ଆମେରିକା-ଇସ୍ରାଏଲକୁ ଇରାନର ଚେତାବନୀ
ଇରାନ୍ ଏବଂ ଆମେରିକା-ଇସ୍ରାଏଲ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଛି । ଶନିବାର ଇରାନ୍ର ସେନା ମୁଖ୍ୟ ଆମିର ହତାମୀ ଆମେରିକା ଏବଂ ଇସ୍ରାଏଲକୁ ଚେତବାନୀ ଦେଇଛନ୍ତି । ସେ କହିଛନ୍ତି, ମଧ୍ୟପ୍ରାଚ୍ୟରେ ଓ୍ବାଶିଂଟନ ଅତ୍ୟଧିକ ସୈନ୍ୟ ମୁତୟନ କରିବା ପରେ ଦେଶର ସେନା ହାଇଆଲର୍ଟରେ ରହିଛି । ସେ କହିଛନ୍ତି, ତାଙ୍କ ଦେଶର ପରମାଣୁ ପ୍ରଯୁକ୍ତିବିଦ୍ୟାକୁ ନଷ୍ଟ କରାଯାଇପାରିବ ନାହିଁ । ଆମେରିକା ଏବଂ ଇରାନ୍ ମଧ୍ୟରେ ପରମାଣୁ ଚୁକ୍ତିକୁ ନେଇ ସମ୍ଭାବନା ମଧ୍ୟରେ ଆମିର ହତାମୀଙ୍କ ଏହି ବୟାନ ଚିନ୍ତା ବଢ଼ାଇ ଦେଇଛି ।
ସମାଚାର ଏଜେନ୍ସି ଆଇଆରଏନଏ ଅନୁସାରେ, ହତାମୀ କହିଛନ୍ତି 'ଯଦି ଶତ୍ରୁ କୌଣସି ଭୁଲ କରେ ତେବେ ଦେଶର ସୁରକ୍ଷା ବିପଦରେ ପଡ଼ିବ । ଏହାକୁ ମୁକାବିଲା କରିବା ଲାଗି ଦେଶର ସେନା ପୂର୍ଣ୍ଣ ପ୍ରସ୍ତୁତ ହୋଇ ରହିଛି ।' ହତାମୀ ଆହୁରି କହିଛନ୍ତି ଯେ, ଇରାନ୍ର ପରମାଣୁ ଟେକନୋଲୋଜିକୁ ନଷ୍ଟ କରାଯାଇପାରିବ ନାହିଁ ।

ଏହା ପୂର୍ବରୁ ଶୁକ୍ରବାର (ଜାନୁଆରୀ ୩୦) ଟ୍ରମ୍ପ ତେହରାନକୁ ଚେତବାନୀ ଦେଇ କହିଥିଲେ, ଯଦି ଇରାନ କୌଣସି ଚୁକ୍ତି ନକରେ, ତେବେ ସେ ଅଧିକ ସଂଖ୍ୟକ ଜାହାଜ ପଠାଇବେ । ତାଙ୍କର ପ୍ରାଥମିକତା ଏକ ଶାନ୍ତିପୂର୍ଣ୍ଣ ଚୁକ୍ତି । ଏପରିକି ଶୀଘ୍ର ଏକ ଚୁକ୍ତି ହେବ ବୋଲି କହିଥିଲେ ଟ୍ରମ୍ପ ।
ଇରାନ ତଟବର୍ତ୍ତୀ ଅଞ୍ଚଳରେ ନୌସେନା ମୁତୟନକୁ ନେଇ ଟ୍ରମ୍ପ କହିଥିଲେ, ଆମର ଏକ ବିଶାଳ ନୌସେନା ଦଳ ଇରାନ୍ ଅଭିମୁଖେ ଯାତ୍ରା କରୁଛି । ଆଶା କରୁଛି, ଆମେ ଏକ ଚୁକ୍ତି କରିବୁ । ଯଦି ଚୁକ୍ତି ହୋଇଯିବ, ତେବେ ଭଲ ହେବ । ଯଦି ନହେବ ତେବେ ଆଗକୁ କଣ କରାଯିବ ଆମେ ଚିନ୍ତା କରିବୁ ।
-
APSEZ ର ବଡ଼ ସଫଳତା: 500 ମିଲିୟନ୍ ଟନ୍ କାର୍ଗୋ ହ୍ୟାଣ୍ଡଲିଂ ସୀମା ଅତିକ୍ରମ -
ବଡ ନିଷ୍ପତ୍ତି: ଜୁନ୍ ପର୍ଯ୍ୟନ୍ତ ଏସବୁ ଉତ୍ପାଦ ଉପରେ କଷ୍ଟମ୍ ଶୁଳ୍କ ଛାଡ଼ -
IPL-2026 : କୋଲକାତାକୁ ଭେଟିବ ହାଇଦ୍ରାବାଦ୍ : ପ୍ରଥମ ବିଜୟ ଲକ୍ଷ୍ୟରେ ଉଭୟ ଟିମ୍ -
Adani Green Energy ର ବଡ଼ ସଫଳତା: FY26ରେ 5GW କ୍ଷମତା ସହ ବିଶ୍ୱରେ ନୂଆ ରେକର୍ଡ -
ଭୁବନେଶ୍ୱରରେ VFS ଗ୍ଲୋବାଲ ଭିସା ଆବେଦନ କେନ୍ଦ୍ର ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ







Click it and Unblock the Notifications