କେଜରିୱାଲଙ୍କ ସହ ଅନ୍ୟ ୨୩ ଜଣଙ୍କୁ ନୋଟିସ୍ ଜାରି କଲେ ହାଇକୋର୍ଟ
ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ନିମ୍ନ ଅଦାଲତଙ୍କ ଡିସଚାର୍ଜ ଅର୍ଡର ଉପରେ ରୋକ ଲଗାଇବାକୁ ଦିଲ୍ଲୀ ହାଇକୋର୍ଟ ମନା କରିଦେଇଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଏବଂ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ସମେତ ସମସ୍ତ ୨୩ ଅଭିଯୁକ୍ତଙ୍କୁ କୋର୍ଟ ନିର୍ଦ୍ଦୋଷରେ ଖଲାସ କରିଥିଲେ। ପରବର୍ତ୍ତୀ ସମୟରେ ସିବିଆଇ ନିମ୍ନ ଅଦାଲତର ନିଷ୍ପତ୍ତିକୁ ଦିଲ୍ଲୀ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲା। ସିବିଆଇ ପକ୍ଷରୁ ଟ୍ରାଏଲ କୋର୍ଟ ରାୟକୁ ଚ୍ୟାଲେଞ୍ଜ ଦେଇଥିବା ଆବେଦନ ଉପରେ ହାଇକୋର୍ଟ ଅଭିଯୁକ୍ତଙ୍କୁ ତାଙ୍କ ପକ୍ଷ ରଖିବାକୁ ନୋଟିସ୍ ଦେଇଛନ୍ତି। ଜଷ୍ଟିସ୍ ସ୍ବର୍ଣ୍ଣକାନ୍ତ ଶର୍ମାଙ୍କ କୋର୍ଟ ଶୁଣାଣି ପାଇଁ ଆଗାମୀ ତାରିଖ୧୬ ମାର୍ଚ୍ଚକୁ ଧାର୍ଯ୍ୟ କରିଛନ୍ତି। ହାଇକୋର୍ଟରେ ସୋମବାର ସିବିଆଇ ଏହି ମାମଲାକୁ ଦେଶର ସବୁଠାରୁ ବଡ଼ ଦୁର୍ନୀତିରୁ ଗୋଟିଏ ବୋଲି କହିଛି। ଏହା ସହ ଦାବି କରିଛି ତାଙ୍କ ପାଖରେ ପର୍ଯ୍ୟାପ୍ତ ପ୍ରମାଣ ରହିଛି।

ଏହା ସହ ହାଇକୋର୍ଟ ମଦ ଦୁର୍ନୀତିରେ ମୁକ୍ତ ହୋଇଥିବା ସମସ୍ତ ୨୩ ଜଣଙ୍କୁ ନୋଟିସ୍ ଜାରି କରିଛନ୍ତି, ଯେଉଁଥିରେ ଅରବିନ୍ଦ କେଜରିୱାଲ, ମନୀଷ ସିସୋଦିଆ ଏବଂ କେ. କବିତା ମଧ୍ୟ ସାମିଲ ଅଛନ୍ତି। କୋର୍ଟ ରାଉଜ୍ ଆଭେନ୍ୟୁ କୋର୍ଟ ଦ୍ୱାରା ସିବିଆଇ ବିରୋଧରେ ଦିଆଯାଇଥିବା ମନ୍ତବ୍ୟ ଉପରେ ମଧ୍ୟ ଅସ୍ଥାୟୀ ଭାବରେ ସ୍ଥଗିତ ରଖିଛନ୍ତି। ଦିଲ୍ଲୀ ହାଇକୋର୍ଟରେ ସିବିଆଇର ପ୍ରତିନିଧିତ୍ୱ କରୁଥିବା ସଲିସିଟର ଜେନେରାଲ ତୁଷାର ମେହେଟା ଯୁକ୍ତି ଉପସ୍ଥାପନ କରିଛନ୍ତି। ସେ କହିଛନ୍ତି 'ଏହା ନିମ୍ନ ଅଦାଲତର ଦୋଷମୁକ୍ତକୁ ଚ୍ୟାଲେଞ୍ଜ କରୁଥିବା ଏକ ଆବେଦନ। ଏହା ଏହି ଦେଶର ରାଜଧାନୀର ଇତିହାସରେ ସବୁଠାରୁ ବଡ଼ ଦୁର୍ନୀତି ମଧ୍ୟରୁ ଗୋଟିଏ ଏବଂ ମୋ ମତରେ, ଜାତୀୟ ଲଜ୍ଜାର ବିଷୟ। ଏହାକୁ ଫରେନସିକ୍ ଯାଞ୍ଚ କରାଯିବା ଦରକାର।'
