Get Updates
Get notified of breaking news, exclusive insights, and must-see stories!

ଆମେରିକାରେ ସୁବର୍ଣ୍ଣ ଯୁଗ ଆରମ୍ଭ ହୋଇଛି କହିଲେ ଟ୍ରମ୍ପ

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଷ୍ଟେଟ୍ ଅଫ୍ ଦି ୟୁନିଅନ୍ ଅଭିଭାଷଣରେ ଡୋନାଲ୍ଡ ଟ୍ରମ୍ପ ଆମେରିକା କଂଗ୍ରେସକୁ ସମ୍ବୋଧିତ କରି ଜାନୁଆରି ୨୦୨୫ରେ ଆରମ୍ଭ ହୋଇଥିବା ତାଙ୍କର ଦ୍ୱିତୀୟ କାର୍ଯ୍ୟକାଳର ପ୍ରଥମ ୧୩ ମାସର ସଫଳତା ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି ଆମେରିକା ପୂର୍ବରୁ କେବେ ଏଭଳି ପରିବର୍ତ୍ତନ ଦେଖିନଥିଲା। ସେ ଅର୍ଥନୀତି, ସୀମା ସୁରକ୍ଷା, ନିଶାଦ୍ରବ୍ୟ ନିୟନ୍ତ୍ରଣ ଓ ଅନ୍ତର୍ଜାତୀୟ ପରିସ୍ଥିତି ଉପରେ ଗୁରୁତ୍ୱାରୋପ କରିଛନ୍ତି।

Trump

ଡୋନାଲ୍ଡ ଟ୍ରମ୍ପ ତାଙ୍କ ଭାଷଣ ଆରମ୍ଭ କରି କହିଛନ୍ତି, ମୁଁ ଏକ ସଙ୍କଟରେ ଥିବା ଦେଶର ଦାୟିତ୍ୱ ଗ୍ରହଣ କରିଥିଲି। ସେତେବେଳେ ମୁଦ୍ରାସ୍ଫୀତି ରେକର୍ଡ ସ୍ତରରେ ଥିଲା। ବିଶ୍ବରେ ଯୁଦ୍ଧ ଓ ବିଶୃଙ୍ଖଳା ରାଜୁତି କରୁଥିଲା। କିନ୍ତୁ ଆଜି ମୁଁ ଗର୍ବର ସହିତ କହିପାରିବି ଯେ, ଆମେ ଏପରି ପରିବର୍ତ୍ତନ ହାସଲ କରିଛୁ ଯାହା ପୂର୍ବରୁ କେହି ଦେଖି ନଥିଲେ, ଏବଂ ଏହି ପରିବର୍ତ୍ତନ ଯୁଗ ଯୁଗ ଧରି ଚାଲିବ। ସେ ଦାବି କରିଛନ୍ତି ଅର୍ଥନୀତି ମାତ୍ର ତିନି ମାସ ମଧ୍ୟରେ ପୁନରୁଦ୍ଧାର ହୋଇପାରିଛି। ଗ୍ୟାସ୍ ମୂଲ୍ୟ ହ୍ରାସ ପାଇଛି। ଆମ ଦେଶ ପୂର୍ବ ଅପେକ୍ଷା ବଡ଼ ଏବଂ ଶକ୍ତିଶାଳୀ ହୋଇପାରିଛି।

ଆମ ଦେଶ ପୁଣିଥରେ ଟ୍ରାକ୍‌କୁ ଫେରି ଆସିଛି

ଟ୍ରମ୍ପ କହିଛନ୍ତି, ଆମ ଦେଶ ପୁଣିଥରେ ଟ୍ରାକ୍‌କୁ ଫେରି ଆସିଛି। ପୂର୍ବ ଅପେକ୍ଷା ବଡ଼, ଭଲ, ସମୃଦ୍ଧ ଏବଂ ଶକ୍ତିଶାଳୀ ହୋଇଛି। ଆମେରିକାର ସ୍ୱବର୍ଣ୍ଣ ଯୁଗ ଆରମ୍ଭ ହୋଇଛି। ଆଜିଠାରୁ ପାଞ୍ଚ ମାସରୁ କମ୍ ସମୟ ମଧ୍ୟରେ, ଆମ ଦେଶ ଆମେରିକୀୟ ଇତିହାସର ଏକ ପ୍ରମୁଖ ମାଇଲଖୁଣ୍ଟ ହାସଲ କରିବ। ଆମର ଗୌରବ, ଆମେରିକୀୟ ସ୍ୱାଧୀନତାର ୨୫୦ ତମ ବାର୍ଷିକୀ। ଏହା ଜୁଲାଇ ୪ ତାରିଖରେ,ଆମେ ପୃଥିବୀର ସବୁଠାରୁ ଅବିଶ୍ୱସନୀୟ ଏବଂ ସ୍ୱତନ୍ତ୍ର ଭାବେ ବିଜୟ, ପ୍ରଗତି ଓ ସ୍ୱାଧୀନତାର ଅଢ଼େଇ ଶତାବ୍ଦୀ ପାଳନ କରିବୁ। ଆମେ ଏପରି ହେଉଥିବାର କିଛି କେବେ ଦେଖିନାହୁଁ। ଆମେ ଆହୁରି ଭଲ କରିବାକୁ ଯାଉଛୁ।

