୟମିତ ଯାଞ୍ଚ ପାଇଁ ଭର୍ତ୍ତି କରାଯାଇଛି । ଆବଶ୍ୟକ ଅନୁଯାୟୀ ଆମେ ଯେକୌଣସି ଅପଡେଟ୍ ସେୟାର କରିବୁ । ଗଣମାଧ୍ୟମରେ ଆମର ବନ୍ଧୁମାନଙ୍କୁ ସେମାନଙ୍କ ଚିନ୍ତା ପାଇଁ ଧନ୍ୟବାଦ ଦେଉଛୁ ।
-
ଟି୨୦ ବିଶ୍ବକପ ଫାଇନାଲରେ ଭାରତ, ଜାକବ ବେଥେଲଙ୍କ ଲଢ଼ୁଆ ଶତକ ସତ୍ତ୍ବେ ହାରିଲା ଇଂଲଣ୍ଡ -
ବଦଳିବ ପାଗ, ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା -
ଯୁଦ୍ଧ ଭିତରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବଡ଼ ବୟାନ, କହିଲେ -
ଭାରତକୁ ପ୍ରତିଦ୍ବନ୍ଦ୍ବୀ ହେବାକୁ ଦେବୁନାହିଁ: ଆମେରିକା -
ଭାରତ କିଣିବ ଋଷ ତେଲ, ଏମିତି କହିଲା ଆମେରିକା -
ବିବାହ ବନ୍ଧନରେ ବାନ୍ଧି ହେଲେ ଅର୍ଜୁନ-ସାନିୟା, ଗ୍ରାଣ୍ଡ ୱେଡିଂରେ ସାମିଲ ହେଲେ.... -
ପଶ୍ଚାତାପ ଆମେରିକା କରିବ ; ଇରାନ ବୈଦେଶିକ ମନ୍ତ୍ରୀ -
ବିଧାନସଭା ନିର୍ବାଚନ ପୂର୍ବରୁ ଇସ୍ତଫା ଦେଲେ ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋଷ -
ବିଜୁ ବାବୁଙ୍କ ସହ ପୁରୁଣା ଫଟୋ ପୋଷ୍ଟ କଲେ ଦିଲ୍ଲୀପ ରାୟ, ଲେଖିଲେ ମନର କଥା -
ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗ ରାଜ୍ୟପାଳଙ୍କ ଇସ୍ତଫା ହଇଚଇ ସୃଷ୍ଟି କରିଛି, ପ୍ରଶ୍ନ ଉଠାଇଛନ୍ତି ମମତା ବାନାର୍ଜୀ -
କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି ୯ ରାଜ୍ୟରେ ନୂଆ ରାଜ୍ୟପାଳ ଓ ଉପ-ରାଜ୍ୟପାଳ -
ଇରାନର ଶକ୍ତିଶାଳୀ ଯୁଦ୍ଧ ଜାହାଜ ବୁଡ଼ିବା ଘଟଣା, ସମୁଦ୍ରରୁ ୮୭ ଜଣଙ୍କ ମୃତଦେହ ଉଦ୍ଧାର












Click it and Unblock the Notifications