ହାର୍ଟ ଆଟାକ୍ ଏବଂ କାର୍ଡିଆକ୍ ଆରେଷ୍ଟ କ'ଣ? ଚାଲନ୍ତୁ ଜାଣିବା

ଦିନକୁ ଦିନ ବଢିଚାଲିଛି ହୃଦଘାତଜନିତ ମୃତ୍ୟୁସଂଖ୍ୟା। ଯେଉଁ ରୋଗ ଏକଦା ପ୍ରାପ୍ତ ବୟସ୍କରେ ହେଉଥିଲା, ତାହା ଏବେ ଯୁବପିଢିଙ୍କୁ ଗ୍ରାସ କରିଛି। ହୃଦଘାତର ମୁଖ୍ୟ କାରଣ ଚାପ ହୋଇଥିଲେ ମଧ୍ୟ ପରିବର୍ତ୍ତିତ ଜୀବନଶୈଳୀ ଏବଂ ଖାଦ୍ୟପେୟର ଅନିୟମିତତା ଅନ୍ୟ ଏକ କାରଣ। ଏଥିପାଇଁ ଅନେକ ସମୟରେ କମ୍ ବୟସର ପିଲାମାନେ ଜିମରେ, ନାଚୁ ଥିବାବେଳେ କିମ୍ବା ଅନ୍ୟ କୌଣସି କାମ କରିବା ସମୟରେ ହୃଦଘାତର ଶିକାର ହେଉଛନ୍ତି, ଯାହାକୁ ବେଳେ ବେଳେ କାର୍ଡିଆକ୍ ଆରେଷ୍ଟ ବୋଲି ବି କୁହାଯାଉଛି।

ତେବେ ଏହି ଦୁଇ ଶବ୍ଦ- ହୃଦଘାତ ବା ହାର୍ଟ ଆଟାକ୍ ଓ କାର୍ଡିଆକ୍ ଆରେଷ୍ଟକୁ ନେଇ ଅନେକ ସମୟରେ ଦ୍ୱନ୍ଦ୍ୱ ଉପୁଜେ। ହୃଦଘାତ ବା ହାର୍ଟ ଆଟାକ୍ ଯାହାକୁ ବେଳେ ବେଳେ କାର୍ଡିଆକ୍ ଆରେଷ୍ଟ ବୋଲି କୁହାଯାଏ, ତାହା ସମାନ, ନା ଭିନ୍ନ ଭିନ୍ନ, ଜାଣନ୍ତୁ..

What is Heart Attack and Cardiac Arrest Let s find out

ହାର୍ଟ ଆଟାକ୍ ଏବଂ କାର୍ଡିଆକ୍ ଆରେଷ୍ଟ କ'ଣ?
ପ୍ରଥମ କଥା ହେଉଛି, ଏହି ଦୁଇଟି ପରସ୍ପର ଭିନ୍ନ। ଉଭୟଙ୍କ ମଧ୍ୟରେ ଅନେକଗୁଡ଼ିଏ ପାର୍ଥକ୍ୟ ରହିଛି। ହୃଦୟରେ ରକ୍ତ ପହଞ୍ଚି ନ ପାରିବା ହୃଦଘାତର କାରଣ। ଧମନୀରେ ରକ୍ତ ପ୍ରବାହ ବନ୍ଦ ହୋଇଗଲେ, ଅମ୍ଳଜାନ ଅଭାବ ହୁଏ। ଫଳରେ ହୃଦୟର ଯେଉଁ ଅଂଶକୁ ରକ୍ତ ପହଞ୍ଚିପାରେ ନାହିଁ, ସେହି ଅଂଶ ନଷ୍ଟ ବା ଡ୍ୟାମେଜ୍ ବା ଅକାମୀ ହୋଇଯାଏ।

ଫଳରେ ମୃତ୍ୟୁ ଘଟେ। ଏହି ବିପଦପୂର୍ଣ୍ଣ ପ୍ରକ୍ରିୟା କିଛି ସମୟ ନେଇଥାଏ। ମାତ୍ର କାର୍ଡିଆକ୍ ଆରେଷ୍ଟ କୌଣସି ସମୟ ନେଇ ନଥାଏ, ଅଚାନକ ଆସେ। କାର୍ଡିଆକ୍ ଆରେଷ୍ଟ ଆସିଲେ ହଠାତ୍ ହୃଦୟ କାର୍ଯ୍ୟ ବନ୍ଦ ହୋଇଯାଏ ଓ ବ୍ୟକ୍ତିଟିଏ ସବୁଦିନ ପାଇଁ ଆଖି ବୁଜିଦିଏ।

