Get Updates
Get notified of breaking news, exclusive insights, and must-see stories!

ନୋବେଲ ପୁରସ୍କାର : ଫିଜିଓଲୋଜିରେ 2 ଜଣଙ୍କୁ ନୋବେଲ ପୁରସ୍କାର

ତାପମାତ୍ରା ଏବଂ ସ୍ପର୍ଶ ପାଇଁ ରିସେପ୍ଟର ଉଦ୍ଭାବନ ପାଇଁ ଫିଜିଓଲୋଜି କିମ୍ବା ମେଡିସିନ୍ 2021 ନୋବେଲ ପୁରସ୍କାର ଘୋଷଣା ହୋଇଛି । ଡେଭିଡ ଜୁଲିୟସ୍ ଏବଂ ଆର୍ଡେମ୍ ପଟାପୋଟିଆନ୍ ମିଳିତ ଭାବରେ ଏହି ପୁରସ୍କାର ଜିତିଛନ୍ତି ।

ନୂଆଦିଲ୍ଲୀ : 2021 ମସିହାରେ ବିଶ୍ୱର ଅନ୍ୟତମ ସମ୍ମାନଜନକ ପୁରସ୍କାର ନୋବେଲ ପୁରସ୍କାର ଘୋଷଣା କରାଯାଇଛି । ତାପମାତ୍ରା ଏବଂ ସ୍ପର୍ଶ ପାଇଁ ରିସେପ୍ଟର ଉଦ୍ଭାବନ ପାଇଁ ଫିଜିଓଲୋଜି କିମ୍ବା ମେଡିସିନ୍ 2021 ନୋବେଲ ପୁରସ୍କାର ଘୋଷଣା ହୋଇଛି । ଡେଭିଡ ଜୁଲିୟସ୍ ଏବଂ ଆର୍ଡେମ୍ ପଟାପୋଟିଆନ୍ ମିଳିତ ଭାବରେ ଏହି ପୁରସ୍କାର ଜିତିଛନ୍ତି ।

Nobel

ଏହି ଦୁଇ ଆମେରିକୀୟ ଭେଷଜ ବିଜ୍ଞାନୀଙ୍କୁ ପୁରସ୍କାର ବାବଦରେ ଗୋଟିଏ ସ୍ୱର୍ଣ୍ଣ ପଦକ ସହ ଏବଂ 10 ନିୟୁତ ସ୍ୱିଡେନ କ୍ରୋନୋର ଅର୍ଥାତ ଭାରତୀ ମୁଦ୍ରାରେ 8,47,28,562 ଟଙ୍କାର ଆର୍ଥିକ ରାଶି ମିଳିବ । ଯକୃତ ସମ୍ପର୍କିତ ହେପାଟାଇଟିସ୍ ସି ଭାଇରସ ଆବିଷ୍କାର କରିଥିବାରୁ ଗତ ବର୍ଷ 3 ଜଣ ବୈଜ୍ଞାନିକଙ୍କୁ ନୋବେଲ ପୁରସ୍କାର ମିଳିଥିଲା । ଯାହା ଲିଭରୁ ମାରାତ୍ମକ ରୋଗରୁ ଉପଶମ ଦେଇପାରିବ ।

ଆଲଫ୍ରେଡ ନୋବେଲଙ୍କ ନାମରେ ପ୍ରଦାନ କରାଯାଉଥିବା ଏହି ପୁରସ୍କାର ପାଇଁ ଚୟନ ନେଇ କେତେକ ନିର୍ଦ୍ଧିଷ୍ଟ ମାନଦଣ୍ଡ ରଖିଛନ୍ତି । ସେହିଅନୁଯାୟୀ, ଫିଜିଓଲୋଜି କିମ୍ବା ମେଡିସିନରେ ଉତ୍କର୍ଷତା ଲାଭ କରୁଥିବା ବୈଜ୍ଞାନିକଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଉଛି । 1895 ଆଲଫ୍ରେଡ୍‌ ମୃତ୍ୟୁ ପରଠାରୁ ତାଙ୍କ ନାମରେ ଏହି ପୁରସ୍କାର ପ୍ରଦାନ କରାଯାଉଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+