ଇରାନ ଉପରେ ଆକ୍ରମଣ ପାଇଁ ୟୁଏଇର ଅଞ୍ଚଳ ବ୍ୟବହାର ବ୍ୟବହାର କରାଯାଉଛି
ଇରାନ୍ ଅଞ୍ଚଳ ଗୁଡ଼ିକରେ କ୍ଷେପଣାସ୍ତ୍ର ଆକ୍ରମଣ ନେଇ ସଂଯୁକ୍ତ ଆରବ ଏମିରେଟ୍ସ ନିଜ ଅଞ୍ଚଳକୁ ଶତ୍ରୁପକ୍ଷକୁ ବ୍ୟବହାର କରିବାକୁ ଅନୁମତି ପ୍ରଦାନ କରୁଛି ବୋଲି ଇରାନ୍ ଅଭିଯୋଗ ପରିପ୍ରେକ୍ଷୀରେ ଉପସାଗରୀୟ ଅଞ୍ଚଳରେ ଉତ୍ତେଜନା ବୃଦ୍ଧି ପାଇଛି । ଇରାନ୍ର ବୈଦେଶିକ ମନ୍ତ୍ରୀ ସୟଦ ଆବାସ ଅର୍ଘାଚି ଅଭିଯୋଗ କରି କହିଛନ୍ତି ଇରାନ୍ର ଖାର୍ଗ ଦ୍ୱିପ ଏବଂ ଆବୁ ମୁଷାରେ ଆକ୍ରମଣ ପାଇଁ ସଂଯୁକ୍ତ ଆରବ ଏମିରେଟ୍ସର ରାସ୍ ଅଲ୍ ଖାଇମା ଏବଂ ଦୁବାଇ ନିକଟରେ ଅବସ୍ଥିତ ଖିମାରସ୍ ଅଞ୍ଚଳକୁ ବ୍ୟବହାର କରାଯାଇଥିଲା । ଇରାନ୍ର ଖାତାମ ଅଲ୍- ଅନବିୟା କେନ୍ଦ୍ରୀୟ ମୁଖ୍ୟାଳୟ ଜେବେଲ ଅଲ୍ଲୀ, ଖଲିଫା ବନ୍ଦର ଏବଂ ଫୁଜାଇରା ବନ୍ଦର ସମେତ ପ୍ରମୁଖ ବନ୍ଦର ନିକଟବର୍ତ୍ତୀ ଅଞ୍ଚଳଗୁଡ଼ିକୁ ଖାଲି କରିବାକୁ ସଂଯୁକ୍ତ ଆରବ ଏମିରେଟ୍ସର ବାସିନ୍ଦାକୁ ସତର୍କ କରାଇଛି ।

ଆମେରିକୀୟ ସାମରିକ କାର୍ଯ୍ୟକଳାପ ସହ ଜଡିତ ଏହି ଅଞ୍ଚଳ ଗୁଡ଼ିକରେ ପ୍ରତିଶୋଧମୂଳକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଇରାନ୍ ଚେତାବନୀ ଦେଇଛି । ଅନ୍ୟପକ୍ଷରେ ଆଜି ସକାଳେ ୩ଟି ପ୍ରମୁଖ ବନ୍ଦର ଉପରେ ଇରାନ୍ ମିଶାଇଲ୍ ଆକ୍ରମଣ କରିଥିବା ନେଇ ସଂଯୁକ୍ତ ଆରବ ଏମିରେଟ୍ସ କହିଛି । ହରମୁଜ୍ ପ୍ରଣାଳୀକୁ ସୁରକ୍ଷିତ ଭାବେ ବ୍ୟବହାର କରିବା ନେଇ ସହଯୋଗୀ ଦେଶଗୁଡ଼ିକ ପକ୍ଷରୁ ଯୁଦ୍ଧଜାହାଜ ମୁତୟନ କରାଯିବା ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଶାବ୍ୟକ୍ତ କରିଛନ୍ତି । ଇସ୍ରାଏଲ ଆକ୍ରମଣରେ ଲେବାନନ୍ରେ ଏପର୍ଯ୍ୟନ୍ତ ୮୦୦ ଲୋକଙ୍କର ମୃତୁ୍ୟ ହୋଇଛି ।
