ରନୱେରେ ଧକ୍କା ହେବାରୁ ଅଳ୍ପକେ ବର୍ତ୍ତିଲେ ଇଣ୍ଡିଗୋ-AI ବିମାନ
ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦରରେ ଦୁଇଟି ବିମାନର ଡେଣା (ଓ୍ବିଙ୍ଗ) ଧକ୍କା ହୋଇଛି । ଏୟାର ଇଣ୍ଡିଆର ଏକ ବିମାନ ରନୱେରୁ ଯାଉଥିବା ବେଳେ ଅବତରଣ କରିବା ପରେ ଟ୍ୟାକ୍ସି କରୁଥିବା ଏକ ଇଣ୍ଡିଗୋ ବିମାନ ତା' ପାଖକୁ ଆସିଯାଇଥିଲା । ଫଳରେ ଦୁଇ ବିମାନର ଓ୍ବିଙ୍ଗ ଧକ୍କା ହୋଇଥିଲା ।
ଏହି ଘଟଣା ପରେ, ସୁରକ୍ଷା ଦୃଷ୍ଟିରୁ ଉଭୟ ବିମାନର ଉଡ଼ାଣ ବାତିଲ କରାଯାଇଛି । କୌଣସି ଯାତ୍ରୀ ଆହତ ହୋଇଥିବାର ରିପୋର୍ଟ ହୋଇନାହିଁ। ଘଟଣାର ତଦନ୍ତ ଚାଲିଛି। ଦୁର୍ଘଟଣା ଯୋଗୁଁ ବିମାନବନ୍ଦର କାର୍ଯ୍ୟ ଅସ୍ଥାୟୀ ଭାବରେ ପ୍ରଭାବିତ ହୋଇଥିଲା।

ରିପୋର୍ଟ ଅନୁଯାୟୀ, ଏୟାର ଇଣ୍ଡିଆର ବିମାନ AI2732 C1 ରୁ M4 କୁ ଉଡ଼ାଣ ପାଇଁ ଟ୍ୟାକ୍ସି କରୁଥିଲା । ସେହି ସମୟରେ, ଏକ ଇଣ୍ଡିଗୋ ବିମାନ A320 ଅବତରଣ ପରେ B1 ଟ୍ୟାକ୍ସିୱେକୁ ଆସୁଥିଲା । ଦୁଇଟି ବିମାନର ଦକ୍ଷୀଣ ପାର୍ଶ୍ବର ଡେଣା ଧକ୍କା ହୋଇଥିଲା। DGCAର ମୁମ୍ବାଇ କାର୍ଯ୍ୟାଳୟର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି ଏବଂ ତଦନ୍ତ ଚାଲିଛି।
ମୁମ୍ବାଇରୁ କୋଏମ୍ବାତୁରକୁ ଉଡ଼ାଣ ପୂର୍ବରୁ ଏୟାର ଇଣ୍ଡିଆର ବିମାନ ର୍ଘଟଣାର ସମ୍ମୁଖୀନ ହୋଇଥିଲା। ଏହି ସମୟରେ, ଇଣ୍ଡିଗୋର ବିମାନ ହାଇଦ୍ରାବାଦରୁ ମୁମ୍ବାଇରେ ପହଞ୍ଚିଥିଲା। ଏୟାର ଇଣ୍ଡିଆ ଏକ ବିବୃତ୍ତି ଜାରି କରି କହିଛି ଯେ, 'ଦୁଇଟି ବିମାନର ଡେଣା ଧକ୍କା ହୋଇଥିଲା । ଫଳରେ ଏୟାର ଇଣ୍ଡିଆ ବିମାନର ଡେଣା କ୍ଷତିଗ୍ରସ୍ତ ହୋଇଛି । ଯାତ୍ରୀମାନଙ୍କୁ ସୁରକ୍ଷିତ ଭାବରେ ସ୍ଥାନାନ୍ତର କରାଯାଇଛି ଏବଂ ସେମାନଙ୍କ ଗନ୍ତବ୍ୟସ୍ଥଳରେ ଶୀଘ୍ର ପହଞ୍ଚିବା ପାଇଁ ବିକଳ୍ପ ବ୍ୟବସ୍ଥା କରାଯାଉଛି।'
