For Quick Alerts
Turn On Notification  
For Daily Alerts
Oneindia App Download

ଡେଙ୍ଗୁ ଜନିତ ମୃତ୍ୟୁକୁ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସି ମାଧ୍ୟମରେ ରୋକି ହେବ କି ? ଜାଣନ୍ତୁ, କଣ କହୁଛି ରିସର୍ଚ୍ଚ...

ଆମେ ଡେଙ୍ଗୁ ଜ୍ୱର ଜନିତ ମୃତୁ୍ୟକୁ ଆର୍ଟିଫିସିଆଲ୍ ଇଂଟେଲିଜେନ୍ସି ମାଧ୍ୟମରେ ରୋକି ପାରିବା କ? ସଦ୍ୟତମ ରିସର୍ଚ୍ଚ କହୁଛି: ହଁ

By Staff
|

Dengue Related Deaths: ଭାରତ ସମେତ ସମଗ୍ର ଦେଶରେ କରୋନା ମହାମାରୀ ବିରୋଧରେ ଲଢେ଼ଇ ଜାରି ରଖିଥିବା ବେଳେ ଡେଙ୍ଗୁ ଜ୍ୱରର ପ୍ରାର୍ଦୁଭାବ ଉତର ଭାରତରେ ହାହାକାର ପରିସ୍ଥିତି ସୃଷ୍ଟି କରିଛି ।

Dengue

ସମ୍ପ୍ରତି ଡେଙ୍ଗୁ ଜ୍ୱରକୁ ପ୍ରତିହତ କରିବା ପାଇଁ କୌଣସି ଔଷଧ କିମ୍ବା ପ୍ରତିଷେଧକ ବାହାରି ନାହିଁ । ତେଣୁ ସ୍ପଷ୍ଟ ଭାବରେ ଡେଙ୍ଗୁ ଭୂତାଣୁ ଚିହ୍ନଟ କରିବା ହେଉଛି ଗୁରୁତ୍ୱପୂର୍ଣ୍ଣ । ଆମେ ଜାଣୁ ଯେ, ଡେଙ୍ଗୁ ରୋଗକୁ ପ୍ରତିହତ କରିବାର ଏକ ଉପାୟ ହେଉଛି ଏହି ରୋଗ ବଂଟନ କରୁଥିବା ଏଡିସ୍ ମଶାର ବଂଶବୃଦ୍ଧିକୁ ନିୟନ୍ତ୍ରଣ କରିିବା । ଆଧୁନିକ ବୈଷୟୀକ ଜ୍ଞାନକୌଶଳକୁ ବ୍ୟବହାର କରି ଡେଙ୍ଗୁ ରୋଗର ବୃଦ୍ଧିକୁ ରୋକିବାକୁ ଆରମ୍ଭ ହୋଇଛି ପ୍ରୟାସ । ଏବେ ଆର୍ଟିଫିସିଆଲ୍ ଇଂଟେଲିଜେନ୍ସର ସହାୟତାରେ ଆମେ ଡେଙ୍ଗୁ ରୋଗକୁ ପ୍ରତିରୋଧ କରିବାରେ ସକ୍ଷମ ହୋଇ ପାରିବା ।

Doctor Abhijit Ray

ଭାରତର ଜଣେ ଯୁବ ବୈଜ୍ଞାନିକ ଡ. ଅଭିଜିତ୍ ରାୟ ଆର୍ଟିଫିସିଆଲ୍ ଇଂଟେଲିଜେନ୍ସ ସହାୟତାରେ ଡେଙ୍ଗୁରୋଗର ମୁକାବିଲା ପାଇଁ ଏକ ସୁନ୍ଦର ପ୍ରଚେଷ୍ଟା କରିଛନ୍ତି । ଡ. ରାୟଙ୍କ ଏହି ପ୍ରଚେଷ୍ଟା ଡେଙ୍ଗୁ ମୁକାବିଲା ଦିଗରେ ପ୍ରଶାସନ ତଥା ଡାକ୍ତରମାନଙ୍କୁ ସହାୟକ ସାବ୍ୟସ୍ତ୍ୟ ହେବାରେ ଲାଗିଛି ।

ଡେଙ୍ଗୁ ଜନିତ ମୃତ୍ୟୁ: ଡେଙ୍ଗୁ ଜ୍ୱରରେ ମୃତୁ୍ୟ ଥ୍ରୋମ୍ବୋସାଇଟୋପେନିଆ ଦ୍ୱାରା ପ୍ରେରିତ ରକ୍ତସ୍ରାବର କାରଣରୁ ଶରୀର କ୍ଷତିଗ୍ରସ୍ତ ହେବା ଯୋଗୁ ହୋଇଥାଏ । ରୋଗୀର ଶରୀରରେ ବ୍ଲଡ୍ ପ୍ଲେଟେଲେଟ୍ କାଉଂଟ୍ ଅତି ନିମ୍ନସ୍ତରକୁ ଯାଇଥାଏ, ଫଳରେ ଦେହକୁ ଆବଶ୍ୟକ ମୁତାବକ ଅମ୍ଳଯାନ ମିଳି ନଥାଏ । ସେଲ୍ ଗୁଡ଼ିକ ଆବଶ୍ୟକ ମୁତାବକ ଅମ୍ଳଯାନ ନମିଳିବା ଯୋଗୁ ଏହା ଶରୀରକୁ ସଠିକ୍ କାର୍ଯକ୍ଷମ ହେବା ଉପରେ ପ୍ରତିକୂଳ ପ୍ରଭାବ ପକାଇଥାଏ । ଏହାକୁ ଷ୍ଟେଟ୍ ଅଫ୍ ସକ୍ କୁହାଯାଏ । ଡେଙ୍ଗୁ କ୍ଷେତ୍ରରେ ଏହାକୁ ଡେଙ୍ଗୁ ସକ୍ ସିଂଡ୍ରୋମ୍ ବା ଡିଏସ୍ଏସ୍ କୁହାଯାଏ । ଅତିମାତ୍ରାରେ ଡେଙ୍ଗୁଦ୍ୱାରା ଆକ୍ରାନ୍ତ ରୋଗୀମାନେ ଏହି ଡିଏସ୍ଏସ୍ ଯୋଗୁ ହିଁ ମୃତୁ୍ୟମୁଖରେ ପଡିଥାନ୍ତି । ବ୍ଲଡ୍ ପ୍ଲେଟେଲେଟ୍ ଏବଂ ଗୁରୁତର ଡେଙ୍ଗୁ ସକ୍ ସିଂଡ୍ରୋମ୍ ମଧ୍ୟରେ ରହିଥିବା ସଂପର୍କକୁ ସ୍ପଷ୍ଟ ଭାବରେ ଏବେଯାଏଁ ଆକଳନ କରାଯାଇନାହିଁ । ତେଣୁ କେତେବେଳେ ଜଣେ ଡେଙ୍ଗୁ ରୋଗୀ ମୃତୁ୍ୟର ଶିକାର ହେବେ ଏହାନେଇ କୌଣସି ଆକଳନ କରାଯାଇ ପାରିବ ନାହିଁ ।