୮ଲକ୍ଷ ୫୦ହଜାରରୁ ଅଧିକ ଲୋକ ବିସ୍ଥାପିତ ହୋଇଥିବା ଜଣାପଡିଛି । ପଶ୍ଚିମ ଏସିଆ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏୟାର ଇଣ୍ଡିଆ ଏବଂ ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ପକ୍ଷରୁ ଆଜି ୧୪ଟି ଉଡାଣକୁ ବାତିଲ କରାଯାଇଛି । ବିମାନସେବା ପ୍ରଦାନକାରୀ ସଂସ୍ଥା କହିଛି ବାତିଲ କିମ୍ବା ଅସ୍ଥାୟୀ ଭାବେ ସ୍ଥଗିତ ରହିଥିବା ଯାତ୍ରା କ୍ଷେତ୍ରରେ ଯାତ୍ରୀଙ୍କୁ କୌଣସି ଅତିରିକ୍ତ ଦେୟ କିମ୍ବା ଭବିଷ୍ୟତରେ ପୁନଃ ଟିକଟ ବୁକ୍ କରିବା ପାଇଁ ଅତିରିକ୍ତ ଦେୟ ଦେବାକୁ ପଡିବ ନାହିଁ । ଏପରିକି ସଂପୂର୍ଣ୍ଣ ଭାବେ ଅର୍ଥ ଫେରସ୍ତର ବିକଳ୍ପ ମଧ୍ୟ ଯାତ୍ରୀଙ୍କ ପାଖରେ ଉପଲବ୍ଧ ରହିଛି । ଅନ୍ୟପକ୍ଷରେ ଇଣ୍ଡିଗୋ ବିମାନସେବା ପ୍ରଦାନକାରୀ ସଂସ୍ଥା କହିଛି ଦୁବାଇରେ ବିମାନ ଉଡାଣ ଉପରେ ପ୍ରତିବନ୍ଧ ଲଗାଯାଇଥିବାରୁ ସମୟସୂଚୀରେ କେତେକ ପରିବର୍ତ୍ତନ କରାଯାଇଛି । ଦୁବାଇକୁ କିମ୍ବା ଦୁବାଇରୁ ଯାତ୍ରା କରୁଥିବା ଯାତ୍ରୀଙ୍କୁ ବିମାନ ବନ୍ଦରକୁ ଯିବା ପୂର୍ବରୁ ଉଡାଣ ସ୍ଥିତି ନେଇ ଯାଞ୍ଚ କରିବାକୁ ଇଣ୍ଡିଗୋ ପକ୍ଷରୁ ଅନୁରୋଧ କରାଯାଇଛି ।
-
APSEZ ର ବଡ଼ ସଫଳତା: 500 ମିଲିୟନ୍ ଟନ୍ କାର୍ଗୋ ହ୍ୟାଣ୍ଡଲିଂ ସୀମା ଅତିକ୍ରମ -
ବଡ ନିଷ୍ପତ୍ତି: ଜୁନ୍ ପର୍ଯ୍ୟନ୍ତ ଏସବୁ ଉତ୍ପାଦ ଉପରେ କଷ୍ଟମ୍ ଶୁଳ୍କ ଛାଡ଼ -
IPL-2026 : କୋଲକାତାକୁ ଭେଟିବ ହାଇଦ୍ରାବାଦ୍ : ପ୍ରଥମ ବିଜୟ ଲକ୍ଷ୍ୟରେ ଉଭୟ ଟିମ୍ -
Adani Green Energy ର ବଡ଼ ସଫଳତା: FY26ରେ 5GW କ୍ଷମତା ସହ ବିଶ୍ୱରେ ନୂଆ ରେକର୍ଡ -
ଭୁବନେଶ୍ୱରରେ VFS ଗ୍ଲୋବାଲ ଭିସା ଆବେଦନ କେନ୍ଦ୍ର ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ







Click it and Unblock the Notifications