ସୀମା ସୁରକ୍ଷା ବିଷୟରେ ଟ୍ରମ୍ପ ଏକ ସାହସିକ ଦାବି କରି କହିଛନ୍ତି, ଗତ ନଅ ମାସ ମଧ୍ୟରେ ଜଣେ ହେଲେ ଅବୈଧ ପ୍ରବାସୀ ଆମେରିକାରେ ପ୍ରବେଶ କରିନାହାଁନ୍ତି। ଆମର ସୀମା ସମ୍ପୂର୍ଣ୍ଣ ସୁରକ୍ଷିତ ଫେଣ୍ଟାନିଲ୍ ଭଳି ଘାତକ ଔଷଧ ଆମଦାନୀରେ ୫୬% ହ୍ରାସ ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି, ଆମେରିକା ଏବେ ବିଶ୍ୱବ୍ୟାପୀ ସମ୍ମାନର ଅଧିକାରୀ। ଏହା ପୂର୍ବ ଅପେକ୍ଷା ବହୁ ଅଧିକ।

ଟ୍ରମ୍ପ କହିଛନ୍ତି, ବାଇଡେନ୍ ପ୍ରଶାସନ ଏବଂ କଂଗ୍ରେସରେ ତାଙ୍କ ସହଯୋଗୀମାନେ ଆମକୁ ଆମ ଦେଶର ଇତିହାସରେ ସବୁଠାରୁ ଖରାପ ମୁଦ୍ରାସ୍ଫୀତି ଦେଇଛନ୍ତି, କିନ୍ତୁ ୧୨ ମାସ ମଧ୍ୟରେ ମୋ ପ୍ରଶାସନ ପାଞ୍ଚ ବର୍ଷରୁ ଅଧିକ ସମୟ ମଧ୍ୟରେ ମୂଳ ମୁଦ୍ରାସ୍ଫୀତିକୁ ସର୍ବନିମ୍ନ ସ୍ତରକୁ ଆଣିଛି। ୨୦୨୫ ର ଶେଷ ତିନି ମାସରେ ଏହା ୧.୭ ପ୍ରତିଶତକୁ ହ୍ରାସ ପାଇଛି। କିଛି ରାଜ୍ୟରେ ପ୍ରତି ଗ୍ୟାଲନ ୬ ଡଲାରରୁ ଅଧିକ ଉପରେ ଥିବା ପେଟ୍ରୋଲ, ସ୍ପଷ୍ଟ ଭାବରେ, ଏକ ବିପର୍ଯ୍ୟୟ ଥିଲା। କିନ୍ତୁ ବର୍ତ୍ତମାନ ମୋ କାର୍ଯ୍ୟକାଳ ସମୟରେ ଏହା ଅଧିକାଂଶ ରାଜ୍ୟରେ ପ୍ରତି ଗ୍ୟାଲନ ୨.୩୦ ଡଲାର ତଳେ ଅଛି। କିଛି ସ୍ଥାନରେ, ପ୍ରତି ଗ୍ୟାଲନ ୧.୯୯ ଡଲାର ଅଛି। କିଛି ସପ୍ତାହ ପୂର୍ବରୁ ମୁଁ କିଛି ରାଜ୍ୟ ଗସ୍ତ କରିଥିଲି, ପ୍ରତି ଗ୍ୟାଲନ ସେଠାରେ ୧.୮୫ ଡଲାର ଥିବା ଦେଖିଥିଲି।

ବୈଦେଶିକ ନୀତି ଉପରେ, ଟ୍ରମ୍ପ କହିଛନ୍ତି, ଇରାନର ପରମାଣୁ କାର୍ଯ୍ୟକ୍ରମ ଉପରେ କଠୋର ଆଭିମୁଖ୍ୟ ଗ୍ରହଣ କରିଛି। ଯେତେ ସମ୍ଭବ ମୁଁ ଶାନ୍ତି ସ୍ଥାପନ କରିବି। କିନ୍ତୁ ଯଦି ଆମେରିକାକୁ ଧମକ ଦିଆଯାଏ ତେବେ ମୁଁ କେବେ ବି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସଂକୋଚ କରିବି ନାହିଁ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+