ଆସନ୍ତା ମାସ ୩ରୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ପାଇଁ ଖୋଲା ରହିବ ଅମୃତ ଉଦ୍ୟାନ
ରାଷ୍ଟ୍ରପତି ଭବନ ପରିସରରେ ଥିବା ଅମୃତ ଉଦ୍ୟାନ ସର୍ବସାଧାରଣଙ୍କ ପାଇଁ ଆସନ୍ତା ମାସ ୩ ତାରିଖରୁ ମାର୍ଚ୍ଚମାସ ୩୧ ତାରିଖ ପର୍ଯ୍ୟନ୍ତ ଖୋଲା ରହିବ । ଅମୃତ ଉଦ୍ୟାନ ସକାଳ ୧୦ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଖୋଲା ରହିବ । ଦର୍ଶକମାନେ ଅପରାହ୍ନ ୫ଟା ୧୫ ମିନିଟ୍ ସୁଦ୍ଧା ଉଦ୍ୟାନକୁ ପ୍ରବେଶ କରିପାରିବେ ।

ରକ୍ଷଣାବେକ୍ଷଣ ପାଇଁ ପ୍ରତ୍ୟେକ ସୋମବାର ଉଦ୍ୟାନ ବନ୍ଦ ରହିବ । ମାର୍ଚ୍ଚ ୪ ତାରିଖ ଦିନ ହୋଲି ପାଇଁ ସର୍ବସାଧାରଣଙ୍କ ନିମନ୍ତେ ଉଦ୍ୟାନ ବନ୍ଦ ରହିବ । ଦର୍ଶକମାନଙ୍କ ପାଇଁ ଉଦ୍ୟନକୁ ନିଃଶୁଳ୍କ ପ୍ରବେଶ ବ୍ୟବସ୍ଥା କରାଯାଇଛି । ତେବେ ଦର୍ଶକମାନଙ୍କୁ ଏଥିପାଇଁ ଅନ୍ଲାଇନ୍ ମାଧ୍ୟମରେ ବା ୩୫ ନମ୍ବର ପ୍ରବେଶଦ୍ୱାର ନିକଟରେ ଥିବା କାଉଣ୍ଟରରୁ ଟିକେଟ୍ ସଂଗ୍ରହ କରିବାକୁ ପଡ଼ିବ । ଉଦ୍ୟାନ ମଧ୍ୟକୁ ମୋବାଇଲ୍ ଫୋନ୍,ହାତବ୍ୟାଗ୍, ଶିଶୁମାନଙ୍କ ଖାଦ୍ୟ, ପାଣି ବୋତଲ ବ୍ୟତୀତ ଅନ୍ୟ କୌଣସି ଜିନିଷ ନେବା ଉପରେ କଟକଣା ଲଗାଯାଇଛି ।
More From
-
APSEZ ର ବଡ଼ ସଫଳତା: 500 ମିଲିୟନ୍ ଟନ୍ କାର୍ଗୋ ହ୍ୟାଣ୍ଡଲିଂ ସୀମା ଅତିକ୍ରମ -
ବଡ ନିଷ୍ପତ୍ତି: ଜୁନ୍ ପର୍ଯ୍ୟନ୍ତ ଏସବୁ ଉତ୍ପାଦ ଉପରେ କଷ୍ଟମ୍ ଶୁଳ୍କ ଛାଡ଼ -
IPL-2026 : କୋଲକାତାକୁ ଭେଟିବ ହାଇଦ୍ରାବାଦ୍ : ପ୍ରଥମ ବିଜୟ ଲକ୍ଷ୍ୟରେ ଉଭୟ ଟିମ୍ -
Adani Green Energy ର ବଡ଼ ସଫଳତା: FY26ରେ 5GW କ୍ଷମତା ସହ ବିଶ୍ୱରେ ନୂଆ ରେକର୍ଡ -
ଭୁବନେଶ୍ୱରରେ VFS ଗ୍ଲୋବାଲ ଭିସା ଆବେଦନ କେନ୍ଦ୍ର ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ







Click it and Unblock the Notifications