Get Updates
Get notified of breaking news, exclusive insights, and must-see stories!

ପଶ୍ଚିମବଙ୍ଗ SIR ପ୍ରକ୍ରିୟାକୁ ନେଇ ଚିନ୍ତା ବ୍ୟକ୍ତ କଲେ ଅମର୍ତ୍ୟ ସେନ୍

ନୋବେଲ ପୁରସ୍କାର ବିଜେତା ଅମର୍ତ୍ୟ ସେନ୍ ପଶ୍ଚିମବଙ୍ଗ ଏସଆଇଆରକୁ ନେଇ ଗଭୀର ଚିନ୍ତା ପ୍ରକଟ କରିଛନ୍ତି। ସେ କହିଛନ୍ତି ଯେ ରାଜ୍ୟରେ ଏହି କାମ ଏବେ ତରବରିଆ ଭାବେ କରାଯାଉଛି ଓ ଏହା ଦ୍ୱାରା ଗଣତାନ୍ତ୍ରିକ ଭାଗିଦାରୀ ବିପଦରେ ପଡିପାରେ। ସେ କହିଛନ୍ତି ଯେ ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ମାତ୍ର ଆଉ କିଛି ସମୟ ବାକି। ହେଲେ ନିର୍ବାଚନ କମିଶନ ଏସଆଇଆର ପ୍ରକ୍ରିୟା ସାରି ପାରି ନାହାନ୍ତି। ୯୨ ବର୍ଷ ବୟଷ୍କ ଅର୍ଥଶାସ୍ତ୍ରୀ ଆମେରିକାର ବୋଷ୍ଟନରୁ ପିଟିଆଇକୁ ଦେଇଥିବା ସାକ୍ଷାତକାରରେ ନିର୍ବାଚନୀ ଭୋଟର ଲିଷ୍ଟ ସଂଶୋଧନର ଗଣତାନ୍ତ୍ରିକ ଗୁରୁତ୍ୱ ଉପରେ ତାଙ୍କର ବିଚାର ବ୍ୟକ୍ତ କରିଛନ୍ତି।

Amartya Sen

ସେ କହିଛନ୍ତି ଯେ ଏପରି ପ୍ରକ୍ରିୟା ଅତ୍ୟନ୍ତ ସାବଧାନତାର ସହ ଓ ପର୍ଯ୍ୟାପ୍ତ ସମୟ ହାତରେ ରଖି କରାଯିବାର ଥିଲା। ତେବେ ପଶ୍ଚିମବଙ୍ଗରେ ଏହି ଉଭୟ ସର୍ତ୍ତ ପାଳନ ହେଉ ନାହିଁ। ସେନ କହିଛନ୍ତି ଯେ ଭୋଟର ଲିଷ୍ଟର ଗହନ ଓ ସାବଧାନତା ପୂର୍ବକ ସଂଶୋଧନ, ପର୍ଯ୍ୟାପ୍ତ ସମୟ ଦେଇ କରାଗଲେ ଏହା ଏକ ଭଲ ଗଣତାନ୍ତ୍ରିକ ପ୍ରକ୍ରିୟା ହୋଇ ପାରିବ। ହେଲେ ପଶ୍ଚିମବଙ୍ଗରେ ଏବେ ଯାହା ହେଉଛି ତାହା ସେପରି ହେଉ ନାହିଁ। ଅମର୍ତ୍ଯ ସେନ କହିଛନ୍ତି ଯେ ଏସଆଇଆର ରାଜ୍ୟରେ ତରବରିଆ ଭାବେ କରାଯାଉଛି। ଏଣୁ ଭୋଟରଙ୍କୁ ସେମାନଙ୍କ କାଗଜପତ୍ର ଜମା କରିବାକୁ ଓ ଆଗାମୀ ବିଧାନସଭା ନିର୍ବାଚନରେ ଭୋଟ ଦେବା ଲାଗି ସେମାନଙ୍କ ଅଧିକାର ସାବ୍ୟସ୍ତ କରିବାକୁ ପର୍ଯ୍ୟାପ୍ତ ସମୟ ମିଳୁନି।