ସିବିଆଇ ଯୁକ୍ତି ଦେଇଥିଲା ଯେ ଦିଲ୍ଲୀ ଅବକାରୀ ନୀତି ଜାଣିଶୁଣି କିଛି ବ୍ୟବସାୟକୁ ଲାଭ ଦେବା ପାଇଁ ପ୍ରସ୍ତୁତ କରାଯାଇଥିଲା। ସଲିସିଟର ଜେନେରାଲ କହିଥିଲେ ଯେ ନୀତିକୁ କିଛି ନିର୍ଦ୍ଦିଷ୍ଟ ବ୍ୟବସାୟକୁ ଲାଭ ଦେବା ପାଇଁ ହେରଫେର କରାଯାଇଥିଲା। ହାୱାଲା ମାଧ୍ୟମରେ ଟଙ୍କା ସ୍ଥାନାନ୍ତର କରାଯାଇଥିଲା। ଏପରି ମାମଲାରେ, ଅଭିଯୁକ୍ତମାନେ ପ୍ରାୟତଃ ରାଜନୈତିକ ପ୍ରତିଶୋଧ ନେବାର ଅଭିଯୋଗ କରନ୍ତି, କିନ୍ତୁ ଏହା ତଦନ୍ତର ଗୁରୁତ୍ୱକୁ ହ୍ରାସ କରେ ନାହିଁ।
ସିବିଆଇ କୋର୍ଟଙ୍କ ଆଗରେ ସାକ୍ଷୀଙ୍କ ବୟାନ ମଧ୍ୟ ଉଲ୍ଲେଖ କରିଥିଲା। ସଲିସିଟର ଜେନେରାଲ କହିଥିଲା। ସିଲିସିଟର ଜେନେରାଲ କହିଛନ୍ତି, ଧାରା ୧୬୪ ଅନୁଯାୟୀ ରେକର୍ଡ ହୋଇଥିବା ବୟାନ, ଧାରା ୧୬୧ ଅନୁଯାୟୀ ରେକର୍ଡ ହୋଇଥିବା ବୟାନଠାରୁ ଗୁଣାତ୍ମକ ଭାବରେ ଭିନ୍ନ ରହିଥାଏ। କାରଣ ଧାରା ୧୬୪ ଅନୁଯାୟୀ, ସାକ୍ଷୀଙ୍କୁ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ହାଜର କରାଯାଏ ଏବଂ ପଚରାଯାଏ ଯେ ସେ କୌଣସି ଚାପରେ ଅଛନ୍ତି କି ନାହିଁ। ସିବିଆଇ ଅନୁଯାୟୀ, ମାମଲାରେ ଧାରା ୧୬୪ ଅନୁଯାୟୀ ଅନେକ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଛି। ଏହି ବୟାନରେ କଥିତ ଷଡ଼ଯନ୍ତ୍ର, ଟଙ୍କା କାରବାର ଏବଂ ଲାଞ୍ଚ ପ୍ରଦାନ ବିଷୟରେ ବିସ୍ତୃତ ଭାବରେ ବର୍ଣ୍ଣନା କରାଯାଇଛି।
ଏସଜି କହିଛନ୍ତି,ଦୟାକରି ତଦନ୍ତର ସ୍ତର ଦେଖନ୍ତୁ। ଆମ ପାଖରେ ଇମେଲ ଏବଂ ହ୍ବାଟସଆପ୍ ଚାଟ୍ ପ୍ରମାଣଭାବରେ ରହିଛି। ଏହା କୌଣସି ମନଗଢା କଥା ନୁହେଁ। ମୋର ଆଡିସନାଲ ସଲିସିଟର ଜେନେରାଲଙ୍କ ସହ ୧୦ ଦିନ ପର୍ଯ୍ୟନ୍ତ ଯୁକ୍ତିତର୍କ ହୋଇଥିଲା। କିଛି ଦିନରେ ରାୟ ମଧ୍ୟ ଆସିଗଲା। ଶୀଘ୍ର ନ୍ୟାୟ ଆମର ଲକ୍ଷ୍ୟ, କିନ୍ତୁ ଏହା ଅନ୍ୟାୟରେ ପରିଣିତ ନହେଉ। ସିବିଆଇର ପ୍ରତିନିଧିତ୍ୱ କରୁଥିବା ଏସଜି ତୁଷାର ମେହେଟ୍ଟା କହିଛନ୍ତି, 'ଏହା ଦୁର୍ନୀତିର ଏକ ସ୍ପଷ୍ଟ ମାମଲା - ଲାଞ୍ଚ ନିଆଯାଇଥିଲା, ବ୍ୟବହାର କରାଯାଇଥିଲା, ମିଟିଂ ହୋଇଥିଲା ଏବଂ ଏହାର ଫରେନସିକ୍ ପ୍ରମାଣ ଅଛି। ମୁଁ କେବେ କୌଣସି ସଂସ୍ଥାକୁ ଏତେ ସତର୍କତାର ସହିତ ପ୍ରମାଣ ସଂଗ୍ରହ କରିବାର ଦେଖିନାହିଁ। ମୁଁ ଅତିରଞ୍ଜିତ କରୁନାହିଁ। ମୁଁ ଏହା ପ୍ରମାଣ କରିବାକୁ ଚାହୁଁଛି।'












Click it and Unblock the Notifications