ଗୁଜୁରାଟ ହସ୍ପିଟାଲରେ ଅଗ୍ନିକାଣ୍ଡ : 18 ଜଣ କରୋନା ରୋଗୀଙ୍କ ମୃତ୍ୟୁ
ଗୁଜରାଟର ଭାରୁଚସ୍ଥିତ ଏକ ଡାକ୍ତରଖାନାରେ ଅଗ୍ନିକାଣ୍ଡ ଘଟି 18 ଜଣ କରୋନା ରୋଗୀଙ୍କ ମୃତ୍ୟୁ ହୋଇଛି । ଶୁକ୍ରବାର ରାତି ପ୍ରାୟ 12 ଟା 30ରେ ନିଆଁ ଲାଗିଥିବା ଜଣାପଡ଼ିଛି । ସୂଚନା ଅନୁସାରେ ନିଆଁ ଲାଗିଥିବା ସ୍ଥାନ ନିକଟରେ ହିଁ ଆଇସିୟୁ ୱାର୍ଡ ଥିଲା ।
ଅହମ୍ମଦାବାଦ : ଗୁଜରାଟର ଭାରୁଚସ୍ଥିତ ଏକ ଡାକ୍ତରଖାନାରେ ଅଗ୍ନିକାଣ୍ଡ ଘଟି 18 ଜଣ କରୋନା ରୋଗୀଙ୍କ ମୃତ୍ୟୁ ହୋଇଛି । ଶୁକ୍ରବାର ରାତି ପ୍ରାୟ 12 ଟା 30ରେ ନିଆଁ ଲାଗିଥିବା ଜଣାପଡ଼ିଛି । ସୂଚନା ଅନୁସାରେ ନିଆଁ ଲାଗିଥିବା ସ୍ଥାନ ନିକଟରେ ହିଁ ଆଇସିୟୁ ୱାର୍ଡ ଥିଲା । ନିଆଁ ଏତେ ଜୋରରେ ବ୍ୟାପି ଯାଇଥିଲା ଯେ ରୋଗୀଙ୍କୁ ବାହାରକୁ ବାହର କରିବାକୁ ସମୟ ହିଁ ନଥିଲା । ରୋଗୀଙ୍କୁ ବାହାର କରିବା ବେଳକୁ ଅନେକ ନିଆଁ ଭିତରେ ଫସି ଯାଇଥିଲେ । ନିଆଁ ଲାଗିବା ଖବର ପାଇ ଅଗ୍ନିଶମ ବାହିନୀ ଓ ପୋଲିସ ପ୍ରଶାସନ ପହଞ୍ଚି ଉଦ୍ଧାର କାର୍ଯ୍ୟ ସହ ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ । COVID-19 ହସ୍ପିଟାଲ ରାଜ୍ୟ ରାଜଧାନୀ ଅହମ୍ମଦାବାଦଠାରୁ ପ୍ରାୟ 190 କିଲୋମିଟର ଦୂରରେ ଥିବା ଭାରୁଚ-ଜାମ୍ବୁସର ରାଜପଥରେ ଅବସ୍ଥିତ ଏବଂ ଏକ ଟ୍ରଷ୍ଟ ଦ୍ୱାରା ପରିଚାଳିତ ହେଉଛି ।

ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ ବୋଲି ଅଧିକାରୀ କହିଛନ୍ତି । ଏକ ଘଣ୍ଟା ମଧ୍ୟରେ ନିଆଁକୁ ନିୟନ୍ତ୍ରଣ କରାଯାଇଥିଲା ଏବଂ ପ୍ରାୟ 50 ରୋଗୀଙ୍କୁ ସ୍ଥାନୀୟ ଲୋକ ତଥା ଅଗ୍ନିଶମ କର୍ମଚାରୀ ମଧ୍ୟ ଉଦ୍ଧାର କରିଥିଲେ ବୋଲି ଅଗ୍ନିଶମ ଅଧିକାରୀ କହିଛନ୍ତି । ସେମାନଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ବୋଲି ସେ କହିଛନ୍ତି । ପ୍ରାୟ 24 ଜଣ ଆକ୍ରାନ୍ତ ଆଇସିୟୁରେ ଭର୍ତ୍ତି ହୋଇଥିଲେ ।












Click it and Unblock the Notifications