Get Updates
Get notified of breaking news, exclusive insights, and must-see stories!

ଅହମ୍ମଦାବାଦ ବିମାନ ଦୁର୍ଘଟଣା, ସାମ୍ନାକୁ ଆସିଲା ଦୁର୍ଘଟଣାର ବଡ କାରଣ

ଗତବର୍ଷ ଜୁନ ୧୨ରେ ଅହମ୍ମଦାବାଦରୁ ଲଣ୍ଡନ ଗାଟୱିକ୍ ଯାଉଥିବା ଏୟାର ଇଣ୍ଡିଆ ବୋଇଙ୍ଗ ୭୮୭-୮ ଡ୍ରିମଲାଇନ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି ଭୟଙ୍କର ପ୍ଲେନ୍ କ୍ରାସରେ ୨୭୦ ଜଣଙ୍କର ମୃତ୍ୟୁ ହୋଇଥିଲା । ପ୍ଲେନରେ ଥିବା ୨୪୨ ଜଣ ଯାତ୍ରୀ ଓ କର୍ମଚାରୀଙ୍କ ମଧ୍ୟରୁ ୨୪୧ ଜଣଙ୍କର ମୃତ୍ୟୁ ହୋଇଥିଲା । ସୌଭାଗ୍ୟବସତଃ ଜଣେ ବଞ୍ଚିଥିଲେ । ପରେ ମୃତ୍ୟୁସଂଖ୍ୟା ୨୭୦ରେ ପହଞ୍ଚିଥିଲା । ଦେଶକୁ ଦୋହଲାଇ ଦେଇଥିଲା ଏହି ଦୁର୍ଘଟଣା । ଟେକଅପର ମାତ୍ର କିଛି ସେକେଣ୍ଡ ମଧ୍ୟରେ ଏକ ଆବାସିକ ଅଞ୍ଚଳରେ ଖସି ପଡିଥିଲା ପ୍ଲେନ୍ । ଦୁର୍ଘଟଣାକୁ ନେଇ ଏକ ରିପୋର୍ଟ ଆସିଛି । ଆମେରିକୀୟ ସଂସ୍ଥାର ଯାଞ୍ଚ ରିପୋର୍ଟରେ ବିମାନରେ ପୂର୍ବରୁ ବୈଷୟିକ ତ୍ରୁଟି ଥିବା ଦର୍ଶାଯାଇଛି । ବୈଦ୍ୟୁତିକ ଏବଂ ସଫଟୱେର ତ୍ରୁଟି ପାଇଁ ସବୁ ବ୍ୟବସ୍ଥା ବନ୍ଦ ହୋଇଯାଇଥିବା ରିପୋର୍ଟରେ କୁହାଯାଇଛି ।

Ahmedabad plane crash

ବୋଇଂ ୭୮୭ ବିମାନ ଦୁର୍ଘଟଣାଗ୍ରସ୍ତ ଘଟିଥିଲା ତାହା ପୂର୍ବରୁ ଅନେକ ଥର ଖରାପ ହୋଇଥିଲା । ସେଥିରେ ବୈଷୟିକ ତ୍ରୁଟି ଦେଖାଦେଇଥିଲା । ଏପରିକି ୪ ବର୍ଷ ତଳେ ସେଥିରେ ନିଆଁ ମଧ୍ୟ ଲାଗିଯାଇଥିଲା । ଆମେରିକା ସ୍ଥିତ ଫାଉଣ୍ଡେସନ ଫର ଆଭିଏସନ ସେଫ୍ଟି (ଏଫଏଏସ୍‌) ପକ୍ଷରୁ ଏଭଳି ଦାବି କରାଯାଇଛି । ସେଥିରେ କୁହାଯାଇଛି ଯେ, ବିମାନର ଇଲେକ୍ଟ୍ରିକାଲ ସିଷ୍ଟମ ଫେଲ୍‌ ହେବା ଯୋଗୁ ଗୋଟିଏ ପରେ ଗୋଟିଏ ସିଷ୍ଟମ ବନ୍ଦ ହୋଇଯାଇଥିଲା । ଏହା ଦୁର୍ଘଟଣାର କାରଣ ହୋଇଥାଇପାରେ । ଆଧୁନିକ ବିମାନର ଅଧିକାଂଶ ସିଷ୍ଟମ ବିଦ୍ୟୁତ୍‌ ଓ ସଫ୍ଟୱେର ସହ ଜଡିତ । ତେଣୁ ବିଦ୍ୟୁତ ଯୋଗାଣରେ ସମସ୍ୟା ଯୋଗୁ ଏକସମୟରେ ଅନେକ ସିଷ୍ଟମ ହୁଏତ ବନ୍ଦ ହୋଇଯାଇଥିବ । ଦୁର୍ଘଟଣାଗ୍ରସ୍ତ ବିମାନର କକପିଟ୍‌ ଭଏସ୍‌ ରେକର୍ଡରର ତଥ୍ୟ ଏପର୍ଯ୍ୟନ୍ତ ସାର୍ବଜନୀନ କରାଯାଇନାହିଁ । ତେଣୁ ବିମାନଟିରେ କେଉଁ ସମସ୍ୟା ଉପୁଜିଥିଲା ତାହା ଜାଣିବା ସମ୍ଭବ ହୋଇପାରିନାହିଁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+