ନିଟ୍‌-ୟୁଜି ପୁନଃପରୀକ୍ଷା ପାଇଁ ସେନା ସହାୟତା ନିଆଯିବ

ଆସନ୍ତା ଜୁନ୍ ୨୧ରେ ଦେଶବ୍ୟାପୀ ନିଟ୍-ୟୁଜି ୨୦୨୬ର ପୁନଃପରୀକ୍ଷା ହେବାକୁ ଯାଉଛି। ପରୀକ୍ଷାକୁ ସ୍ୱଚ୍ଛ ଓ ସୁରକ୍ଷିତ କରିବା ପାଇଁ ସରକାର ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି। ପ୍ରଶ୍ନପତ୍ର ଲିକ୍‌ ରୋକିବା ଏବଂ ପ୍ରଶ୍ନପତ୍ର ସୁରକ୍ଷିତ ଭାବେ ପରୀକ୍ଷା କେନ୍ଦ୍ରଗୁଡ଼ିକରେ ପହଞ୍ଚାଇବା ପାଇଁ ଭାରତୀୟ ସେନା ଏବଂ ବାୟୁସେନାର ସହାୟତା ନିଆଯାଇପାରେ। କୌଣସି ଜାତୀୟ ପ୍ରବେଶିକା ପରୀକ୍ଷାର ଲଜିଷ୍ଟିକ୍ସ (ପରିବହନ ଓ ସୁରକ୍ଷା) ପାଇଁ ସେନାର ସହାୟତା ନିଆଯିବା ପ୍ରଥମ ଘଟଣା ହେବ।

Army assistance

ଏଥିପାଇଁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ବାସଭବନରେ ଗୁରୁବାର ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ)ର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।ଏହି ବୈଠକରେ ପ୍ରଶ୍ନପତ୍ର ପ୍ରସ୍ତୁତିଠାରୁ ଆରମ୍ଭ କରି ପରୀକ୍ଷା କେନ୍ଦ୍ରରେ ପହଞ୍ଚିବା ପର୍ଯ୍ୟନ୍ତ ସମସ୍ତ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରାଯାଇଛି। ବୈଠକର ସୂଚନା ଅନୁଯାୟୀ ଦେଶର ଦୁର୍ଗମ ଅଞ୍ଚଳ କିମ୍ବା ମୌସୁମି ବର୍ଷା ଯୋଗୁଁ ପ୍ରଭାବିତ ହେବାକୁ ଥିବା ସ୍ଥାନଗୁଡ଼ିକରେ ସୁରକ୍ଷିତ ଭାବେ ପ୍ରଶ୍ନପତ୍ର ପହଞ୍ଚାଇବା ପାଇଁ ବାୟୁସେନାର ବିମାନ କିମ୍ବା ହେଲିକପ୍ଟରର ବ୍ୟବହାର କରାଯିବ। ସେହିପରି ସ୍ଥଳଭାଗରେ ପରିବହନ ସମୟରେ ସେନାର ସାହାଯ୍ୟ ନିଆଯାଇପାରେ। ସେନାର ଭୂମିକା କେବଳ ପ୍ରଶ୍ନପତ୍ର ସୁରକ୍ଷିତ ପରିବହନ ଏବଂ ଜରୁରିକାଳୀନ ପରିସ୍ଥିତିର ମୁକାବିଲା ମଧ୍ୟରେ ସୀମିତ ରହିବ। ପରୀକ୍ଷା ପରିଚାଳନା କିମ୍ବା ତଦାରଖରେ ସେମାନଙ୍କର କୌଣସି ହସ୍ତକ୍ଷେପ ରହିବ ନାହିଁ।

ଗତ ମେ ୩ ତାରିଖରେ ହୋଇଥିବା ନିଟ୍-ୟୁଜି ପରୀକ୍ଷାର ପ୍ରଶ୍ନପତ୍ର ଲିକ୍‌ ଅଭିଯୋଗ ପରେ ସରକାର ମେ ୧୨ ରେ ଏହି ପରୀକ୍ଷାକୁ ବାତିଲ କରିଥିଲେ। ପ୍ରାୟ ୨୨ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଜୁନ୍ ୨୧ରେ ପୁଣିଥରେ ଏହି ପରୀକ୍ଷା ହେବ। ଏଥର ପରୀକ୍ଷାରେ କୌଣସି ପ୍ରକାର ତ୍ରୁଟି ନହେବା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତି ଚଳାଇଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+