ଚୀନକୁ ଭାରତର କଡ଼ା ବାର୍ତ୍ତା

'ଅପରେସନ୍ ସିନ୍ଦୂର' ସମୟରେ ପାକିସ୍ତାନକୁ ସହାୟତା ଯୋଗାଇଦେବା ପ୍ରସଙ୍ଗରେ ଭାରତ ଚୀନକୁ ଏକ ଶକ୍ତ ଚେତାବନୀ ଦେଇଛି। ମଙ୍ଗଳବାର ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଆତଙ୍କବାଦୀ ଭିତ୍ତିଭୂମିକୁ ସୁରକ୍ଷା ଦେବାକୁ ଚେଷ୍ଟା କରୁଥିବା ଦେଶଗୁଡ଼ିକ ନିଜର ଅନ୍ତର୍ଜାତୀୟ ସମ୍ମାନ ଏବଂ ସ୍ଥିତି ବିଷୟରେ ଚିନ୍ତା କରିବା ଉଚିତ। ନିକଟରେ ଚୀନର ସରକାରୀ ଗଣମାଧ୍ୟମରେ ପ୍ରକାଶ ପାଇଥିଲା ଯେ, ଭାରତର ସାମରିକ ଅଭିଯାନ 'ଅପରେସନ୍ ସିନ୍ଦୂର' ସମୟରେ ଚୀନର ବୈଷୟିକ ଦଳ ପାକିସ୍ତାନ ସେନାକୁ ସହଯୋଗ କରିଥିଲା। ପାକିସ୍ତାନ ବ୍ୟବହାର କରୁଥିବା ଚୀନ ନିର୍ମିତ ଯୁଦ୍ଧ ବିମାନର କ୍ଷମତା ବଢ଼ାଇବା ପାଇଁ ଚୀନର ଇଞ୍ଜିନିୟରମାନେ ପାକିସ୍ତାନକୁ ସହାୟତା କରିଥିଲେ।

China

ଚୀନର ଇଞ୍ଜିନିୟରମାନେ ପାକିସ୍ତାନର ଏୟାରବେସରେ ଉପସ୍ଥିତ ରହିଥିଲେ। ଚୀନ ନିଜର ଉପଗ୍ରହ ଜରିଆରେ ଭାରତୀୟ ସେନାର ଗତିବିଧି ବିଷୟରେ ପାକିସ୍ତାନକୁ ସୂଚନା ଦେଉଥିବା ମଧ୍ୟ ଅଭିଯୋଗ ହୋଇଛି। ଭାରତର ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟଶ୍ବାଲ କହିଛନ୍ତି ଯେ, ଯେଉଁ ଦେଶଗୁଡ଼ିକ ନିଜକୁ ଦାୟିତ୍ୱବାନ ମନେ କରୁଛନ୍ତି, ସେମାନେ ବିଚାର କରିବା ଉଚିତ ଯେ ଆତଙ୍କବାଦୀ ଭିତ୍ତିଭୂମିକୁ ସୁରକ୍ଷା ଦେବା ଦ୍ୱାରା ସେମାନଙ୍କର ପ୍ରତିଷ୍ଠା ଉପରେ କି ପ୍ରଭାବ ପଡୁଛି। ୨୦୨୫ ଏପ୍ରିଲ ୨୨ରେ ଜାମ୍ମୁ-କଶ୍ମୀରର ପହଲଗାଓଁରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ଜବାବ ଦେବାକୁ ଭାରତ ସେନା ପାକିସ୍ତାନ ବିରୋଧରେ ସାମରିକ ଅଭିଯାନ 'ଅପରେସନ ସିନ୍ଦୂର' କରିଥିଲା। ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦୀ ଶିବିରଗୁଡ଼ିକୁ ଧ୍ୱଂସ କରିବା ପାଇଁ ଭାରତୀୟ ସେନା ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ଭାରତର ଏହି କାର୍ଯ୍ୟାନୁଷ୍ଠାନରେ ପାକିସ୍ତାନ ସୀମା ମଧ୍ୟରେ ଥିବା ୯ଟି ଆତଙ୍କବାଦୀ ଶିବିର ଏବଂ ୧୧ଟି ବିମାନ ଘାଟି ଧ୍ବଂସ ହୋଇଥିଲା। ଭାରତ କହିଛି ଯେ ଆତଙ୍କବାଦ ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଜାରି ରହିବ ଏବଂ ପାକିସ୍ତାନର ଆତଙ୍କବାଦୀ କାର୍ଯ୍ୟକଳାପକୁ ପ୍ରୋତ୍ସାହନ ଦେଉଥିବା ଯେକୌଣସି ଶକ୍ତିକୁ ଭାରତ ଆଗକୁ ମଧ୍ୟ କଡ଼ା ଜବାବ ଦେବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+