ଗ୍ରାହକଙ୍କ ପାଇଁ ଖୁସି ଖବର; ଏକାଥରକେ ଏତିକି ଟଙ୍କା କମିଲା ସୁନା ଦର
ଭାରତୀୟ ସୁନା ଓ ରୁପା ବଜାରରେ ଆଜି ଏକ ବଡ଼ ଧରଣର ହ୍ରାସ ଦେଖିବାକୁ ମିଳିଛି । ବିଶ୍ୱ ବଜାରରେ ଜାରି ରହିଥିବା ଅସ୍ଥିରତା ଯୋଗୁଁ ସୁନା ଏବଂ ରୁପା ମୂଲ୍ୟରେ ବଡ଼ ଧରଣର ହ୍ରାସ ଘଟିଛି । ଆମେରିକୀୟ କେନ୍ଦ୍ରୀୟ ବ୍ୟାଙ୍କ 'ଫେଡେରାଲ୍ ରିଜର୍ଭ'ର କଠୋର ଆଭିମୁଖ୍ୟ ଏବଂ ଡଲାରର ମୂଲ୍ୟ ବୃଦ୍ଧି ଯୋଗୁଁ ନିବେଶକମାନେ ସତର୍କ ହୋଇପଡ଼ିଛନ୍ତି । ଏହାର ପ୍ରଭାବ ସିଧାସଳଖ ଭାରତୀୟ ବଜାର ଉପରେ ପଡ଼ିଛି ।

ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ ରୁପା ମୂଲ୍ୟ ଆଜି ୧୨ ପ୍ରତିଶତ ଯାଏ ହ୍ରାସ ପାଇ ଲୋୟର ସର୍କିଟ୍ ଲଗାଇଛି । ଅର୍ଥାତ୍ ଗୋଟିଏ ଝଟକାରେ ରୁପା ୨୯ ହଜାର ଶସ୍ତା ହୋଇଛି । ରୁପା ନିଜର ସର୍ବକାଳୀନ ଉଚ୍ଚ ସ୍ତରଠାରୁ ୨ ଲକ୍ଷ ଟଙ୍କା ଯାଏ ହ୍ରାସ ପାଇଛି । ଅନ୍ୟପଟେ ସୁନା ମଧ୍ୟ ୬ ପ୍ରତିଶତ ଖସିଛି । ସୁନା ମୂଲ୍ୟ ୯ ହଜାର ଟଙ୍କା ଯାଏ ହ୍ରାସ ପାଇଛି ।
ଏମସିଏକ୍ସରେ କାରବାର ଆରମ୍ଭରେ ରୁପା ମୂଲ୍ୟ ୨,୪୮,୧୯୪ ଟଙ୍କା ଥିଲା । ରୁପା ମୂଲ୍ୟ ୧୨ ପ୍ରତିଶତ ହ୍ରାସ ପାଇ ୨,୧୮,୪୧୧ ଟଙ୍କାରେ ପହଞ୍ଚିଛି । ଗୋଟିଏ ଝଟକାରେ ରୁପା ୨୯ ହଜାର ଟଙ୍କା ଶସ୍ତା ହୋଇଛି । ରୁପା କିଲୋ ପିଛା ମୂଲ୍ୟ ସର୍ବକାଳୀନ ଉଚ୍ଚ ସ୍ତରଠାରୁ ୨ ଲକ୍ଷ ଟଙ୍କା ଶସ୍ତା । ଜାନୁଆରୀ ୨୯ରେ ରୁପା କିଲୋ ମୂଲ୍ୟ ୪,୨୦,୦୪୮ ଟଙ୍କା ଥିଲା । ରୁପା ସହ ସୁନା ମୂଲ୍ୟରେ ବି ବଡ଼ ହ୍ରାସ ଘଟିଛି । ଗୁରୁବାର ସୁନା ମୂଲ୍ୟ ୬ ପ୍ରତିଶତ ହ୍ରାସ ପାଇ ୧ ଲକ୍ଷ ୪୩ ହଜାର ୮୪୪ ଟଙ୍କା । ୧୦ ଗ୍ରାମ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୯ ହଜାର ଟଙ୍କା ଶସ୍ତା । ସୁନା ନିଜର ସର୍ବକାଳୀନ ଉଚ୍ଚ ସ୍ତର ୧,୯୩,୦୯୬ ଟଙ୍କାଠାରୁ ୫୦ ହଜାର ଶସ୍ତା । ଆମେରିକୀୟ ଫେଡେରାଲ୍ ରିଜର୍ଭ ସୁଧ ହାର ଅପରିବର୍ତ୍ତିତ ରଖିବା ହ୍ରାସର ବଡ଼ କାରଣ । ବିଶ୍ୱ ବଜାରରେ ଡଲାର ସୂଚକାଙ୍କ ବୃଦ୍ଧି ପାଇବା ଯୋଗୁଁ ସୁନା ଉପରେ ଚାପ ପଡ଼ିଛି । ଶୁଦ୍ଧ ସୁନା ଅପେକ୍ଷା ନିବେଶକମାନେ ଅନ୍ୟ ସମ୍ପତ୍ତି ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି ।
-
IPL 2026 : କିଙ୍ଗସ୍ ବନାମ କିଙ୍ଗସ୍ : ପ୍ରଥମ ବିଜୟ ଲକ୍ଷ୍ୟରେ ଚେନ୍ନାଇ, ପଞ୍ଜାବ ପାଇଁ ଚିନ୍ତା ବ୍ୟାଟରଙ୍କ ଫର୍ମ୍ -
Adani Ports ର ବଡ଼ ରେକର୍ଡ: 500 ମିଲିୟନ୍ ଟନ୍ କାର୍ଗୋ ପାର, 2030 ମଧ୍ୟରେ 1 ବିଲିୟନ୍ ଟନ୍ ଲକ୍ଷ୍ୟ -
ଶନିବାର ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକ, ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ଲାଗିପାରେ ମୋହର -
IPL 2026: ପଞ୍ଜାବର ଦ୍ବିତୀୟ ବିଜୟ, ଧୋନୀଙ୍କ ଅନୁପସ୍ଥିତିରେ ପୁଣି ହାରିଲା CSK








Click it and Unblock the Notifications