ହିନ୍ଦୀ ଦିବସ: କେବେଠାରୁ ଓ କାହିଁକି ପାଳନ ହୁଏ ଏହି ଦିବସ ?
ହିନ୍ଦୀ ଆମର ରାଷ୍ଟ୍ର ଭାଷା । ଆଜି ରାଷ୍ଟ୍ରୀୟ ହିନ୍ଦୀ ଦିବସ । ଭାରତରେ ଅନେକ ଭାଷାରେ ଲୋକମାନେ କଥାବାର୍ତ୍ତା କରନ୍ତି । ସେଥିମଧ୍ୟରୁ ହିନ୍ଦୀ ଭାଷାରେ ଦେଶର ଅଧିକାଂଶ ରାଜ୍ୟରେ ଲୋକ କଥାବାର୍ତ୍ତା କରନ୍ତି।
ପ୍ରତିବର୍ଷ ୧୪ ସେପ୍ଟେମ୍ବରରେ ହିନ୍ଦୀ ଦିବସ ପାଳନ କରାଯାଏ କାରଣ ସେପ୍ଟେମ୍ବର ୧୪, ୧୯୪୯ ରେ ବିଧାନସଭାରେ ନିଷ୍ପତ୍ତି ନେଇଥିଲା ଯେ ହିନ୍ଦୀ ସରକାରୀ ଭାଷା ହେବ । ଭାରତର ଅଧିକାଂଶ ଅଞ୍ଚଳରେ ହିନ୍ଦୀ ଭାଷା କୁହାଯାଉଥିବାରୁ ଏହି ନିଷ୍ପତ୍ତି ନିଆଯାଇଛି । ହିନ୍ଦୀର ସମ୍ପ୍ରସାରଣ ପାଇଁ, ୧୯୫୩ ପରଠାରୁ ପ୍ରତିବର୍ଷ ୧୪ ସେପ୍ଟେମ୍ବରକୁ ସମଗ୍ର ଭାରତରେ ହିନ୍ଦୀ ଦିବସ ଭାବରେ ପାଳନ କରିବାକୁ ନିଷ୍ପତ୍ତି ନିଆଗଲା।
ହିନ୍ଦୀର ମହତ୍ତ୍ବ ବଜାୟ ରଖିବା ସହ ଏହାର ପ୍ରଚାର ପ୍ରସାର ପାଇଁ ପ୍ରତି ବର୍ଷ ଆଜିର ଦିନକୁ ଦିନ୍ଦୀ ଦିବସ ଭାବରେ ପାଳନ କରାଯାଏ ।ବିଶ୍ବରେ ହିନ୍ଦୀ ଭାଷାର ପ୍ରଚାର ଓ ପ୍ରସାର ଏହି ଦିବସର ମୁଖ୍ୟ ଲକ୍ଷ୍ୟ ।

ଏହା ପୂର୍ବରୁ ୧୯୧୮ ମସିହାରେ ହିନ୍ଦୀକୁ ସରକାରୀ ଭାଷା କରିବା ପ୍ରସଙ୍ଗ ଉଠାଯାଇଥିଲା। ତା'ପରେ ଗାନ୍ଧିଜୀ ହିନ୍ଦୀ ସାହିତ୍ୟ ସମ୍ମିଳନୀରେ ଏହି ପ୍ରସଙ୍ଗ ଉଠାଇ କହିଥିଲେ ଯେ ହିନ୍ଦୀ ହେଉଛି ଜନତାଙ୍କ ଭାଷା, ତେଣୁ ଏହାକୁ ସରକାରୀ ଭାଷା କରିବା ଉଚିତ୍ । ଭାରତୀୟ ସମ୍ବିଧାନର ଭାଗ 17 ର ଧାରା 343 (1) ରେ କୁହାଯାଇଛି ଯେ ସରକାରୀ ଭାଷା ହିନ୍ଦୀ ଏବଂ ସ୍କ୍ରିପ୍ଟ ଦେବନାଗରୀ ହେବ ।
ଜବଲପୁରରେ ପ୍ରସିଦ୍ଧ ସାହିତ୍ୟିକ ରାଜେନ୍ଦ୍ର ସିଂହଙ୍କ ଏହି ତାରିଖରେ ଜନ୍ମ ଗ୍ରହଣ କରିଥିଲେ । ଯିଏ କି ହିନ୍ଦୀକୁ ରାଷ୍ଟ୍ର ଭାଷା କରିବାକୁ ପ୍ରଥମେ ପ୍ରୟାସ ଆରମ୍ଭ କରିଥିଲେ। ତାଙ୍କ ଜନ୍ମଦିନକୁ ଏହି ହିନ୍ଦୀ ଦିବସ ଭାବେ ପାଳନ କରାଯାଉଛି।
ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ କହିଥିଲେ ଯେ, ଏହି ଦିନର ମହତ୍ତ୍ୱକୁ ବୁଝିବା ଓ ମନେରଖିବା ପାଇଁ ପ୍ରତି ବର୍ଷ ୧୪ ସେପ୍ଟେମ୍ବରକୁ ହିନ୍ଦୀ ଦିବସ ଭାବେ ପାଳନ କରାଯିବ।
ହିନ୍ଦୀ ଏହାର ନାମ ପାର୍ସୀ ଶବ୍ଦ ହିନ୍ଦରୁ ପାଇଛି, ଯାହାର ଅର୍ଥ ହେଉଛି "ଇନ୍ଦସ୍ ନଦୀର ଭୂମି"। ଉର୍ଦ୍ଦୁ ପରିବର୍ତ୍ତେ ହିନ୍ଦୀକୁ ଏହାର ସରକାରୀ ଭାଷା ଭାବରେ ଗ୍ରହଣ କରିଥିବା ବିହାର ହେଉଛି ପ୍ରଥମ ରାଜ୍ୟ।
ଭାରତ ବ୍ୟତୀତ ନେପାଳ, ପାକିସ୍ଥାନ, ଶ୍ରୀଲଙ୍କା ଏବଂ ଅନ୍ୟ ପଡୋଶୀ ଦେଶରେ ହିନ୍ଦୀ ଭାଷାରେ ଅନେକ ଲୋକ କଥାବାର୍ତ୍ତା କରନ୍ତି।
ପ୍ରତିବର୍ଷ ସେପ୍ଟେମ୍ବର ୧୪କୁ ଜାତୀୟ ହିନ୍ଦୀ ଦିବସ ଭାବେ ପାଳନ କରାଯାଉଥିବାବେଳେ ଜାନୁଆରୀ ୧୦କୁ ବିଶ୍ବ ହିନ୍ଦୀ ଦିବସ ଭାବରେ ପାଳନ କରାଯାଏ ।
ତେବେ ହିନ୍ଦୀ ବିଷୟରେ କେବଳ ଏତିକି କୁହାଯାଇପାରେ, 'ଏହା ଏକତାର ଜୀବନ, ହିନ୍ଦୀ ହେଉଛି ଦେଶର ଗର୍ବ ...'












Click it and Unblock the Notifications