ଆତ୍ମବିଶ୍ୱାସ ଏବଂ ନିର୍ଣ୍ଣାୟକ ନୀତିଗତ ସଂସ୍କାର ମାଧ୍ୟମରେ ଭାରତ ବିଶ୍ୱର ତୃତୀୟ ଅର୍ଥନୀତି ଆଡ଼କୁ ଅଗ୍ରସର ହେଉଛି;ପ୍ରଧାନମନ୍ତ୍ରୀ
ବିଶ୍ୱସ୍ତରୀୟ ପ୍ରତିଯୋଗିତା ପାଇଁ ପ୍ରସ୍ତୁତି ଏବଂ ଆତ୍ମବିଶ୍ୱାସ ଓ ନିର୍ଣ୍ଣାୟକ ନୀତିଗତ ସଂସ୍କାର ସହିତ ଭାରତ ବିଶ୍ୱର ତୃତୀୟ ବୃହତ ଅର୍ଥନୀତି ଆଡ଼କୁ ଅଗ୍ରସର ହେଉଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ରାଜ୍ୟସଭାରେ ଆଜି ରାଷ୍ଟ୍ରପତିଙ୍କ ଅଭିଭାଷଣ ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନାର ଉତ୍ତର ଦେଇ ଶ୍ରୀ ମୋଦୀ କହିଛନ୍ତି, ସରକାର ସଂସ୍କାର, କାର୍ଯ୍ୟାନ୍ୱୟନ ଏବଂ ରୂପାନ୍ତରଣର ଦୃଷ୍ଟିକୋଣ ସହିତ ଅଗ୍ରସର ହେଉଛନ୍ତି।
ୟୁରୋପୀୟ ସଂଘ ଏବଂ ଆମେରିକା ସମେତ ଅନେକ ରାଷ୍ଟ୍ର ସହିତ ଭାରତ ବାଣିଜ୍ୟିକ ଚୁକ୍ତି ସ୍ୱାକ୍ଷର କରିଛି। ଦେଶ ଏକ ଦୃଢ଼ ଉତ୍ପାଦ ଇକୋସିଷ୍ଟମ ପ୍ରସ୍ତୁତ କରିଛି ଏବଂ ଏହା ଉଦ୍ୟୋଗୀଙ୍କୁ ସମର୍ଥନ ପ୍ରଦାନ କରୁଛି। ଦେଶର ଦକ୍ଷ ଯୁବବର୍ଗଙ୍କ ଯୋଗୁଁ ଭାରତ ଉପରେ ବିଶ୍ୱ ଆସ୍ଥା ପ୍ରକଟ କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଅନେକ ଦେଶ ସହିତ ଭାରତ ଏକ ବିଶ୍ୱସ୍ତ ଅଂଶୀଦାରଭାବେ ଠିଆ ହୋଇଛି।

ଏହି ଧନ୍ୟବାଦ ପ୍ରସ୍ତାବ ଆଲୋଚନାରେ ବିଭିନ୍ନ ରାଜନୈତିକ ଦଳର ସଦସ୍ୟ ଅଂଶଗ୍ରହଣ କରି ସେମାନଙ୍କର ମତ ଉପସ୍ଥାପନ କରିଛନ୍ତି। ଲୋକସଭାରେ ଆଜି ଧନ୍ୟବାଦ ପ୍ରସ୍ତାବ ବାଚନିକ ଭୋଟରେ ପାରିତ ହୋଇଛି।












Click it and Unblock the Notifications