ଇଡି ଅଫିସରେ ଅନିଲ ଅମ୍ବାନି, ମନି ଲଣ୍ଡ୍ରିଂ ମାମଲାରେ ହେବ ଜେରା
ଦିଲ୍ଲୀ ଇଡି ଅଫିସରେ ହାଜର ହେଲେ ଅନିଲ ଅମ୍ବାନି। ମନି ଲଣ୍ଡ୍ରିଂ ମାମଲାରେ ସେ ଇଡି ଅଫିସରେ ହାଜର ହୋଇଛନ୍ତି। ଏଥିପାଇଁ ଅନିଲଙ୍କୁ ପୂର୍ବରୁ ନୋଟିସ ହୋଇଥିଲା। ଆଜି ତାଙ୍କୁ ଦ୍ଵିତୀୟ ପର୍ଯ୍ୟାୟରେ ଜେରା କରାଯିବ। ସେପଟେ ବେଆଇନ ଅର୍ଥ କାରବାର ନିରୋଧୀ ଆଇନ(ପିଏମ୍ଏଲ୍ଏ) ଅଧୀନରେ ଅମ୍ବାନିଙ୍କ ଘର 'ଆବୋଡ୍'କୁ ଆଟାଚ୍ କରିଛି ଇଡି । ଏହାର ମୂଲ୍ୟ ୩,୭୧୬ କୋଟି ଟଙ୍କା ରହିଥିବା ସୂତ୍ରରୁ ଜଣାପଡ଼ିଛି । ଏହି ସାନ୍ଦାର ଘର ୬୬ ମିଟର ଉଚ୍ଚା । ଏଥିରେ ୧୭ଟି ମହଲା ରହିଛି । ମୁମ୍ବାଇର ପାଲୀ ହିଲ ଅଞ୍ଚଳରେ ଏହା ଅବସ୍ଥିତ। .

ସୂଚନା ଅନୁଯାୟୀ, ପିଏମ୍ଏଲ୍ଏ ଆଇନ ଅଧୀନରେ ଏକ ଅସ୍ଥାୟୀ ନିର୍ଦ୍ଦେଶ ଜାରି କରାଯାଇଛି, ଯଦ୍ଦ୍ୱାରା ତାଙ୍କ ଗ୍ରୁପ୍ କମ୍ପାନି ରିଲାଏନ୍ସ କମ୍ୟୁନିକେଶନ୍ସ ଦ୍ୱାରା ହୋଇଥିବା ବ୍ୟାଙ୍କ୍ ଠକେଇ ମାମଲାରେ ବହୁ ମହଲା ଘରକୁ ଆଟାଚ୍ କରାଯାଇପାରିବ । ଆଟାଚ୍ ହୋଇଥିବା ସମ୍ପତ୍ତିର ମୂଲ୍ୟ ୩,୭୧୬.୮୩ କୋଟି ଟଙ୍କା । ଅନିଲ ପ୍ରଥମେ ୨୦୨୫ ଅଗଷ୍ଟରେ ଇଡି ଆଗରେ ହାଜର ହୋଇଥିଲେ । ପିଏମ୍ଏଲ୍ଏ ଅଧୀନରେ ତାଙ୍କ ବୟାନ ରେକର୍ଡ କରାଯାଇଥିଲା ।
ନୂଆ ନିର୍ଦ୍ଦେଶ ସହ ଏ ମାମଲାରେ ଆଟାଚ୍ ହୋଇଥିବା ମୋଟ ସମ୍ପତ୍ତିର ମୂଲ୍ୟ ପାଖାପାଖି ୧୫,୭୦୦ କୋଟି ଟଙ୍କା ହୋଇଯାଇଛି । ଅନିଲ ଅମ୍ବାନିଙ୍କ ପାଇଁ ଏହା ବଡ଼ ଝଟ୍କା । ଗତ କିଛି ବର୍ଷ ହେବ ସେ ବ୍ୟବସାୟରେ ସଂଘର୍ଷ କରୁଛନ୍ତି । ଇଡିର ଏହି କାର୍ଯ୍ୟାନୁଷ୍ଠାନ ଆଗକୁ ଅନିଲଙ୍କ ସମସ୍ୟାକୁ ଆହୁରି ବଢ଼ାଇପାରେ ।
-
APSEZ ର ବଡ଼ ସଫଳତା: 500 ମିଲିୟନ୍ ଟନ୍ କାର୍ଗୋ ହ୍ୟାଣ୍ଡଲିଂ ସୀମା ଅତିକ୍ରମ -
Adani Ports ର ବଡ଼ ରେକର୍ଡ: 500 ମିଲିୟନ୍ ଟନ୍ କାର୍ଗୋ ପାର, 2030 ମଧ୍ୟରେ 1 ବିଲିୟନ୍ ଟନ୍ ଲକ୍ଷ୍ୟ -
IPL-2026 : କୋଲକାତାକୁ ଭେଟିବ ହାଇଦ୍ରାବାଦ୍ : ପ୍ରଥମ ବିଜୟ ଲକ୍ଷ୍ୟରେ ଉଭୟ ଟିମ୍ -
ଶନିବାର ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକ, ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ଲାଗିପାରେ ମୋହର -
IPL 2026: ପଞ୍ଜାବର ଦ୍ବିତୀୟ ବିଜୟ, ଧୋନୀଙ୍କ ଅନୁପସ୍ଥିତିରେ ପୁଣି ହାରିଲା CSK







Click it and Unblock the Notifications