କାଲିଠୁ ପିତୃପକ୍ଷ ଆରମ୍ଭ: ଜାଣନ୍ତୁ, ପିତୃପୁରୁଷଙ୍କୁ ପିଣ୍ଡଦାନ ଦେବାର ସଠିକ୍ ମୁହୁର୍ତ୍ତ
ହିନ୍ଦୁ ଧାର୍ମିକ ପରମ୍ପରାରେ ପିତୃପୁରୁଷଙ୍କ ପାଇଁ ପାଳନ କରାଯାଉ ଥିବା ବିଭିନ୍ନ ଶ୍ରାଦ୍ଧ କର୍ମ ମଧ୍ୟରେ ମହାଳୟା ଶ୍ରେଷ୍ଠତମ। ଏହି ଅବସରରେ ପିତୃ ପକ୍ଷରେ ଯେକୌଣସି ଦିନ ନିଜର ସାଧ୍ୟ ମତେ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଓ ବ୍ରାହ୍ମଣ ଭୋଜନ ଦିଆଯାଏ।
Pitru Paksha 2022 in Odisha: ହିନ୍ଦୁ ଧାର୍ମିକ ପରମ୍ପରାରେ ପିତୃପୁରୁଷଙ୍କ ପାଇଁ ପାଳନ କରାଯାଉ ଥିବା ବିଭିନ୍ନ ଶ୍ରାଦ୍ଧ କର୍ମ ମଧ୍ୟରେ ମହାଳୟା ଶ୍ରେଷ୍ଠତମ। ଏହି ଅବସରରେ ପିତୃ ପକ୍ଷରେ ଯେକୌଣସି ଦିନ ନିଜର ସାଧ୍ୟ ମତେ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଓ ବ୍ରାହ୍ମଣ ଭୋଜନ ଦିଆଯାଏ। ଏହା ଦ୍ୱାରା ପୁଣ୍ୟ ଲାଭ ଏବଂ ବଂଶର ଉତ୍ତର ପିଢ଼ିର ସକଳ ଉନ୍ନତି ହେଉଥିବା ବିଶ୍ୱାସ କରାଯାଏ। ଯାହା କି ଆସନ୍ତାକାଲିଠୁ ଆରମ୍ଭ ହେବାକୁ ଯାଉଛି ।

ଆଶ୍ୱିନ ମାସର ପ୍ରଥମ ପକ୍ଷକୁ "ପିତୃପକ୍ଷ" କୁହାଯାଏ । ଏହି ପକ୍ଷର ଅମାବାସ୍ୟା "ମହାଳୟା ଅମାବାସ୍ୟା" ନାମରେ ପାଳିତ ହୁଏ। ପିତୃଗଣଙ୍କ ଉଦ୍ଦେଶ୍ୟରେ ଦାନ ଓ ଉତ୍ସର୍ଗ ଆଦି ପାଳନ କରାଯାଉଥିବାରୁ ଏହାକୁ "ପିତୃପର୍ବ" ମଧ୍ୟ କୁହାଯାଏ । ଆଶ୍ୱିନ ମାସ କୃଷ୍ଣ ପକ୍ଷ ପ୍ରତିପଦାଠାରୁ ଅମାବସ୍ୟା ପର୍ଯ୍ୟନ୍ତ ପନ୍ଦର ଦିନ ଯାଏଁ ପିତୃପକ୍ଷ ପାଳନ କରାଯାଏ । ତେବେ ଚତୁର୍ଦ୍ଦଶୀ ଯାଏଁ ତର୍ପଣ କଲାପରେ ଅମାବସ୍ୟା ଦିନ ପିଣ୍ଡଦାନ କରାଯାଏ । ହିନ୍ଦୁ ଧାର୍ମିକ ପରମ୍ପରାରେ ପିତୃପୁରୁଷଙ୍କ ପାଇଁ ପାଳନ କରାଯାଉଥିବା ବିଭିନ୍ନ ଶ୍ରାଦ୍ଧ କର୍ମ ମଧ୍ୟରେ ମହାଳୟା ଶ୍ରେଷ୍ଠତମ । ଏହି ଅବସରରେ ପିତୃ ପକ୍ଷରେ ଯେକୌଣସି ଦିନ ନିଜର ସାଧ୍ୟ ମତେ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଓ ବ୍ରାହ୍ମଣ ଭୋଜନ ଦିଆଯାଏ । ଏହାଦ୍ୱାରା ପୁଣ୍ୟ ଲାଭ ଏବଂ ବଂଶର ଉତ୍ତର ପିଢ଼ିର ସକଳ ଉନ୍ନତି ହେଉଥିବା ବିଶ୍ୱାସ କରାଯାଏ ।
