ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ବିରୋଧରେ ଆସିପାରେ ଅନାସ୍ଥା
ଲୋକସଭାରେ ଜାରି ରହିଛି ପ୍ରବଳ ହଟ୍ଟଗୋଳ । ବିରୋଧୀଙ୍କୁ ଗୃହରେ କହିବାକୁ ସୁଯୋଗ ମିଳୁନଥିବାର ପ୍ରବଳ ହୋହଲ୍ଲାରେ ଗୃହ କାର୍ଯ୍ୟ ଚାଲିପାରୁନି । ଏଥିାପାଇଁ ବିରୋଧୀ ଦଳ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିପାରନ୍ତି। ସମ୍ବାଦ ସରବରାହ ସଂସ୍ଥା ଆଇଏଏନ୍ଏସ୍ ସୂତ୍ରକୁ ଏହି ସୂଚନା ମିଳିଛି। ଲୋକସଭା ବାଚସ୍ପତିଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଉପସ୍ଥାପନ କରିବା ପାଇଁ ଅତି କମରେ ୫୦ ଜଣ ସାଂସଦଙ୍କ ସମର୍ଥନ ଆବଶ୍ୟକ। ପ୍ରସ୍ତାବ ପାଇଁ ୧୪ ଦିନ ପୂର୍ବରୁ ଲିଖିତ ନୋଟିସ ଦେବାକୁ ପଡିବ।

ଆଜି ବଜେଟ ଅଧିବେଶନର ୯ମ ଦିନ, ଅର୍ଥାତ୍ ସୋମବାର, ହଟ୍ଟଗୋଳ ସହିତ ଆରମ୍ଭ ହୋଇଥିଲା। ବିରୋଧୀ ଦଳ ରାହୁଲ ଗାନ୍ଧୀଙ୍କୁ କହିବାକୁ ଅନୁମତି ଦେବାକୁ ଦାବି କରୁଛନ୍ତି। ଲୋକସଭା ବାଚସ୍ପତି କହିଥିଲେ ଯେ ପ୍ରଶ୍ନକାଳ ପରେ ବିରୋଧୀ ନେତାମାନେ ସେମାନଙ୍କର ମତାମତ ଉପସ୍ଥାପନ କରିବା ଉଚିତ। ଏହା ପରେ ମଧ୍ୟ ବିରୋଧୀ ନେତାମାନେ ରାଜି ହୋଇନଥିଲେ ଏବଂ ହଟ୍ଟଗୋଳ ଜାରି ରଖିଥିଲେ। ଏହା ପରେ, ଲୋକସଭା ବାଚସ୍ପତି ସଂସଦକୁ ଅପରାହ୍ନ ୨ଟା ପର୍ୟ୍ୟନ୍ତ ମୁଲତବୀ ରଖିଛନ୍ତି । ପ୍ରଥମେ, ଏହାକୁ ମଧ୍ୟାହ୍ନ ୧୨ଟା ପର୍ୟ୍ୟନ୍ତ ମୁଲତବୀ ରଖାଯାଇଥିଲା।












Click it and Unblock the Notifications