ସକାଳୁ ଖାଲିପେଟରେ ଚା କିମ୍ବା କଫି ପିଉଛନ୍ତି କି ?
ଭାରତରେ ଅଧିକାଂଶ ଲୋକ ଉଠିବା ମାତ୍ରେ ଚା କିମ୍ବା କଫି ପିଇବାକୁ ଅଭ୍ୟାସ କରିସାରିଛନ୍ତି । ଅନେକଙ୍କ ପାଇଁ, ଚା ବିନା ଦିନ ଆରମ୍ଭ ହୁଏ ନାହିଁ । କିନ୍ତୁ ଆପଣ କ'ଣ ଜାଣନ୍ତି ଯେ ଖାଲି ପେଟରେ ଚା କିମ୍ବା କଫି ପିଇବା ଦ୍ୱାରା ହରମୋନ ସନ୍ତୁଳନ ବିଗିଡ଼ିପାରେ ? ବିଶେଷକରି ମହିଳାମାନଙ୍କ କ୍ଷେତ୍ରରେ, ଏହା ମାସିକ ଋତୁସ୍ରାବ, ଥାଇରଏଡ୍, ମାନସିକ ଚାପ ଏବଂ ଓଜନକୁ ମଧ୍ୟ ପ୍ରଭାବିତ କରିପାରେ ।

ମହିଳାଙ୍କ ହରମୋନ ସିଷ୍ଟମ୍ ପୁରୁଷଙ୍କ ଅପେକ୍ଷା ଅଧିକ ସମ୍ବେଦନଶୀଳ । ଏଷ୍ଟ୍ରୋଜନ୍, ପ୍ରୋଜିଷ୍ଟେରନ୍ , କାର୍ଟିସୋଲ ଓ ଇନସୁଲିନ୍ ଭଳି ହରମୋନ ନିଜ ମଧ୍ୟରେ ସନ୍ତୁଳନ ରଖି ଶରୀରକୁ ସୁସ୍ଥ ରଖିଥାନ୍ତି । ସକାଳୁ ଶରୀର ପ୍ରାକୃତିକ ଭାବରେ ରି ସେଟ୍ ବା ପୁଣିଥରେ ଆରମ୍ଭ କରିବା ମୋଡ୍ ରେ ଥାଏ , ଯଦି ସେହି ସମୟରେ ଅଧିକ କଫିନ୍ ଶରୀର ଭିତରକୁ ଯାଏ ତେବେ ଶରୀରର ହରମୋନ ସନ୍ତୁଳନ ବିଗିଡିବାର ବହୁତ ସମ୍ଭାବନା ଥାଏ ।
ଖାଲି ପେଟରେ ଚା ପଇବା ଦ୍ୱାରା କଣ ସବୁ ଖରାପ ପ୍ରଭାବ ପଡେ ଆସନ୍ତୁ ନଜର ପକାଇବା...
୧- କାର୍ଟିସୋଲ ହରମୋନ ଉପରେ ପ୍ରଭାବ
ସକାଳ ୬ ରୁ ୮ଟା ମଧ୍ୟରେ ଶରୀରରେ କାର୍ଟିସୋଲ ବଢିକି ଥାଏ । ଖାଲିପେଟରେ ଚା କିମ୍ବା କଫି ପିଇଲେ କାର୍ଟିସୋଲ ଆହୁରି ଅଧିକ ବଢିବାର ଆଶଙ୍କା ଥାଏ । ଯାହାଦ୍ଵାରା ବ୍ୟସ୍ତ ଲାଗିବା, ଚିଡିଚିଡି ଲାଗିବା , ହରମୋନ ଅସନ୍ତୁଳନ ହୋଇଥାଏ ।
୨- ଋତୁସ୍ରାବରେ ଅନିୟମିତତା
କଫିନ ଏଷ୍ଟ୍ରୋଜନର ସନ୍ତୁଳନକୁ ବିଗାଡିଦିଏ । ଫଳରେ ଋତୁସ୍ରାବ ଅନିଯମିତ ହୋଇଥାଏ । ପେଟ ବ୍ୟଥା ହେବା, ମୁଡ୍ ସ୍ଵିଙ୍ଗ୍ ହେବା ଭଳି ସମସ୍ୟା ଦେଖାଦିଏ ।
୩- ପେଟ ଉପରେ ଖରାପ ପ୍ରଭାବ