ପିତୃପକ୍ଷ ଇତିହାସ
କିମ୍ବଦନ୍ତି ଅନୁସାରେ, ମହାଦାନୀ କର୍ଣ୍ଣଙ୍କୁ ଯମପୁରରେ ପୁରସ୍କାର ସ୍ୱରୂପ ସୁନା, ରୁପା ମିଳିଥିଲା। କିନ୍ତୁ ତାଙ୍କୁ ଖାଦ୍ୟ ଦିଆଯାଇ ନ ଥିଲା। କାରଣ କର୍ଣ୍ଣ ଜୀବିତାବସ୍ଥାରେ କେବେ ଅନ୍ନଦାନ କରି ନ ଥିଲେ। ଯମରାଜଙ୍କୁ ପ୍ରାର୍ଥନା କରି ସେ ଚଉଦ ଦିନ ପାଇଁ ମର୍ତ୍ତ୍ୟକୁ ଆସିଥିଲେ ଏବଂ ବ୍ରାହ୍ମଣ ତଥା ଗରିବମାନଙ୍କୁ ଅନ୍ନଦାନ ଦେଇଥିଲେ। ୧୪ ଦିନ ଶେଷ ହେବା ପରେ ସେ ପୁଣି ଯମପୁର ଫେରିଯାଇଥିଲେ। ସେଠାରେ ପହଞ୍ଚିଲା ପରେ ତାଙ୍କୁ ଆଉ ଅନ୍ନରୁ ବଞ୍ଚିତ କରାଯାଇ ନ ଥିଲା। ମର୍ତ୍ତ୍ୟଲୋକରେ କର୍ଣ୍ଣ କଟାଇଥିବା ସେହି ଚଉଦ ଦିନକୁ ପିତୃ ପକ୍ଷ କୁହାଯାଏ।
ପିତୃପକ୍ଷ ପାଳନରେ ସତର୍କତା
ପିତୃପୁରୁଷଙ୍କୁ ସନ୍ତୁଷ୍ଟ କରିବା ଏବଂ ସେମାନଙ୍କ ଆଶୀର୍ବାଦ ପାଇବା ପାଇଁ, ଯିଏ ୧୫ ଦିନ ପର୍ଯ୍ୟନ୍ତ ଶ୍ରଦ୍ଧାରେ ରୀତିନୀତି କରନ୍ତି, ସେମାନେ ଏହି ସମୟ ମଧ୍ୟରେ କେଶ ଏବଂ ନିଶ ଦାଢି କାଟିବା ଅନୁଚିତ। କୁହାଯାଏ ଯେ, ପିତୃ ପକ୍ଷରେ କେଶ ଏବଂ ନିଶ ଦାଢି କାଟିବା ଦ୍ୱାରା ଅର୍ଥ ହାନୀ ହୋଇଥାଏ। ଏପରି ପରିସ୍ଥିତିରେ, ଯେଉଁମାନେ ପିତୃପୁରୁଷଙ୍କ ପାଇଁ ତର୍ପଣ କରନ୍ତି, ସେମାନେ ଏହାର ବିଶେଷ ଯତ୍ନ ନେବା ଉଚିତ୍।
ପିତୃପକ୍ଷରେ ଘରେ ସାତ୍ୱିକ ଖାଦ୍ୟ ରହିବା ଭଲ। ରସୁଣ, ପିଆଜରେ ପ୍ରସ୍ତୁତ ଖାଦ୍ୟ ସେବନ କଲେ ପିତୃ ଦୋଷ ଲାଗିଥାଏ। ବିଶେଷକରି ଯେଉଁମାନେ ପିତୃପକ୍ଷ ଉପରେ ଦୌନିକ ତର୍ପଣ କରନ୍ତି ସେମାନେ ତମସିକ ଖାଦ୍ୟରୁ ଦୂରେଇ ରହିବା ଉଚିତ୍। ଯଦି ପିତୃପୁରୁଷଙ୍କ ମୃତ୍ୟୁ ତାରିଖ ମନେ ପଡ଼େ, ତେବେ ତାରିଖ ଅନୁଯାୟୀ ପିଣ୍ଡ ଦାନ କରିବା ଭଲ।
ପିତୃପକ୍ଷ ଓ ତର୍ପଣ
