Get Updates
Get notified of breaking news, exclusive insights, and must-see stories!

ପ୍ରଧାନମନ୍ତ୍ରୀ ମୋଦିଙ୍କ ସବୁଠାରୁ ବିଶ୍ୱସ୍ତ ବ୍ୟକ୍ତି, ପାକିସ୍ତାନରେ ତାଙ୍କ..... ଜାଣନ୍ତୁ କିଏ ଭାରତୀୟ ଜେମ୍ସ ବଣ୍ଡ ଅଜିତ ଡୋଭା

ଆଜି ଭାରତର ଜେମ୍ସ ବଣ୍ଡ କୁହାଯାଉଥିବା ଅଜିତ ଡୋଭାଲଙ୍କ ଜନ୍ମଦିନ । ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଡୋଭାଲ କେବଳ ରଣନୀତି ଏବଂ ଗୁଇନ୍ଦା ମାମଲାରେ ମାହିର ନ ଥିଲେ ବରଂ ତାଙ୍କ ଜୀବନ ସହ ଜଡିତ କାହାଣୀ ସାହାସ, ଚତୁର ଓ ରୋମାଞ୍ଚକର ଅନୁଭବରେ ଭରି ରହିଛି । ଏମିତି ଏକ ରୋମାଞ୍ଚକର କାହାଣୀ ମଧ୍ୟରୁ ଡୋଭାଲ ଏକ କାର୍ଯ୍ୟକ୍ରମରେ ଗୋଟିଏ ଅଂଶର ଖୁଲାସା କରିିଥିଲେ । ସେ କହିଥିଲେ, ପାକିସ୍ତାନରେ ଏକ ମଜାର ନିକଟରେ ବସିଥିବା ବେଳେ ପାଖରେ ବସିଥିବା ବ୍ୟକ୍ତି ଜଣକ କହିଲେ- ମୁଁ ଜାଣିଛି ତୁମେ ଜଣେ ହିନ୍ଦୁ ।

ଏହା ପରେ ବ୍ୟକ୍ତି ଜଣକ ତାଙ୍କୁ ପଛ ପାଶ୍ୱର୍ରେ ଥିବା ଏକ ଛୋଟ ରୁମକୁ ନେଇ ଯାଇଥିଲେ । କବାଟ ବନ୍ଦ କରି କହିଥିଲେ, ଦେଖ ମୁଁ ଜାଣିଛି ତୁମେ ହିନ୍ଦୁ । ଡୋଭାଲ ପଚାରିଥିଲେ ଏହା କେମିତି ସମ୍ଭବ, ବ୍ୟକ୍ତି ଜଣକ କହିଥିଲେ, ତୁମ କାନ ଫୋଡା ଯାଇଛି । ଡୋଭାଲ ହସି ହସି କହିଥିଲେ, ହଁ ଛୋଟ ବେଳେ ମୋ କାନ ଫୋଡା ଯାଇଥିଲା । ମାତ୍ର ସେ କନଭର୍ଟ ହୋଇ ଯାଇଥିଲେ । ଜବାବରେ ବ୍ୟକ୍ତି ଜଣକ କହିଥିଲେ, ମୋତେ ଜଣା ଅଛି ତୁମର ଧର୍ମ ପରିବର୍ତ୍ତନ ହୋଇ ନାହିଁ । ତୁମକୁ ପ୍ଲାଷ୍ଟିକ ସର୍ଜରୀ କରାଇ ନେବା ଉଚିତ୍ । ନଚେତ୍ ବାହାର ଲୋକ ସନ୍ଦେହ କରି ପାରନ୍ତି ।

ajit doval

ଡୋଭାଲ କହିଛନ୍ତି, ଯେଉଁ ବ୍ୟକ୍ତି ତାଙ୍କୁ ଚିହ୍ନି ପାରିଥିଲେ, ସେ କହିଲେ, କାରଣ ମୁଁ ବି ଜଣେ ହିନ୍ଦୁ, ଏଥିପାଇଁ ମୋତେ ଜଣା ଅଛି । ଏହା ପରେ ବ୍ୟକ୍ତି ଜଣକ ନିଜ ଆଲମାରୀ ଖୋଲିଥିଲେ, ଯେଉଁଥିରେ ଶିବ ଓ ଦୁର୍ଗାଙ୍କ ମୂର୍ତ୍ତି ରଖାଯାଇଥିଲା । ବ୍ୟକ୍ତି ଜଣ କହିଥିଲେ, ମୁଁ ମୂର୍ତ୍ତି ପୂଜା କରିଥାଏ, ମାତ୍ର ବାହାରେ ଲୋକେ ମୋତେ ଜଣେ ମୁସଲିମ ଧାର୍ମିକ ବ୍ୟକ୍ତି ଭାବେ ଜାଣିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+