ଖାଲି ପେଟରେ ଚା କିମ୍ବା କଫି ପିଇବା ଦ୍ଵାରା ଏସିଡିଟି, ଗ୍ୟାସ୍ , ତଣ୍ଟି ଜଳିବା ଭଳି ଲାଗେ । ଯେତେବେଳେ ଭଲ ଭାବରେ ହଜମ ନହୁଏ ସେତେବେଳେ ହରମୋନ ଅସନ୍ତୁଳ ହେବା ଆରମ୍ଭ ହୁଏ ।
୪- ଓଜନ ବଢିବାର ଆଶଙ୍କା
ହରମୋନ ବିଗିଡିବା ଦ୍ଵାରା ଏହାର ସିଧା ପ୍ରଭାବ ଓଜନ ଉପରେ ପଡିଥାଏ । ସକାଳୁ ସକାଳୁ ଏହି ଖରାପ ଅଭ୍ୟାସ ଦ୍ଵାରା ମେଟାବୋଲିଜିମ୍ ସ୍ଲୋ ହୋଇଥାଏ । ଯାହା ଦ୍ଵାରା ଓଜନ ବଢିଥାଏ ।
ତେବେ ମହିଳାମାନେ ସକାଳୁ କଣ ପିଇବା ଉଚିତ୍ ।
ସକାଳୁ ଉଠୁ ଉଠୁ ୧ ରୁ ୨ ଗ୍ଲାସ୍ ଉଷମ ପାଣି ପିଇପାରିବେ । ଯାହା ଦ୍ଵାରା ବଡି ଡିଟକ୍ସ ହୋଇଥାଏ । ସେହିପରି ଜିରା ପାଣି ମଧ୍ୟ ପିଇପାରିବେ । ଏଥିପାଇଁ ପୂର୍ବ ରାତିରୁ ଜିରା ଭିଜେଇ ରଖିଥିବା ପାଣିକୁ ପିଇପାରିବେ । ଏହି ଜିରା ପାଣି ଶରୀରରେ ଇନସୁଲିନ୍ ବାଲାନ୍ସ କରି ରଖିଥାଏ । ଏହା ପିରିୟଡସ୍ ଅନିୟମିତତାକୁ ରୋକିଥାଏ ଏବଂ ପେଟ ସମସ୍ୟାକୁ ମଧ୍ୟ ଠିକ୍ କରିଥାଏ । ଠିକ୍ ସେମିତି ପାନମଧୁରୀ ପାଣି, ପଇଡ ମଧ୍ୟ ପିଇପାରିବେ।
କିନ୍ତୁ ଯଦି ଆପଣ ଚା କିମ୍ବା କଫି ପଇବା ଅଭ୍ୟାସ ଛାଡି ପାରୁନାହାନ୍ତି ତେବେ ସକାଳୁ ପ୍ରଥମେ ଜଳଖିଆ ଖାଆନ୍ତୁ । ୩୦ ରୁ ୪୦ମିନିଟ୍ ପରେ ଯାଇ ଚା କଫି ପିଇପାରିବେ ।
-
APSEZ ର ବଡ଼ ସଫଳତା: 500 ମିଲିୟନ୍ ଟନ୍ କାର୍ଗୋ ହ୍ୟାଣ୍ଡଲିଂ ସୀମା ଅତିକ୍ରମ -
ବଡ ନିଷ୍ପତ୍ତି: ଜୁନ୍ ପର୍ଯ୍ୟନ୍ତ ଏସବୁ ଉତ୍ପାଦ ଉପରେ କଷ୍ଟମ୍ ଶୁଳ୍କ ଛାଡ଼ -
IPL-2026 : କୋଲକାତାକୁ ଭେଟିବ ହାଇଦ୍ରାବାଦ୍ : ପ୍ରଥମ ବିଜୟ ଲକ୍ଷ୍ୟରେ ଉଭୟ ଟିମ୍ -
ଶନିବାର ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକ, ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ଲାଗିପାରେ ମୋହର -
IPL 2026: ପଞ୍ଜାବର ଦ୍ବିତୀୟ ବିଜୟ, ଧୋନୀଙ୍କ ଅନୁପସ୍ଥିତିରେ ପୁଣି ହାରିଲା CSK







Click it and Unblock the Notifications