Get Updates
Get notified of breaking news, exclusive insights, and must-see stories!

ଲିଭ୍ ଇନ୍ ରିଲେସନସିପ୍: ଗର୍ଲଫ୍ରେଣ୍ଡକୁ ରୁମରେ ବନ୍ଦ କରି ବେଲ୍ଟରେ ପଡିଲା ବୟଫ୍ରେଣ୍ଡ

Lakhimpur Kheri News: ଲିଭ୍-ଇନ୍ ରିଲେସନସିପ୍ ରହୁଥିବା ଜଣେ ଝିଅକୁ ତାଙ୍କ ପ୍ରେମିକ ଏକ ରୁମରେ ବନ୍ଦ କରି ବେଲ୍ଟରେ ପିଟୁଥିବା ଏକ ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତେବେ ଏହି ଭାଇରାଲ ଭିଡ଼ିଓଟିକୁ ଆଧାର କରି ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ସୂଚନା ମିଳିଛି ।

ମିଳିଥିବା ସୂଚନାନୁସାରେ, ପୋଲିସ ଅଭିଯୁକ୍ତ ଯୁବକକୁ ଧାରା 151 ଅନୁଯାୟୀ ଗିରଫ କରିଛି । ସୋସିଆଲ ମିଡିଆରେ ସାମ୍ନାକୁ ଆସିଥିବା ଏହି ଭିଡିଓ ଲକ୍ଷ୍ମୀପୁର ସଦର କୋଟୱାଲୀ ଅଞ୍ଚଳର । ମିଡିଆ ରିପୋର୍ଟ ଅନୁଯାୟୀ ଏହି ଭାଇରାଲ ଭିଡିଓ ପ୍ରାୟ ଆଠ ମାସ ପୁରୁଣା ବୋଲି କୁହାଯାଉଛି । ଯାହା ବର୍ତ୍ତମାନ ଭାଇରାଲ ହୋଇଛି ।

Lakhimpur Kheri News

ଏ ସମ୍ପର୍କରେ ସୂଚନା ଦେଇ ପୋଲିସ କହିଛି ଯେ, ଇଶୁ ଭର୍ମା ନାମକ ସମ୍ପୃକ୍ତ ଯୁବକ ଜଣେ ଝିଅ ସହିତ ପ୍ରେମ ସମ୍ପର୍କ ରଖିଥିଲା । ଦୁହେଁ ଲିଭ୍-ଇନ୍ ରିଲେସନସିପରେ ରହୁଥିଲେ । କୌଣସି କଥାକୁ ନେଇ ଦୁହିଁଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଏହା ପରେ ଇଶୁ ଏକ ବନ୍ଦ କୋଠରୀରେ ପିଡି଼ତା ଯୁବତୀ ଜଣଙ୍କୁ ବେଲ୍ଟରେ ପିଡିବା ସହ ଚାପୁଡ଼ା ମାରିଥିଲେ ।

କେହି ଜଣେ ଏହି ସମୟରେ ଭିଡିଓଟି ରେକର୍ଡିଂ କରିଥାଇ ପାରନ୍ତି, ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ପୋଲିସ କହିଛି । ଗତ 2 ଦିନ ଧରି ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପୋଲିସ ମଧ୍ୟ ଏହି ଭାଇରାଲ ଭିଡିଓକୁ ଜାଣି ପାରିଥିଲା । ଖବର ଅନୁଯାୟୀ, ଉଭୟଙ୍କ ପ୍ରେମ ସମ୍ପର୍କ ଦୀର୍ଘ ଦିନ ଧରି ଚାଲିଥିବାର କୁହାଯାଉଛି ।

ତେବେ ପ୍ରେମିକ ଇଶୁ ତାଙ୍କ ଗର୍ଲଫ୍ରେଣ୍ଡକୁ ହ୍ୱାଟସଆପରେ ଅନ୍ୟ କାହା ସହ ଚାଟିଂ କରୁଥିବା ଦେଖିଥିଲେ । ସେ ଏ ବିଷୟରେ ସନ୍ଦେହ କରୁଥିଲେ । ଏହା ପରେ ସେ ନିଜ ଗର୍ଲଫ୍ରେଣ୍ଡକୁ କୋଠରୀକୁ ଡାକିଥିଲେ । ସେ କୋଠରୀ ଭିତରକୁ ଯିବା ମାତ୍ରେ ଯୁବକ ଜଣକ ମୋବାଇଲ୍ ଫୋନ୍ ହାତରୁ ଛଡ଼ାଇ ନେଇଥିଲେ । ଏହା ପରେ ଦୁହିଁ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଏଥିରେ ରାଗିଯାଇ ଯୁବକ ଜଣକ ନିଜ ପ୍ରେମିକାଙ୍କୁ ବେଲ୍ଟରେ ପିଟିବା ଆରମ୍ଭ କରିଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+