କଂଗ୍ରେସ ପ୍ରତ୍ୟେକ ପଦକ୍ଷେପରେ ପ୍ରତିବନ୍ଧକ ସୃଷ୍ଟି କରିବାକୁ ଚାହୁଁଛି; ଅଶ୍ୱିନୀ ବୈଷ୍ଣବ
ନୂଆଦିଲ୍ଲୀରେ ଏ.ଆଇ. ପ୍ରଭାବ ସମ୍ମିଳନୀ-୨୦୨୬ ସମୟରେ କଂଗ୍ରେସର ପ୍ରତିବାଦକୁ ବି.ଜେ.ପି. ପକ୍ଷରୁ କଡ଼ା ସମାଲୋଚନା କରାଯାଇଛି । ଗଣମାଧ୍ୟମକୁ ସୂଚନା ଦେଇ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, କଂଗ୍ରେସ ପ୍ରତ୍ୟେକ ପଦକ୍ଷେପରେ ପ୍ରତିବନ୍ଧକ ସୃଷ୍ଟି କରିବାକୁ ଚାହୁଁଛି । ଦେଶର ପ୍ରଯୁକ୍ତିବିଦ୍ୟା ମହତ୍ତ୍ୱକୁ ଆଗକୁ ବଢ଼ାଇବାରେ ସହଯୋଗ କରିବାକୁ ଶ୍ରୀ ବୈଷ୍ଣବ ସମସ୍ତ ଅଂଶୀଦାରଙ୍କୁ ଆହ୍ୱାନ କରିଛନ୍ତି ।

ଦଳର ରାଷ୍ଟ୍ରୀୟ ମୁଖପାତ୍ର ଡକ୍ଟର ସମ୍ବିତ୍ ପାତ୍ର ଅଭିଯୋଗ କରି କହିଛନ୍ତି, କଂଗ୍ରେସର ଏପରି କାର୍ଯ୍ୟ ଦେଶର ପ୍ରତିଚ୍ଛବିକୁ ଖରାପ କରୁଛି । ଶ୍ରୀ ପାତ୍ର କହିଛନ୍ତି, ଭାରତ ଏହି ଏ.ଆଇ. ଶିଖର ସମ୍ମିଳନୀ ଆୟୋଜନ କରୁଛି । ବି.ଜେ.ପି. କିମ୍ବା କୌଣସି ଦଳ ଏହାକୁ ଆୟୋଜନ କରୁ ନାହିଁ । ଏହ।। ଜାଣିବାପାଇଁ କଂଗ୍ରେସର ଅନ୍ତର୍ଦୃଷ୍ଟିର ଅଭାବ ରହିଛି ବୋଲି ଶ୍ରୀ ପାତ୍ର କହିଛନ୍ତି ।












Click it and Unblock the Notifications