ବଜେଟ୍ ଦେଶର ବିମାନ ଚଳାଚଳ କ୍ଷେତ୍ରକୁ ଆତ୍ମନିର୍ଭରଶୀଳ କରିବାରେ ସମର୍ଥନ କରିବ
ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ, କେନ୍ଦ୍ର ବଜେଟ୍ ୨୦୨୬- ୨୭କୁ ସ୍ୱାଗତ କରିଛି । ମନ୍ତ୍ରଣାଳୟ କହିଛି ଏହି ବଜେଟ୍ ଦେଶର ବିମାନ ଚଳାଚଳ କ୍ଷେତ୍ରକୁ ଆତ୍ମନିର୍ଭରଶୀଳ କରିବାରେ ସମର୍ଥନ କରିବ । ବିମାନ ଏବଂ ଭାରତୀୟ ଉପକରଣ ଉପରେ ମୌଳିକ ସୀମା ଶୁଳ୍କ ଛାଡ କରାଯିବାଦ୍ୱାରା ଘରୋଇ ବିମାନ ଉତ୍ପାଦନକୁ ଯଥେଷ୍ଟ ପ୍ରୋତ୍ସାହନ ମିଳିବ ।

ଆକାଶବାଣୀ ସମ୍ବାଦ ବିଭାଗ ସହ କଥାବାର୍ତ୍ତା ବେଳେ ମନ୍ତ୍ରଣାଳୟର ସଚିବ ସମୀର କୁମାର ସିହ୍ନା କହିଛନ୍ତି, ୨୦୨୮ ମସିହା ପର୍ଯ୍ୟନ୍ତ ରକ୍ଷଣାବେକ୍ଷଣ, ମରାମତି ଏବଂ ସମସ୍ତ ଉପକରଣ ଅଂଶ ଉପରେ ସୀମାଶୁଳ୍କ ଛାଡର ସମ୍ପ୍ରସାରଣ ଭାରତକୁ ଏକ ବିଶ୍ୱ ବିମାନ ରକ୍ଷଣାବେକ୍ଷଣ ହବ୍ ଭାବରେ ସୁଦୃଢ଼ କରିବ । ଏହି ପଦକ୍ଷେପ କୁଶଳୀ ନିଯୁକ୍ତି ସୃଷ୍ଟି କରିବା ସହ ଖର୍ଚ୍ଚ ହ୍ରାସ କରିବ ଏବଂ ବିଶ୍ୱ ବିମାନ ଚଳାଚଳ ଇକୋ ସିଷ୍ଟମରେ ଭାରତର ପ୍ରତିଦ୍ୱନ୍ଦ୍ୱିତାକୁ ବୃଦ୍ଧି କରିବ ।
More From
-
APSEZ ର ବଡ଼ ସଫଳତା: 500 ମିଲିୟନ୍ ଟନ୍ କାର୍ଗୋ ହ୍ୟାଣ୍ଡଲିଂ ସୀମା ଅତିକ୍ରମ -
ବଡ ନିଷ୍ପତ୍ତି: ଜୁନ୍ ପର୍ଯ୍ୟନ୍ତ ଏସବୁ ଉତ୍ପାଦ ଉପରେ କଷ୍ଟମ୍ ଶୁଳ୍କ ଛାଡ଼ -
IPL-2026 : କୋଲକାତାକୁ ଭେଟିବ ହାଇଦ୍ରାବାଦ୍ : ପ୍ରଥମ ବିଜୟ ଲକ୍ଷ୍ୟରେ ଉଭୟ ଟିମ୍ -
Adani Green Energy ର ବଡ଼ ସଫଳତା: FY26ରେ 5GW କ୍ଷମତା ସହ ବିଶ୍ୱରେ ନୂଆ ରେକର୍ଡ -
ଭୁବନେଶ୍ୱରରେ VFS ଗ୍ଲୋବାଲ ଭିସା ଆବେଦନ କେନ୍ଦ୍ର ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ







Click it and Unblock the Notifications