ଏନ୍ସିପି ନେତାଙ୍କ ବଡ଼ ଦାବି; ପରିବର୍ତ୍ତନ ହେଉ ‘ଲଡକି ବେହେନ’ ଯୋଜନାର ନାମ
ମହାରାଷ୍ଟ୍ରରେ ଚାଲିଥିବା 'ଲଡକି ବେହେନ' ଯୋଜନାର ନାମ ପରିବର୍ତ୍ତନ ପାଇଁ ମଙ୍ଗଳବାର ଦାବି ଉଠିଛି। ଏନସିପି ନେତା ଅମୋଲ ମିଟକାରୀ କହିଛନ୍ତି, ଅଜିତ ଦାଦା ମହିଳାମାନଙ୍କ ପ୍ରିୟ ଭାଇ ରହିଥିଲେ। ସେ ଯେତେବେଳେ ରାଜ୍ୟର ବିଭିନ୍ନ ଅଞ୍ଚଳ ଗସ୍ତ କରୁଥିଲେ ମା' ଉଭଣୀମାନେ ତାଙ୍କ ହାତରେ ରାଖୀ ବାନ୍ଧି ସ୍ୱାଗତ କରୁଥିଲେ।

ଏହା ଅଜିତ ଦାବାଙ୍କ ପ୍ରତି ମା' ଉଭଣୀଙ୍କ ଅତୁଟ ସ୍ନେହ ଏବଂ ଭଳ ପାଇବା ରହିଥିଲା। ଏନେଇ 'ଲଡକି ବେହେନ' ଯୋଜନାର ନାମ ପରିବର୍ତ୍ତନ କରି ଅଜିତ ଦାଦାଙ୍କ ନାମରେ ନାମିତ କଲେ ଏହା ତାଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ। ଏନେଇ ଏନସିପି ନେତା ଅଜିତ ଦାଦା ଲଡକି ବାହିନୀ ଯୋଜନା ନାମ କରଣ କରିବାକୁ ଦେବେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିଛନ୍ତି। ହେଲେ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ଆସିନାହିଁ।
ସୂଚନା ଯୋଗ୍ୟ, ଅଜିତ ପାୱାରଙ୍କ ଦେହାନ୍ତ ପରେ ଶୁକ୍ରବାର ତାଙ୍କ ପତ୍ନୀ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ବର୍ତ୍ତ୍ମାନ ଏନ୍ସିପିର ଏହି ଦାବି ମହାରାଷ୍ଟ୍ର ରାଜନୀତିରେ ଦଳର ସ୍ଥିତିକୁ ମଜବୁତ କରିବା ପାଇଁ ବୋଲି ଚର୍ଚ୍ଚା ଆରମ୍ଭ ହୋଇଯାଇଛି।
-
APSEZ ର ବଡ଼ ସଫଳତା: 500 ମିଲିୟନ୍ ଟନ୍ କାର୍ଗୋ ହ୍ୟାଣ୍ଡଲିଂ ସୀମା ଅତିକ୍ରମ -
ବଡ ନିଷ୍ପତ୍ତି: ଜୁନ୍ ପର୍ଯ୍ୟନ୍ତ ଏସବୁ ଉତ୍ପାଦ ଉପରେ କଷ୍ଟମ୍ ଶୁଳ୍କ ଛାଡ଼ -
IPL-2026 : କୋଲକାତାକୁ ଭେଟିବ ହାଇଦ୍ରାବାଦ୍ : ପ୍ରଥମ ବିଜୟ ଲକ୍ଷ୍ୟରେ ଉଭୟ ଟିମ୍ -
Adani Green Energy ର ବଡ଼ ସଫଳତା: FY26ରେ 5GW କ୍ଷମତା ସହ ବିଶ୍ୱରେ ନୂଆ ରେକର୍ଡ -
ଭୁବନେଶ୍ୱରରେ VFS ଗ୍ଲୋବାଲ ଭିସା ଆବେଦନ କେନ୍ଦ୍ର ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ







Click it and Unblock the Notifications