ଗ୍ରୀନଲ୍ୟାଣ୍ଡ ଉପରେ ଟ୍ରମ୍ପଙ୍କ ୟୁ-ଟର୍ଣ୍ଣ ! ନାଟୋ ସହିତ ହେଲା କି ଗୁପ୍ତ ଚୁକ୍ତି ?
ଗ୍ରୀନଲ୍ୟାଣ୍ଡକୁ ନେଇ ୟୁରୋପୀୟ ଦେଶମାନଙ୍କ ଉପରେ ଟାରିଫ୍ ଲାଗୁ କରିବା ଓ ସମ୍ଭାବ୍ୟ ସେନା କାର୍ଯ୍ୟାନୁଷ୍ଠାନ ନେଇ ଆଲୋଚନା ଚାଲିଥିବା ସମୟରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ କଥାରୁ ୟୁ-ଟର୍ଣ୍ଣ ନେଇଛନ୍ତି । ବିଶ୍ୱ ଆର୍ଥିକ ମଞ୍ଚ (WEF) ସମ୍ମେଳନ ସମୟରେ ନାଟୋ ମହାସଚିବ ମାର୍କ ରୁଟେ ସହିତ ହୋଇଥିବା ଦ୍ୱିପକ୍ଷୀୟ ବୈଠକ ପରେ ଟ୍ରମ୍ପ ୧ ଫେବୃଆରୀରୁ ପ୍ରସ୍ତାବିତ ଟାରିଫ୍ ଲାଗୁ ନ କରିବାର ନିଷ୍ପତ୍ତି ନେଇଛନ୍ତି।

ଟ୍ରମ୍ପ ତାଙ୍କ ସୋସିଆଲ୍ ମିଡିଆ ପ୍ଲାଟଫର୍ମ 'ଟ୍ରୁଥ୍ ସୋସିଆଲ୍' ମାଧ୍ୟମରେ କହିଛନ୍ତି ଯେ, ଗ୍ରୀନଲ୍ୟାଣ୍ଡ ଏବଂ ସମଗ୍ର ଆର୍କଟିକ୍ ଅଞ୍ଚଳକୁ ନେଇ ଆମେରିକା ଓ ନାଟୋ ସହଯୋଗୀ ଦେଶମାନଙ୍କ ହିତରେ ଏକ ଭବିଷ୍ୟତମୁଖୀ ଢାଞ୍ଚା ତିଆରି ହେଉଛି। ଏହି ଢାଞ୍ଚା ଆମେରିକା-ନାଟୋ ସହଯୋଗକୁ ଅଧିକ ମଜବୁତ କରିବ ବୋଲି ସେ କହିଛନ୍ତି।
ଏହା ସହ ଗ୍ରୀନଲ୍ୟାଣ୍ଡ ସଂପର୍କିତ 'ଗୋଲ୍ଡେନ୍ ଡୋମ୍' ପ୍ରକଳ୍ପ ଉପରେ ଆଲୋଚନା ଜାରି ରହିଛି। ଏହି ଆଲୋଚନାର ନେତୃତ୍ୱ ଉପରାଷ୍ଟ୍ରପତି ଜେ.ଡି. ଭ୍ୟାନ୍ସ, ବିଦେଶମନ୍ତ୍ରୀ ମାର୍କୋ ରୁବିଓ ଏବଂ ବିଶେଷ ଦୂତ ସ୍ଟିଭ୍ ୱିଟକଫ୍ କରିବେ। ଏହି ନିଷ୍ପତ୍ତିକୁ ଡେନମାର୍କ ସ୍ୱାଗତ କରିଥିବାବେଳେ ନାଟୋ ମହାସଚିବ ମାର୍କ ରୁଟେ ଆମେରିକା ସହ ସହଯୋଗ ଜାରି ରହିବ ବୋଲି ଆଶ୍ୱାସନ ଦେଇଛନ୍ତି।
ଦାଭୋସରେ ଦିଆଯାଇଥିବା ଭାଷଣରେ ଟ୍ରମ୍ପ ଗ୍ରୀନଲ୍ୟାଣ୍ଡକୁ ଆମେରିକାର ଜାତୀୟ ସୁରକ୍ଷା ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ଉଲ୍ଲେଖ କରିଛନ୍ତି। ଗ୍ରୀନଲ୍ୟାଣ୍ଡକୁ ଏକ ବରଫ ଖଣ୍ଡ ଭାବରେ ବର୍ଣ୍ଣନା କରି ଟ୍ରମ୍ପ କହିଛନ୍ତି ଯେ, ଏହା ଉପରେ ନିୟନ୍ତ୍ରଣ ପାଇଁ ଦାବି ଗୁରୁତ୍ୱପୂର୍ଣ୍ଣ ନୁହେଁ। ସେ କହିଛନ୍ତି, "ମୁଁ ଯାହା ମାଗୁଛି ତାହା ହେଉଛି ଏକ ଥଣ୍ଡା, ଦୂରବର୍ତ୍ତୀ ସ୍ଥାନ ଯାହା ବିଶ୍ୱ ଶାନ୍ତି ଏବଂ ସୁରକ୍ଷାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବ। ଦଶନ୍ଧି ଧରି ଆମେ ଯାହା ତ୍ୟାଗ କରିଆସିଛୁ ତାହା ତୁଳନାରେ ଏହା ଏକ ବହୁତ ଛୋଟ ଦାବି।"
-
APSEZ ର ବଡ଼ ସଫଳତା: 500 ମିଲିୟନ୍ ଟନ୍ କାର୍ଗୋ ହ୍ୟାଣ୍ଡଲିଂ ସୀମା ଅତିକ୍ରମ -
ବଡ ନିଷ୍ପତ୍ତି: ଜୁନ୍ ପର୍ଯ୍ୟନ୍ତ ଏସବୁ ଉତ୍ପାଦ ଉପରେ କଷ୍ଟମ୍ ଶୁଳ୍କ ଛାଡ଼ -
IPL-2026 : କୋଲକାତାକୁ ଭେଟିବ ହାଇଦ୍ରାବାଦ୍ : ପ୍ରଥମ ବିଜୟ ଲକ୍ଷ୍ୟରେ ଉଭୟ ଟିମ୍ -
Adani Green Energy ର ବଡ଼ ସଫଳତା: FY26ରେ 5GW କ୍ଷମତା ସହ ବିଶ୍ୱରେ ନୂଆ ରେକର୍ଡ -
ଭୁବନେଶ୍ୱରରେ VFS ଗ୍ଲୋବାଲ ଭିସା ଆବେଦନ କେନ୍ଦ୍ର ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ







Click it and Unblock the Notifications