"ଶ୍ରଦ୍ଧୟା ପିତୃନ୍ ଉଦିଶ୍ୟ ବିଧିନା କ୍ରିୟତେ ଯତ୍କର୍ମ ତତ୍ ଶ୍ରାଦ୍ଧମ୍।।" ସ୍ବ ପିତୃଗଣଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାରେ ବିଧିପୂର୍ବକ ଯେଉଁ କର୍ମ କରାଯାଏ ତାହାକୁ ଶ୍ରାଦ୍ଧ କୁହାଯାଏ। ହିନ୍ଦୁ ପରମ୍ପରାରେ ଶ୍ରାଦ୍ଧ, ତର୍ପଣାଦି ଅନୁଷ୍ଠାନ କରିବା ପ୍ରଥା ବହୁ ପ୍ରାଚୀନ । ବିଭିନ୍ନ ପୁରାଣ ଗ୍ରନ୍ଥ ତଥା ଶାସ୍ତ୍ର ମାନେ ପିତା ପିତର ଙ୍କ ଉଦ୍ଦେଶ ରେ ଶ୍ରାଦ୍ଧ ଦେବା ଏବଂ ନିଜର ପରିଜନ ମାନେ ଏହି ପିତୃକାର୍ଯ୍ୟରେ ସହଭାଗିତା ହେବା ପାଇଁ ବାରମ୍ବାର ଉଦ୍ ଘୋଷଣା କରିଛନ୍ତି ।
ଅବିସ୍ମରଣୀୟ କାଳ ରୁ ଶ୍ରାଦ୍ଧ ପରମ୍ପରା । ଏହି ସନାତନୀ ପରମ୍ପରା ରେ ହିନ୍ଦୁ ମାନେ ସ୍ବଃ ପିତାଙ୍କୁ ରୁଦ୍ର ରୂପେ, ପିତାମହଙ୍କୁ ବସୁ ରୂପେ ଓ ପ୍ରପିତାମହଙ୍କୁ ଆଦିତ୍ୟ ରୂପେ ଅଭିହିତ କରିଥାଆନ୍ତି । ଅତଃ, ସ୍ବ ପିତା, ନିଜ ନିଜର ପୁତ୍ର ପାଇଁ ସର୍ବସ୍ବ । ପ୍ରତ୍ୟକ ପୁତ୍ର ନିଜର ଜୀବଦଶା ମଧ୍ୟ ରେ ସ୍ବପିତା (ଜୀବିତ/ମୃତ) ଙ୍କୁ ଯଥୋଷ୍ଟିତ ସମ୍ମାନ ଦେବା ପାଇଁ ଶାସ୍ତ୍ର ମାନେ ମତବ୍ୟକ୍ତ କରିଛନ୍ତି ।
ଏଣୁ ଶାସ୍ତ୍ର କୁହନ୍ତି, ଯେଉଁ ବ୍ୟକ୍ତି ଜୀବିତ ଅବସ୍ଥାରେ ନିଜର ମାତା-ପିତାଙ୍କ ଅନାଦର କରନ୍ତି ତଥା ମୃତ୍ୟୁପରେ ଶ୍ରାଦ୍ଧ-ତର୍ପଣ କରନ୍ତି ନାହିଁ ଅଥବା ନିରପରାଧ କୌଣସି ପ୍ରାଣୀଙ୍କର ହତ୍ୟାକରନ୍ତି ତେବେ ଆଗାମୀ ଜନ୍ମରେ ତାଙ୍କ ଜନ୍ମ କୁଣ୍ଡଳୀରେ ପିତୃ ଦୋଷ ପରିଲକ୍ଷିତ ହୁଏ । ଏହି ପିତୃ ଦୋଷ ରୁ ଅନେକ ଅଶୁଭ ପ୍ରଭାବ ଅନୁଭୂତ ହୁଏ । ସର୍ବୋପରି ବ୍ରହ୍ମ ପୁରାଣ ପିତୃ ଗାୟତ୍ରୀ ନିତ୍ୟ ଜପ କରିବାକୁ ଉପଦେଶ ଦିଅନ୍ତି ।
ମୁଖ୍ୟତଃ ସନାତନୀ ପରମ୍ପରା ରେ ଦୁଇପ୍ରକାର ଶ୍ରାଦ୍ଧ ପାଳିତ ହୋଇ ଆସୁଅଛି । ୧-ଏକୋଦ୍ଦିଷ୍ଟ ଶ୍ରାଦ୍ଧ, ୨-ପାର୍ବଣ ଶ୍ରାଦ୍ଧ । ସେହିପରି ପାର୍ବଣ ଶ୍ରାଦ୍ଧ ହେଉଛି ଦୁଇ ପ୍ରକାର, ଯଥା:- ପୟା ଶ୍ରାଦ୍ଧ ଏବଂ ମହାଳୟା ଶ୍ରାଦ୍ଧ । ସାଧାରଣତଃ ଏହି ଦୁଇଟି ଶ୍ରାଦ୍ଧ ଶାରଦୀୟ ପାର୍ବଣ ଋତୁ ଆଶ୍ବୀନ ଅମାବାସ୍ୟା ଏବଂ କାର୍ତ୍ତିକ ଅମାବାସ୍ୟା ରେ ଯଥାକ୍ରମେ ପାଳିତ ହୁଏ । ଆଶ୍ବୀନ କୃଷ୍ଣ ପକ୍ଷ ଦିନ ବିଶେଷ ଭାବେ ପିତୃ ମାନଙ୍କୁ ସମର୍ପିତ, ଏହା "ମଉଳା ଶ୍ରାଦ୍ଧ" ନାମରେ ମଧ୍ୟ ନାମିତ ।
