କୋଇଲା ଖଣିରେ ବିସ୍ଫୋରଣ, ୧୦ ଶ୍ରମିକ ମୃତ
ମେଘାଳୟର ତାସଖାଇ ସ୍ଥିତ ଏକ କୋଇଲା ଖଣିରେ ଭୀଷଣ ବିସ୍ଫୋରଣ ଘଟିଛି। ଦୁର୍ଘଟଣାରେ ଅତି କମରେ ୧୦ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଘଟଣାକୁ ନେଇ ପୂରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି। ସ୍ଥାନୀୟ ପ୍ରଶାସନ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।

ସୂଚନା ଅନୁଯାୟୀ, ତାସଖାଇର କୋଇଲା ଖଣିରେ ଅଚାନକ ବଡ଼ ବିସ୍ଫୋରଣ ଘଟିଥିଲା। ଫଳରେ ଖଣି ଭିତରେ କାମ କରୁଥିବା ଶ୍ରମିକ ଏହାର କବଳରେ ଆସିଥିଲେ। ଧମାକା ଏତେ ତୀବ୍ର ଥିଲା ଯେ, ଖଣି ଭିତରେ ଥିବା ଶ୍ରମିକଙ୍କୁ ବାହାରିବାର ସୁଯୋଗ ବି ମିଳି ନ ଥିଲା। ମୃତକଙ୍କ ମଧ୍ୟରୁ ସମସ୍ତ ଶ୍ରମିକ ଆସାମର ହୋଇଥିବା କୁହାଯାଉଛି। ତେବେ ପ୍ରଶାସନ ପକ୍ଷରୁ ଏ ନେଇ ସ୍ପଷ୍ଟ କରାଯାଇ ନାହିଁ।
ଘଟଣାର ସୂଚନା ମିଳିବା ମାତ୍ରେ ମେଘାଳୟ ପୋଲିସ ଓ ରେସକ୍ୟୁ ଟିମ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର ଓ ରିଲିଫ କାର୍ଯ୍ୟ ଆାରମ୍ଭ କରିଛନ୍ତି। ଖଣି ଭିତରେ ଫସିଥିବା ଅନ୍ୟ ଶ୍ରମିକଙ୍କ ସନ୍ଧାନ ପାଇଁ ସର୍ଚ୍ଚ ଅପରେସନ ଜାରି ରହିଛି। ପ୍ରଶାସନ ଆଖପାଖ ଅଞ୍ଚଳକୁ ଘେରାଉ କରି ସୁରକ୍ଷା ବ୍ୟବସ୍ଥା ବଢାଇ ଦେଇଛି। ଅଧିକାରୀଙ୍କ କହିବା କଥା କେଉଁ କାରଣରୁ ବିସ୍ପୋରଣ ଘଟିଲା ତାର କାରଣ ଜଣା ପଡ଼ିନାହିଁ। ତଦନ୍ତ ଜାରି ରହିଛି। ପ୍ରାରମ୍ଭିକ ତଦନ୍ତରୁ ଖଣିରୁ ଗ୍ୟାସ୍ ଲିକ୍ ଓ ଯାନ୍ତ୍ରିକ ତ୍ରୁଟି କାରଣରୁ ଦୁର୍ଘଟଣା ଘଟିଥିବାର ସମ୍ଭାବନା ରହିଛି। ତେବେ ତଦନ୍ତ ପରେ ସବୁ କିଛି ସ୍ପଷ୍ଟ କୁହାଯାଇ ପାରିବ ବୋଲି ଅଧିକାରୀ କହିଛନ୍ତି।
ଦୁର୍ଘଟଣା ପରେ ଶ୍ରମିକଙ୍କ ସୁରକ୍ଷା ଓ ଅବୈଧ ଖନନକୁ ନେଇ ପ୍ରଶ୍ନ ଉଠିଛି। ସ୍ଥାନୀୟ ପ୍ରଶାସନ ଆଶ୍ଵାସନ ଦେଇଛି ଯେ, ମାମଲାକୁ ଗୁରୁତର ସହ ତଦନ୍ତ କରାଯିବ ଏବଂ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ମୃତକଙ୍କ ପରିଜନକୁ ଯଥା ସମ୍ଭବ ସହାୟତା ଦିଆଯିବ।
-
APSEZ ର ବଡ଼ ସଫଳତା: 500 ମିଲିୟନ୍ ଟନ୍ କାର୍ଗୋ ହ୍ୟାଣ୍ଡଲିଂ ସୀମା ଅତିକ୍ରମ -
VerSe Innovation ର ନୂତନ ପଦକ୍ଷେପ: ପି.ଆର୍. ରମେଶ ସ୍ୱତନ୍ତ୍ର ନିର୍ଦ୍ଦେଶକ ଓ ଅଡିଟ କମିଟି ଅଧ୍ୟକ୍ଷ ଭାବେ ନିଯୁକ୍ତ -
VerSe Innovation ର ନୂତନ ପଦକ୍ଷେପ: ପି.ଆର୍. ରମେଶ ସ୍ୱତନ୍ତ୍ର ନିର୍ଦ୍ଦେଶକ ଓ ଅଡିଟ କମିଟି ଅଧ୍ୟକ୍ଷ ଭାବେ ନିଯୁକ୍ତ -
ଅଯୋଧ୍ୟାରେ ଗୌତମ ଆଦାନୀଙ୍କ ଭକ୍ତି ଯାତ୍ରା, ଭାରତର ପରମ୍ପରାକୁ ଦେଲେ ନୂଆ ଗୌରବ -
IPL 2026 : କିଙ୍ଗସ୍ ବନାମ କିଙ୍ଗସ୍ : ପ୍ରଥମ ବିଜୟ ଲକ୍ଷ୍ୟରେ ଚେନ୍ନାଇ, ପଞ୍ଜାବ ପାଇଁ ଚିନ୍ତା ବ୍ୟାଟରଙ୍କ ଫର୍ମ୍ -
APSEZ ର ବଡ଼ ସଫଳତା: 500 ମିଲିୟନ୍ ଟନ୍ କାର୍ଗୋ ହ୍ୟାଣ୍ଡଲିଂ ସୀମା ଅତିକ୍ରମ -
ବଡ ନିଷ୍ପତ୍ତି: ଜୁନ୍ ପର୍ଯ୍ୟନ୍ତ ଏସବୁ ଉତ୍ପାଦ ଉପରେ କଷ୍ଟମ୍ ଶୁଳ୍କ ଛାଡ଼ -
IPL-2026 : କୋଲକାତାକୁ ଭେଟିବ ହାଇଦ୍ରାବାଦ୍ : ପ୍ରଥମ ବିଜୟ ଲକ୍ଷ୍ୟରେ ଉଭୟ ଟିମ୍ -
Adani Green Energy ର ବଡ଼ ସଫଳତା: FY26ରେ 5GW କ୍ଷମତା ସହ ବିଶ୍ୱରେ ନୂଆ ରେକର୍ଡ -
ଭୁବନେଶ୍ୱରରେ VFS ଗ୍ଲୋବାଲ ଭିସା ଆବେଦନ କେନ୍ଦ୍ର ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ




Click it and Unblock the Notifications