ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କୁ ଇଡି ପକ୍ଷରୁ ମିଳିଲା ଗ୍ରୀନ ସିଗିନାଲ
ଏକ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ପକ୍ଷରୁ ତେଲୁଗୁ ଦେଶମ ପାର୍ଟି ସୁପ୍ରିମୋ ତଥା ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କୁ କ୍ଲିନଚିଟ୍ ପ୍ରଦାନ କରାଯାଇଛି। ଏହି ଦୁର୍ନୀତି ସହ ନାଇଡୁଙ୍କର ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ସମ୍ପର୍କ ନାହିଁ ବୋଲି ଇଡି ରିପୋର୍ଟରେ ଉଲ୍ଲେଖ କରାଯାଇଛି। ପୂର୍ବରୁ ଆନ୍ଧ୍ର ପୁଲିସର ସିଆଇଡି ବିଭାଗ ମଧ୍ୟ ଏହି ମାମଲାରେ ନାଇଡୁଙ୍କ ସପକ୍ଷରେ ମତ ଦେଇସାରିଛି। ସୂଚନାଯୋଗ୍ୟ ନାଇଡୁଙ୍କ ଦ୍ବିତୀୟ ଦଫା ମୁଖ୍ୟମନ୍ତ୍ରିତ୍ବ କାଳରେ ସେ ଆନ୍ଧ୍ରରେ ଏକ ଦକ୍ଷତା ବିକାଶ କର୍ପୋରେସନ ପ୍ରତିଷ୍ଠା କରିଥିଲେ। ଏଥିଯୋଗୁଁ ରାଜ୍ୟ ସରକାରଙ୍କୁ ୩୭୧ କୋଟି ଟଙ୍କାର କ୍ଷତି ସହିବାକୁ ପଡିଥିଲା ବୋଲି ଅଭିଯୋଗ ହୋଇଥିଲା। ଜଗନ ମୋହନ ରେଡ୍ଡିଙ୍କ ଶାସନକାଳରେ ନାଇଡୁଙ୍କ ବିରୋଧରେ ଏତଲା ଦାଏର କରାଯାଇଥିଲା। ୨୦୨୩ ସେପ୍ଟେମ୍ବରରେ ତାଙ୍କୁ ଗିରଫ କରାଯାଇଥିଲା। ରାଜମହେନ୍ଦ୍ରୀ ଜେଲରେ ୫୩ ଦିନ ଅବସ୍ଥାନ କରିବାପରେ ନାଇଡୁଙ୍କୁ ଜାମିନ ମିଳିଥିଲା।

More From
-
APSEZ ର ବଡ଼ ସଫଳତା: 500 ମିଲିୟନ୍ ଟନ୍ କାର୍ଗୋ ହ୍ୟାଣ୍ଡଲିଂ ସୀମା ଅତିକ୍ରମ -
VerSe Innovation ର ନୂତନ ପଦକ୍ଷେପ: ପି.ଆର୍. ରମେଶ ସ୍ୱତନ୍ତ୍ର ନିର୍ଦ୍ଦେଶକ ଓ ଅଡିଟ କମିଟି ଅଧ୍ୟକ୍ଷ ଭାବେ ନିଯୁକ୍ତ -
VerSe Innovation ର ନୂତନ ପଦକ୍ଷେପ: ପି.ଆର୍. ରମେଶ ସ୍ୱତନ୍ତ୍ର ନିର୍ଦ୍ଦେଶକ ଓ ଅଡିଟ କମିଟି ଅଧ୍ୟକ୍ଷ ଭାବେ ନିଯୁକ୍ତ -
ଅଯୋଧ୍ୟାରେ ଗୌତମ ଆଦାନୀଙ୍କ ଭକ୍ତି ଯାତ୍ରା, ଭାରତର ପରମ୍ପରାକୁ ଦେଲେ ନୂଆ ଗୌରବ -
IPL 2026 : କିଙ୍ଗସ୍ ବନାମ କିଙ୍ଗସ୍ : ପ୍ରଥମ ବିଜୟ ଲକ୍ଷ୍ୟରେ ଚେନ୍ନାଇ, ପଞ୍ଜାବ ପାଇଁ ଚିନ୍ତା ବ୍ୟାଟରଙ୍କ ଫର୍ମ୍ -
APSEZ ର ବଡ଼ ସଫଳତା: 500 ମିଲିୟନ୍ ଟନ୍ କାର୍ଗୋ ହ୍ୟାଣ୍ଡଲିଂ ସୀମା ଅତିକ୍ରମ -
ବଡ ନିଷ୍ପତ୍ତି: ଜୁନ୍ ପର୍ଯ୍ୟନ୍ତ ଏସବୁ ଉତ୍ପାଦ ଉପରେ କଷ୍ଟମ୍ ଶୁଳ୍କ ଛାଡ଼ -
IPL-2026 : କୋଲକାତାକୁ ଭେଟିବ ହାଇଦ୍ରାବାଦ୍ : ପ୍ରଥମ ବିଜୟ ଲକ୍ଷ୍ୟରେ ଉଭୟ ଟିମ୍ -
Adani Green Energy ର ବଡ଼ ସଫଳତା: FY26ରେ 5GW କ୍ଷମତା ସହ ବିଶ୍ୱରେ ନୂଆ ରେକର୍ଡ -
ଭୁବନେଶ୍ୱରରେ VFS ଗ୍ଲୋବାଲ ଭିସା ଆବେଦନ କେନ୍ଦ୍ର ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ




Click it and Unblock the Notifications