ଇଣ୍ଡିଗୋ ଏକ ବିବୃତ୍ତି ଜାରି କରି କହିଛି, "ଫେବୃଆରୀ 3, 2026 ରେ, ହାଇଦ୍ରାବାଦରୁ ମୁମ୍ବାଇ ଯାଉଥିବା ଆମର ବିମାନ 6E 791 ଅବତରଣ ପରେ ଟ୍ୟାକ୍ସି କରୁଥିବା ସମୟରେ ଅନ୍ୟ ଏକ ଏୟାରଲାଇନ୍ସର ଏକ ବିମାନ ସହିତ ଧକ୍କା ହୋଇଥିଲା। ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି ଏବଂ ପାର୍କିଂ ପରେ ଓହ୍ଲାଇ ଯାଇଛନ୍ତି। ବିମାନର ରକ୍ଷଣାବେକ୍ଷଣ ଯାଞ୍ଚ କରାଯାଉଛି। ପ୍ରୋଟୋକଲ ଅନୁସାରେ, ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ତୁରନ୍ତ ସୂଚିତ କରାଯାଇଛି ଏବଂ ଘଟଣାର ତଦନ୍ତ କରାଯାଉଛି।"
-
ବଡ ନିଷ୍ପତ୍ତି: ଜୁନ୍ ପର୍ଯ୍ୟନ୍ତ ଏସବୁ ଉତ୍ପାଦ ଉପରେ କଷ୍ଟମ୍ ଶୁଳ୍କ ଛାଡ଼ -
APSEZ ର ବଡ଼ ସଫଳତା: 500 ମିଲିୟନ୍ ଟନ୍ କାର୍ଗୋ ହ୍ୟାଣ୍ଡଲିଂ ସୀମା ଅତିକ୍ରମ -
VerSe Innovation ର ନୂତନ ପଦକ୍ଷେପ: ପି.ଆର୍. ରମେଶ ସ୍ୱତନ୍ତ୍ର ନିର୍ଦ୍ଦେଶକ ଓ ଅଡିଟ କମିଟି ଅଧ୍ୟକ୍ଷ ଭାବେ ନିଯୁକ୍ତ -
In Ayodhya, Gautam Adani Reaffirms Faith and Seva, Honouring India’s Living Traditions -
IPL 2026 : କିଙ୍ଗସ୍ ବନାମ କିଙ୍ଗସ୍ : ପ୍ରଥମ ବିଜୟ ଲକ୍ଷ୍ୟରେ ଚେନ୍ନାଇ, ପଞ୍ଜାବ ପାଇଁ ଚିନ୍ତା ବ୍ୟାଟରଙ୍କ ଫର୍ମ୍ -
APSEZ ର ବଡ଼ ସଫଳତା: 500 ମିଲିୟନ୍ ଟନ୍ କାର୍ଗୋ ହ୍ୟାଣ୍ଡଲିଂ ସୀମା ଅତିକ୍ରମ -
IPL-2026 : କୋଲକାତାକୁ ଭେଟିବ ହାଇଦ୍ରାବାଦ୍ : ପ୍ରଥମ ବିଜୟ ଲକ୍ଷ୍ୟରେ ଉଭୟ ଟିମ୍ -
Adani Green Energy ର ବଡ଼ ସଫଳତା: FY26ରେ 5GW କ୍ଷମତା ସହ ବିଶ୍ୱରେ ନୂଆ ରେକର୍ଡ -
ଭୁବନେଶ୍ୱରରେ VFS ଗ୍ଲୋବାଲ ଭିସା ଆବେଦନ କେନ୍ଦ୍ର ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ -
ବଡ ନିଷ୍ପତ୍ତି: ଜୁନ୍ ପର୍ଯ୍ୟନ୍ତ ଏସବୁ ଉତ୍ପାଦ ଉପରେ କଷ୍ଟମ୍ ଶୁଳ୍କ ଛାଡ଼




Click it and Unblock the Notifications