ସୋମନାଥ ସ୍ୱାଭିମାନ ଯାତ୍ରାକୁ ପତାକା ଦେଖାଇ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, ୧୧୦୦ରୁ ଅଧିକ ଶ୍ରଦ୍ଧାଳୁ କରିବେ ଜ୍ୟୋତିର୍ଲିଙ୍ଗ ଦର୍
ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ପକ୍ଷରୁ ଆୟୋଜିତ ହୋଇଛି ସ୍ୱତନ୍ତ୍ର "ସୋମନାଥ ସ୍ୱାଭିମାନ ଯାତ୍ରା-୨୦୨୬" । ଏହି ପରିପ୍ରେକ୍ଷୀରେ ଆଜି ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ୧୧୦୦ରୁ ଅଧିକ ଶ୍ରଦ୍ଧାଳୁ ଗୁଜୁରାଟସ୍ଥିତ ପ୍ରସିଦ୍ଧ ସୋମନାଥ ଜ୍ୟୋତିର୍ଲିଙ୍ଗ ଦର୍ଶନ ପାଇଁ ଏକ ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ଯାତ୍ରା ଆରମ୍ଭ କରିଛନ୍ତି । ଭୁବନେଶ୍ୱର ରେଳ ଷ୍ଟେସନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସବୁଜ ପତାକା ଦେଖାଇ ଏହି ଯାତ୍ରାର ଶୁଭ ଉଦଘାଟନ କରିଛନ୍ତି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ବିକାଶ ବି, ବିରାସତ ବି: ଦୁଇ ସାଂସ୍କୃତିକ କେନ୍ଦ୍ରର ମହାମିଳନ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନ୍ତ୍ର ଏକ ଭାରତ ଶ୍ରେଷ୍ଠ ଭାରତ' ସଂକଳ୍ପକୁ ଆଗେଇ ନେବା ପାଇଁ ଏହା ଏକ ଅନନ୍ୟ ପ୍ରୟାସ । ଏହି ଯାତ୍ରା ମାଧ୍ୟମରେ ଓଡ଼ିଶାର ସାଂସ୍କୃତିକ କେନ୍ଦ୍ର ସହ ଗୁଜୁରାଟର ଐତିହ୍ୟକୁ ଯୋଡ଼ା ଯାଉଛି ।
ଏହି ପବିତ୍ର ଯାତ୍ରାରେ ଓଡ଼ିଶାର ଏକାମ୍ର କ୍ଷେତ୍ରର ଐତିହ୍ୟବାହୀ କେଦାରଗୌରୀ ମାଟି ଏବଂ ପବିତ୍ର ବିନ୍ଦୁସାଗରର ଜଳ ମଧ୍ୟ ସୋମନାଥ ପୀଠକୁ ପଠାଯାଇଛି । ଆଜିଠାରୁ ୬ଦିନ ପାଇଁ ଶ୍ରଦ୍ଧାଳୁମାନେ ଯାତ୍ରା କରିଛନ୍ତି । ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଏହି ଶ୍ରଦ୍ଧାଳୁମାନେ ଏହି ଯାତ୍ରାରେ ସାମିଲ ହୋଇଛନ୍ତି । ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମ କରାଯାଉଛି । ଏ ଯାତ୍ରାକୁ ନେଇ ତୀର୍ଥଯାତ୍ରୀମାନେ ବେଶ ଖୁସିବ୍ୟକ୍ତ କରିଛନ୍ତି । ସରକାରଙ୍କ ତରଫରୁ ଏଭଳି ଏକ ଯାତ୍ରାର ସୁବିଧା କରାଯାଇଥିବାରୁ ରାଜ୍ୟ ସରକାରଙ୍କୁ ଏନେଇ ଧନ୍ୟବାଦ ପ୍ରଦାନ କରିଛନ୍ତି ।












Click it and Unblock the Notifications