ତୃପ୍ତିରୁ ତର୍ପଣ ଯାହା ବିଶେଷ ଭାବେ ପିତୃପକ୍ଷ ରେ କରାଯାଇଥାଏ । ଏହି ତର୍ପଣ ର ବିଶେଷତା ହେଉଛି ଏକଧାର ରେ ସ୍ବଃ ୧୪ପୁରୁଷଙ୍କ ସହ ଦେବତା, ଋଷି, ରାକ୍ଷାସ, ଭୂତଗ୍ରାମ, ନଦୀ, ସମୁଦ୍ର ଆଦି ଅନେକ ଙ୍କୁ ତୃପ୍ତି କରାଯାଏ । ରବି କନ୍ୟା ରାଶିସ୍ଥିତ ଅମାବାସ୍ୟା, "ମହାଳୟା" ଅମାବାସ୍ୟା ଦିନ ଏହି ତର୍ପଣ ପର୍ବ ଉଦ୍ ଯାପିତ ହୋଇ ବୈଶ୍ୟଦେବ ଙ୍କ ସହ ମଉଳା ଶ୍ରାଦ୍ଧ ସମ୍ପନ୍ନ କରାଯାଇଥାଏ ।
ତର୍ପିତା ପୂର୍ବ ଦିଗକୁ ମୁଖକରି ୩ଗୋଟି କୁଶ ଏବଂ ଜବ ମିଶ୍ରିତ ଜଳ ରେ ୧ଥର ଲେଖାଁଏ ଜଳ ପ୍ରଦାନ କରି ଦେବତା ମାନଙ୍କୁ ତୃପ୍ତ କରିବେ ବା ତର୍ପଣ କରିବେ । ଦକ୍ଷିଣ ଦିଗକୁ ମୁଖ କରି ବ୍ୟାସ,ଭାଷରି ଆଦି ତେର ଜଣ ଆଚାର୍ଯ୍ୟ, ଷଟୀ,ଭାଲର୍ବ ଆଦି ଦଶ ଜଣ ପ୍ରବଚନ କର୍ତ୍ତା, ଅନଳ ଆଦି ଅଷ୍ଟ 'ଦିବ୍ୟ ପିତର' ଏବଂ ଯମ ଙ୍କର ଚଉଦ ଗୋଟି ସ୍ବରୂପ କୁ ତିନିଗୋଟି କୁଶ ସହ ତିଳ ମିଶ୍ରିତ ଜଳ ରେ ତର୍ପଣ କରିବେ । ଏହାପରେ କ୍ରମାନ୍ବୟ ରେ 'ସାଧାରଣ ପିତର' ନିଜର ପିତୃ ପୁରୁଷ (୧୪ପୁରୁଷ) ଙ୍କୁ ଆବାହନ କରି ପ୍ରତ୍ୟକ ଙ୍କୁ ୩ଥର ଲେଖାଏଁ ଓ ଖୁଡୁତା, ଭଗିନୀ, ପିଉସୀ ଆଦି (ଇଛାଧିନ) ମାନଙ୍କୁ ୧ଥର ଲେଖାଏଁ ଜଳତିଳ ଦାନ କରି ତର୍ପଣ କରିବେ ।
ଉତ୍ତର ଦିଗକୁ ମୁଖ କରି ସନକ, ସନନ୍ଦ, ସନାତନ ଆଦି ସପ୍ତଋଷିଙ୍କୁ ମନୁଷ୍ୟ ତିର୍ଥ ରେ ପ୍ରତ୍ୟକଙ୍କୁ ୨ଥର ଲେଖାଏଁ ଜଳ ଦାନ କରି ତର୍ପଣ କରିବେ । ପରିଶେଷରେ ପଶ୍ଚିମକୁ ମୁଖ କରି ଭଗବାନ ବିଷ୍ଣୁ ଙ୍କୁ ସ୍ମରଣ କରି ତର୍ପଣ ଶେଷ କରିବେ ।












Click it and Unblock the Notifications