ଅମର୍ତ୍ୟ ସେନ୍ ଏହାକୁ ଗଣତନ୍ତ୍ର ସହ ଧୋକା ଓ ଭୋଟରଙ୍କ ସହ ଅନ୍ୟାୟ ହେଉଥିବାର କହିଛନ୍ତି। ସେନ ତାଙ୍କ ବ୍ୟକ୍ତିଗତ ଅଭିଜ୍ଞତାକୁ ନେଇ କହିଛନ୍ତି ଯେ ଶାନ୍ତିନିକେତନରେ ଭୋଟ ଦେବା ପାଇଁ ତାଙ୍କ ଅଧିକାରକୁ ନେଇ ପ୍ରଶ୍ନ ଉଠାଯାଇଛି। ଏଠାରେ ତାଙ୍କ ନାମ ଠିକଣା ଓ ଅନ୍ୟ ବିବରଣୀ ଅଧିକାରୀକ ରେକର୍ଡରେ ରହିଛି। ସେ କହିଛନ୍ତି ଯେ ନିର୍ବାଚନ ଆୟୋଗଙ୍କ ଅଧିକାରୀ ତାଙ୍କ ପରଲୋକଗତ ମା ଅମିତା ସେନଙ୍କ ବୟସକୁ ନେଇ ପ୍ରଶ୍ନ କରିଛନ୍ତି, ଯେତେବେଳେ ମାଙ୍କ ବିସ୍ତୃତ ବିବରଣୀ ଅଧିକାରୀକ ରେକର୍ଡରେ ରହିଛି।

ନୋବେଲ ବିଜେତା କହିଛନ୍ତି ଯେ ଗ୍ରାମୀଣ ଭାରତରେ ଜନ୍ମିତ ଅନେକ ନାଗରିକଙ୍କ ଭଳି ତାଙ୍କର ମଧ୍ୟ ଜନ୍ମ ପ୍ରମାଣପତ୍ର ନାହିଁ। ଏଣୁ ଭୋଟର ହେବା ପାଇଁ ଅତିରିକ୍ତ କାଗଜ ବ୍ୟବସ୍ଥା କରିବାକୁ ପଡିଥିଲା। ତେବେ ମୋ ମାମଲାର ସମାଧାନ ହୋଇଯାଇଛି, ହେଲେ ମୁଁ ସେହି ନାଗରିକଙ୍କ ଲାଗି ଚିନ୍ତିତ ଯେଉଁମାନଙ୍କର ମୋ ଭଳି ସହୟତା ନାହିଁ। ସେନ କହିଛନ୍ତି ଯେ ମୋ ବନ୍ଧୁମାନଙ୍କ ସହଯୋଗରୁ ମୋ କାମ ହୋଇଯାଇଛି ,ହେଲେ ଯେଉଁମାନଙ୍କର ବିଶ୍ୱସ୍ଥ ବନ୍ଧୁ ନାହାନ୍ତି ସେମାନଙ୍କର ଭୋଟର ଲିଷ୍ଟରେ ନାମ ଉଠିବ କେମିତି? ଉଲ୍ଲେଖଯୋଗ୍ୟ ଯେ ସେନଙ୍କୁ ଅସଙ୍ଗତି ଦୂର କରିବା ପାଇଁ ନିର୍ବାଚନ ଆୟୋଗ ଶୁଣାଣିକୁ ଡାକିଥିଲେ।

ତେବେ ଏସଆଇଆର ଯୋଗୁ କୌଣସି ଗୋଟିଏ ରାଜନୈତିକ ଦଳକୁ ଲାଭ ମିଳିବ କି ବୋଲି ସେନଙ୍କୁ ପଚରା ଯିବାରେ ସେ କହିଛନ୍ତି ଯେ ଏ ବାବଦେ ମୁଁ ନିଶ୍ଚିତ ରୂପେ କିଛି କହି ପାରିବିନି। ହେଲେ ଗଣତାନ୍ତ୍ରିକ ଅଖଣ୍ଡତା ସବୁଠୁ ଗୁତୁପୂର୍ଣ୍ଣ ବୋଲି ସେ କହିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+