କାର୍ଡିଆକ୍ ଆରେଷ୍ଟର ଲକ୍ଷଣ
ଏହାର ଆଦୌ କୌଣସି ଲକ୍ଷଣ ନଥାଏ, ସର୍ବଦା ହଠାତ୍ ଆସେ।
ଅଧିକାଂଶ ସମୟରେ ଆମେ ଲୋକ ହଠାତ୍ ଟଳି ପଡ଼ିବାର ଦେଖନ୍ତି, ଏହା କେବଳ କାର୍ଡିଆକ୍ ଆରେଷ୍ଟ ପାଇଁ ହୋଇଥାଏ।
କାର୍ଡିଆକ ଆରେଷ୍ଟ ହେଲେ ରୋଗୀର ହୃଦସ୍ପନ୍ଦନ ହଠାତ୍ ଅତି ଜୋରରେ ବଢ଼ିଯାଏ ଏବଂ ସାଧାରଣ ଭାବରେ ନିଃଶ୍ୱାସ ନେବାରେ ଅକ୍ଷମ ହୁଅନ୍ତି।
ରକ୍ତଚାପ ମଧ୍ୟ ବନ୍ଦ ହୋଇଯାଏ।

କେଉଁଟା ଅଧିକ ବିପଜ୍ଜନକ
ଯଦି ଆମେ ଉଭୟଙ୍କ ମଧ୍ୟକୁ କେଉଁଟା ଅଧିକ ବିପଜ୍ଜନକ କହିବା, ତେବେ ତାହା କାର୍ଡିଆକ ଆରେଷ୍ଟ। କାରଣ ଏଥିରେ କୌଣସି ଲକ୍ଷଣ ଦେଖାଯାଏ ନାହିଁ। ହାର୍ଟ ଆଟାକର ଲକ୍ଷଣ ୪୮ରୁ ୨୪ ଘଣ୍ଟା ପୂର୍ବରୁ ଦେଖାଯିବା ଆରମ୍ଭ କରେ। ଏଥିରେ ରୋଗୀର ଜୀବନ ରକ୍ଷା କରିବାର ସୁଯୋଗ ଥାଏ। କିନ୍ତୁ କାର୍ଡିଆକ ଆରେଷ୍ଟରେ ରୋଗୀର ଚିକିତ୍ସା କରିବାର କୌଣସି ସୁଯୋଗ ନଥାଏ।

କାର୍ଡିଆକ ଆରେଷ୍ଟରୁ ରକ୍ଷା ପାଇବାର ଉପାୟ

ଦୈନିକ ଅତି କମରେ ଗୋଟିଏ ଘଣ୍ଟା ଶାରୀରିକ କାର୍ଯ୍ୟକଳାପ କରନ୍ତୁ ଏବଂ ଓଜନ ବଢିବାକୁ ଦିଅନ୍ତୁ ନାହିଁ।
ସାଇକେଲ ଚଲାଇବା, ଜଗିଂ କିମ୍ବା କ୍ରିକେଟ୍, ବ୍ୟାଡମିଣ୍ଟନ୍ ଏବଂ ଫୁଟବଲ୍ ଖେଳିବା ଭଳି କାର୍ଡିଓ ବ୍ୟାୟାମ କରନ୍ତୁ।
ଜଙ୍କ୍ ଫୁଡରୁ ଯଥାସମ୍ଭବ ଦୂରରେ ରୁହନ୍ତୁ।
ଫଳ ଏବଂ ଶସ୍ୟ ଜାତୀୟ ଖାଦ୍ୟ ଖାଆନ୍ତୁ।
ଉଚ୍ଚ ଫାଇବର ଯୁକ୍ତ ପନିପରିବା, ପ୍ରୋଟିନ୍ ଏବଂ ଡାଲି ଖାଆନ୍ତୁ।
ପେଟ ପୂରା ଖାଆନ୍ତୁ ନାହିଁ କି ଅଧିକ ସମୟ ଖାଲି ପେଟରେ ରୁହନ୍ତୁ ନାହିଁ।
ପର୍ଯ୍ୟାପ୍ତ ଶୋଇବା ଅଭ୍ୟାସ କରନ୍ତୁ। ରାତି ଅନିଦ୍ରା ହୁଅନ୍ତୁ ନାହିଁ କି ସକାଳେ ଅଧିକ ସମୟ ଶୁଅନ୍ତୁ ନାହିଁ।
ମୋବାଇଲ୍ ଏବଂ ଟିଭିଠାରୁ ଯଥାସମ୍ଭବ ଦୂରେଇ ରୁହନ୍ତୁ।
ଚାପ ଏବଂ ଏକାକୀତ୍ୱକୁ ଏଡ଼ାଇବାକୁ ଚେଷ୍ଟା କରନ୍ତୁ।
୩୦ ବର୍ଷ ବୟସ ପରେ ନିୟମିତ ଭାବେ କୋଲେଷ୍ଟ୍ରଲ, ରକ୍ତଚାପ ଏବଂ ମଧୁମେହ ଯାଞ୍ଚ କରନ୍ତୁ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+