ଜୋମାଟୋର ସିଇଓ ପଦରୁ ଇସ୍ତଫା ଦେଲେ ଦୀପିନ୍ଦର ଗୋୟଲ
ଜୋମାଟୋ ଏବଂ ବ୍ଲିଙ୍କିଟର ପ୍ୟାରେଣ୍ଟ କମ୍ପାନୀ ଇଟର୍ନାଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଦୀପିନ୍ଦର ଗୋୟଲ ଗୁରୁବାର ତାଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି। ସେୟାର ହୋଲ୍ଡରମାନଙ୍କୁ ଏକ ଚିଠି ଲେଖି ସେ ଘୋଷଣା କରିଛନ୍ତି ଯେ ୧ ଫେବୃଆରୀ ୨୦୨୬ ରୁ ଗ୍ରୁପ୍ ସିଇଓ ପଦରୁ ଇସ୍ତଫା ଦେବେ। ତଥାପି, ସେ କମ୍ପାନୀରୁ ସମ୍ପୂର୍ଣ୍ଣ ପଦ ଛାଡିବେ ନାହିଁ ଏବଂ ସେୟାରହୋଲ୍ଡରଙ୍କ ଅନୁମୋଦନ ଅନୁସାରେ ଉପାଧ୍ୟକ୍ଷ ଭାବରେ ଇଟର୍ନାଲର ସହିତ ଜଡିତ ରହିବେ। ସେ କହିଛନ୍ତି ଅଲବିନ୍ଦର ଧିଣ୍ଡସା ବର୍ତ୍ତମାନର କମ୍ପାନୀର ନେତୃତ୍ୱ ନେବେ।
ତାଙ୍କୁ ନୂତନ ସିଇଓ ଭାବରେ ନିଯୁକ୍ତ କରାଯାଇଛି। ଅଲବିନ୍ଦର ହେଉଛନ୍ତି ଜୋମାଟୋର କୋ-ଫାଉଣ୍ଡର ଆକୃତୀ ଚୋପ୍ରାଙ୍କ ସ୍ବାମୀ। ସେ ବ୍ଲିଙ୍କିଟ୍ର ମଧ୍ୟ ସିଇ କମ୍ପାନୀ ସ୍ପଷ୍ଟ କରିଛି ଯେ ଏହି ପରିବର୍ତ୍ତନ ପରିଚାଳନା ଏବଂ ଭବିଷ୍ୟତ ଯୋଜନା ଉପରେ ଭଲ ଭାବରେ ଧ୍ୟାନ ଦେବା ପାଇଁ ଏକ ସୁଚିନ୍ତିତ ରଣନୀତି। ଏହାଦ୍ବାରା ମ୍ୟାନେଜମେଣ୍ଟ ଓ ଭବିଷ୍ୟତର ଯୋଜନା ଉପରେ ଭଲ ଭାବରେ ଫୋକସ୍ କରିହେବ।

-
APSEZ ର ବଡ଼ ସଫଳତା: 500 ମିଲିୟନ୍ ଟନ୍ କାର୍ଗୋ ହ୍ୟାଣ୍ଡଲିଂ ସୀମା ଅତିକ୍ରମ -
ବଡ ନିଷ୍ପତ୍ତି: ଜୁନ୍ ପର୍ଯ୍ୟନ୍ତ ଏସବୁ ଉତ୍ପାଦ ଉପରେ କଷ୍ଟମ୍ ଶୁଳ୍କ ଛାଡ଼ -
IPL-2026 : କୋଲକାତାକୁ ଭେଟିବ ହାଇଦ୍ରାବାଦ୍ : ପ୍ରଥମ ବିଜୟ ଲକ୍ଷ୍ୟରେ ଉଭୟ ଟିମ୍ -
Adani Green Energy ର ବଡ଼ ସଫଳତା: FY26ରେ 5GW କ୍ଷମତା ସହ ବିଶ୍ୱରେ ନୂଆ ରେକର୍ଡ -
ଭୁବନେଶ୍ୱରରେ VFS ଗ୍ଲୋବାଲ ଭିସା ଆବେଦନ କେନ୍ଦ୍ର ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ







Click it and Unblock the Notifications