Get Updates
Get notified of breaking news, exclusive insights, and must-see stories!

ଡେରାଡୁନରେ ଗଭୀର ଘାଟିକୁ ଖସିଲା ବସ୍, ୩ ମୃତ,୭ ଯାତ୍ରୀଙ୍କ ଅବସ୍ଥା ଗୁରୁତର

ଉତ୍ତରାଖଣ୍ଡର ଡେରାଡୁନ୍ ଜିଲ୍ଲାର କାଳସୀ ଅଞ୍ଚଳର ହିମାଚଳ ପ୍ରଦେଶର ଏକ ଯାତ୍ରବାହୀ ବସଟି ଗଭୀର ଘାଟିରେ ଘସି ପଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ୩ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ମୃତ୍ୟୁସଂଖ୍ୟା ଆଗକୁ ବଢିପାରେ ବୋଲି ଆଶଙ୍କା କରାଯାଉଛି । ଏବେ ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସୂଚନାନୁଯାୟୀ, ଦୁର୍ଘଟଣାଗ୍ରସ୍ତ ହୋଇଥିବା ବସରେ ୩୦ ଜଣ ଯାତ୍ରୀ ଥିବା ସୂଚନା ମିଳିଛି ।

road accident

ସେମାନଙ୍କ ମଧ୍ୟରୁ ୩ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି ଏବଂ ୬ ରୁ ୭ ଜଣ ଯାତ୍ରୀଙ୍କ ଅବସ୍ଥା ଗୁରୁତର ରହିଛି । ମୃତକଙ୍କ ମଧ୍ୟରେ ଦୁଇ ଜଣ ମହିଳା ଓ ଜଣେ ପୁରୁଷ ରହିଥିବା ଜଣାପଡିଛି । ସୂଚନା ପାଇବା ପରେ ଏବଂ SDRF କମାଣ୍ଡାଣ୍ଟ ଅର୍ପଣ ଯଦୁବଂଶୀଙ୍କ ନିର୍ଦ୍ଦେଶରେ, ଡାକପଥର, ଚକ୍ରତା, ମୋରି ଏବଂ ଟୁନିର SDRF ଦଳଗୁଡ଼ିକୁ ତୁରନ୍ତ ଦୁର୍ଘଟଣାସ୍ଥଳକୁ ପଠାଯାଇଥିଲା । ଅନ୍ୟପଟେ ଏହି ଦୁର୍ଘଟଣା ପାଇଁ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଦୁଃଖ ପ୍ରକାଶ କରିଛନ୍ତି । ଏଥି ସହ ଉଦ୍ଧାର କାର୍ଯ୍ୟ ଏବଂ ରିଲିଫ୍ ପାଇଁ ଜିଲ୍ଲା ପ୍ରଶାସନ ଏବଂ ପୋଲିସଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+