ଡେଙ୍ଗୁ ଜନିତ ମୃତ୍ୟୁକୁ ଆମେ ଆର୍ଟିଫିସିଆଲ୍ ଇଂଟେଲିଜେନ୍ସ୍ ଦ୍ୱାରା ରୋକି ପାରିବା କି?

ଡକ୍ଟର ଅଭିଜିତ୍ ରାୟଙ୍କ ଦ୍ୱାରା କରାଯାଇଥିବା ରିସର୍ଚ ଡେଙ୍ଗୁ ସକ୍ ସିଂଡ୍ରୋମ୍କୁ ଆକଳନ କରିବା ପାଇଁ ଏକ ନୂତନ ଆଶାର ସଂଚାର କରିଛି । ଡେଙ୍ଗୁ ଦ୍ୱାରା ଆକ୍ରାନ୍ତ ଜଣେ ରୋଗୀ କେତେବେଳେ ଡିଏସ୍ଏସ୍ର ଶିକାର ହେବାର ଆଶଙ୍କା ରହିଛି, ସେନେଇ ଏହି ରିସର୍ଚରେ ତଥ୍ୟ ଉଲ୍ଲେଖ ରହିଛି । ଅଭିଜିତଙ୍କ ଦ୍ୱାରା ଅନୁସୃତ ସଫ୍ଟୱେର ଜରିଆରେ ଡେଙ୍ଗୁରେ ଆକ୍ରାନ୍ତ ରୋଗୀଙ୍କ ଦେହରେ ଥିବା ବ୍ଲଡ୍ ପ୍ଲେଟେଲେଟ୍ କାଉଂଟ୍ ଏବଂ ହେମାଟୋକ୍ରିଟ୍ ଲେଭେଲ୍କୁ ଷ୍ଟଡି କରାଯାଏ । ଆର୍ଟିଫିସିଆଲ୍ ଇଂଟେଲିଜେନ୍ସ ସଂଶ୍ଚିଷ୍ଟ ସଫ୍ଟୱେର ଡେଙ୍ଗୁ ରୋଗୀଙ୍କ ଶରୀରରେ ଜ୍ୱରାକ୍ରାନ୍ତ ହେବାର ୩ୟ ଦିନ ଠାରୁ ବ୍ଲଡ୍ ପ୍ଲେଟେଲେଟ୍ ଏବଂ ହେମାଟୋକ୍ରିଟ୍ ଲେଭେଲ୍କୁ ଗାଣିତିକ ସୂତ୍ର ମାଧ୍ୟମରେ ତୁଳନା କରିବା ସହ ଡିଏସ୍ଏସ୍ ଆକଳନ କରିଥାଏ । ଅର୍ଥାତ୍ ରୋଗୀ ସକ୍ ସିଂଡ୍ରୋମ୍ ଦ୍ୱାରା ପ୍ରଭାବିତ ହେବାକୁ ଆଶଙ୍କା ରହିଛି କି ନାହିଁ, ସେନେଇ ଜଣାଇବାରେ ସକ୍ଷମ ହୋଇଥାଏ ।


ଡକ୍ଟର ଅଭିଜିତ୍ ରାୟଙ୍କ ଏହି ଦିଗନ୍ତକାରୀ ରିସର୍ଚ ଡେଙ୍ଗୁ ରୋଗରେ ଗୁରୁତର ଆକ୍ରାନ୍ତ ରୋଗୀଙ୍କୁ ଆଗୁଆ ଚିକିତ୍ସା ପାଇଁ ସହାୟକ ହୋଇପାରିଛି । ଡେଙ୍ଗୁ ରୋଗ ଜନିତ ମୃତୁ୍ୟ ଦେଶରେ ଏକ ହାହାକାର ପରିସ୍ଥିତି ସୃଷ୍ଟି କରିଥିବା ବେଳେ ଯୁବ ବୈଜ୍ଞାନିକ ଡକ୍ଟର ରାୟଙ୍କ ଏହି ନୂତନ ପଦ୍ଧତି ଏହି ରୋଗ ବିରୋଧରେ ଲଢେ଼ଇ କରିବା ପାଇଁ ଏକ ଆୟୁଧ ସାବ୍ୟସ୍ତ ହୋଇଛି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Can we prevent Dengue related deaths through Artificial Intelligence? New study suggests ‘Yes’
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X