ମା’ ନା ରାକ୍ଷାସୀ ସେ ? ରିଲ୍ସ ନିସାରେ ଆଇଫୋନ କିଣିବା ପାଇଁ ୮ ମାସର ପୁଅକୁ ବିକି ଦେଲେ ମା’
କୋଲକତା: ଯୁବପିଢୀଙ୍କୁ ଏବେ ଆଇଫୋନ୍ ନିଶା । ଆଉ ଏହି ଆଇଫୋନ୍ ନିଶାକୁ ନେଇ ଏବେ ସାମ୍ନାକୁ ଆସିଛି ଏକ ଅଜବ ଘଟଣା । ରିଲ୍ସ ନିସାରେ ଆଇଫୋନ କିଣିବା ପାଇଁ ତାର ୮ ମାସର ପୁଅକୁ ବିକି ଦେଲେ ମା' । ଘଟଣାଟି ପଶ୍ଚିମବଙ୍ଗର ଉତ୍ତର ୨୪-ପରଗାନାର ବୋଲି ଜଣାପଡ଼ିଛି । ଦାମୀ ଫୋନରୁ ସୁନ୍ଦର ରିଲ ତିଆରି କରିବା ପାଇଁ ସେ ଏହି ନିଷ୍ପତ୍ତି ନେଇଥିବା ଜଣାପଡିଛି ।
ପୋଲିସର ସୂଚନାନୁସାରେ, ଏହି ଦମ୍ପତି ପାନହିଟିର ବାସିନ୍ଦା । ଦୁଇଥର ଖାଦ୍ୟ ସଂଗ୍ରହ କରିବାରେ ସକ୍ଷମ ହେବା ତାଙ୍କ ପାଇଁ ଏକ ବଡ କଥା ଥିଲା । ଯେତେବେଳେ ଲୋକମାନେ ହଠାତ୍ ତାଙ୍କ ହାତରେ ଏକ ଦାମୀ ସ୍ମାର୍ଟଫୋନ୍ ଦେଖିଲେ, ସେମାନେ ଏନେଇ ସନ୍ଦେହ ପ୍ରକାଶ କରିଥିଲେ । ଅଭିଯୁକ୍ତ ମହିଳା ରିଲ୍ସ ତିଆରି କରିବା ପାଇଁ ଅନେକ ସ୍ଥାନକୁ ଯାଉଥିଲେ । ଲୋକଙ୍କ ସନ୍ଦେହ ଏହାଠାରୁ ଆହୁରି ଗଭୀର ହୋଇ ଯାଇଥିଲା ।

ପରେ ପଡୋଶୀମାନେ ଏହା ମଧ୍ୟ ଦେଖିଲେ ଯେ, ପିଲାଟି କିଛି ଦିନ ହେବ ନିଖୋଜ ଅଛି । ଏହା ପରେ ସେ ଦମ୍ପତିଙ୍କୁ ପଚାରିଲେ ଯେ, ତୁମ ପିଲା କେଉଁଠାରେ ଅଛି, ହେଲେ ସେମାନଙ୍କ ଠାରୁ କୌଣସି ଉତ୍ତର ମିଳି ନଥିଲା । କିନ୍ତୁ ଚାପଗ୍ରସ୍ତ ହେବାପରେ ତାଙ୍କ ମୁଁହ ଖୋଲି କହିଥିଲେ ଯେ, ସେମାନେ ଟଙ୍କା ପାଇଁ ପିଲାଟିକୁ ଅନ୍ୟ ଦମ୍ପତିଙ୍କୁ ବିକ୍ରି କରିଛନ୍ତି ।
ତେବେ ପୋଲିସ ଶିଶୁଟିକୁ ଖାରଦାହରୁ ଉଦ୍ଧାର କରିଛି ଏବଂ ମା'ଙ୍କୁ ଗିରଫ କରିଛି । ପରେ ବାପା ଜୟଦେବକୁ ମଧ୍ୟ ଗିରଫ କରିଛି ପୋଲିସ, ଯିଏ କି ପୂର୍ବରୁ ଜେଲରୁ ଫେରାର ହୋଇ ଯାଇଥିଲା । ପଡୋଶୀଙ୍କ କହିବା ଅନୁସାରେ ତାଙ୍କର ୭ ବର୍ଷର ଆଉ ଗୋଟିଏ ଝିଅ ବି ଅଛି । ଏହାଛଡ଼ା ସେମାନେ ନିଶାଦ୍ରବ୍ୟ ସେବନ କରୁଥିବାର ଅଭିଯୋଗ ଆସିଛି ।
ଖବର ଅନୁସାରେ ସେମାନେ ନିଜ ଝିଅକୁ ବି ବିକି ବାକୁ ଚାହୁଁଥିଲେ। ଯେଉଁଦିନ ସେ ନିଜ ପୁଅକୁ ବିକିଲେ ସେହିଦିନ ରାତିରେ ସେ ନିଜ ଝିଅକୁ ବି ବିକିବାର ପ୍ଲାନ କରଇଥିଲେ । କିନ୍ତୁ ପଡୋଶୀ ସନ୍ଦେହ କରି ପୋଲିସକୁ ଡାକିଲେ। ପରେ ମାଆ ବାପା ଦୁହିଁଙ୍କୁ ଗିରଫ କରାଗଲା ।












Click it and Unblock the Notifications