ଆମେରିକାର ଗ୍ରିନ୍ଲାଣ୍ଡ ଦଖଲ ଉଦ୍ୟମକୁ ପ୍ରଥମ ଥର ପାଇଁ ଖୋଲାଖୋଲି ବିରୋଧ ଲାକ ରୁଷ୍
ସୁରକ୍ଷା କାରଣ ପାଇଁ ଆମେରିକା ଗ୍ରିନ୍ଲାଣ୍ଡ ଦଖଲ ପାଇଁ କହିଥିବାବେଳେ ଏହାକୁ ରୁଷ୍ ବିରୋଧ କରିଛି। ଗ୍ରିନଲାଣ୍ଡ୍ ଡେନମାର୍କର ଏକ ଅଭିନ୍ନ ଅଂଶ ବୋଲି ରୁଷ୍ ଘୋଷଣା କରିଛି। ବିଶ୍ବର ସବୁଠାରୁ ବୃହତ୍ତମ ଦ୍ବୀପ ଗ୍ରିନଲାଣ୍ଡ ଦଖଲ ସଂକ୍ରାନ୍ତ ଆମେରିକାର ଉଦ୍ୟମକୁ ରୁଷ୍ ପ୍ରଥମ ଥର ପାଇଁ ଖୋଲାଖୋଲି ବିରୋଧ କରିଛି। ରୁଷ୍ କହିଛି ଯେ ଅନ୍ତର୍ଜାତୀୟ ଦୃଷ୍ଟିକୋଣରୁ ଏହି ଦ୍ବୀପରେ ସୁରକ୍ଷା ସ୍ଥିତି ଅତ୍ୟନ୍ତ ଅସାଧାରଣ ରହିଛି।

ରୁଷ୍ ଏବଂ ଚୀନ୍ ଗ୍ରିନ୍ଲାଣ୍ଡକୁ ଧମକାଉଛନ୍ତି ବୋଲି ପଶ୍ଚିମ ରାଷ୍ଟ୍ର ଦାବି କରିବା ଅଗ୍ରହଣୀୟ। ଉକ୍ତ ଅଞ୍ଚଳକୁ ନେଇ ଯେଉଁ ସଙ୍କଟ ଦେଖାଦେଇଛି ସେଥିରୁ ପଶ୍ଚିମ ଶକ୍ତିମାନଙ୍କର ଦୋମୁହାଁ ନୀତି ଧରା ପଡ଼ିଯାଇଥିବା ରୁଷ୍ କହିଛି। ରୁଷ୍ ବିଦେଶ ମନ୍ତ୍ରାଳୟର ସୂଚନା ଏବଂ ପ୍ରେସ୍ ବିଭାଗ ନିର୍ଦ୍ଦେଶକ ମାରିଆ ଜାଖାରୋଭା ନିୟମ ଆଧାରିତ ଅନ୍ତର୍ଜାତୀୟ ନିର୍ଦ୍ଦେଶକୁ କଡ଼ା ସମାଲୋଚନା କରିଛନ୍ତି। ଏହା ପଶ୍ଚିମ ରାଷ୍ଟ୍ରମାନଙ୍କ ଦ୍ବାରା ସମର୍ଥିତ ବୋଲି ସେ କହିଛନ୍ତି।
ପଦାରେ ପଡ଼ିଲା ଅନ୍ତର୍ଜାତୀୟ ଶୃଙ୍ଖଳାର ବିଫଳତା
ଏକ୍ସରେ ଏକ ପୋଷ୍ଟ୍ କରି ରୁଷ ବିଦେଶ ମନ୍ତ୍ରାଳୟ କହିଛି ଯେ ଗ୍ରିନ୍ଲାଣ୍ଡରେ ବର୍ତ୍ତମାନର ଉତ୍ତେଜନା ପାଶ୍ଚାତ୍ୟ ରାଷ୍ଟ୍ରର ନିୟମ ଆାଧାରିତ ଅନ୍ତର୍ଜାତୀୟ ଶୃଙ୍ଖଳାର ବିଫଳତାକୁ ପଦାରେ ପକାଇ ଦେଇଛି। ତେବେ ଗ୍ରିନ୍ଲାଣ୍ଡ ଦଖଲ ପାଇଁ ଆମେରିକାର ଚାପ ମଧ୍ୟରେ କେବଳ ରୁଷ୍ ନୁହେଁ ଡେନମାର୍କର ନାଟୋ ସହଯୋଗୀ ରାଷ୍ଟ୍ରମାନେ ମଧ୍ୟ ଗ୍ରିନଲାଣ୍ଡକୁ ସୈନ୍ୟ ପଠାଇଛନ୍ତି। ଗ୍ରିନଲାଣ୍ଡକୁ ଏବେ ଫ୍ରାନ୍ସ, ଜର୍ମାନୀ ଏବଂ ଇଂଲଣ୍ଡ ସୈନ୍ୟଦଳ ପଠାଇଛନ୍ତି। ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସ ଏବଂ ବିଦେଶ ସଚିବ ମାର୍କୋ ରୁବିଓଙ୍କ ସହ ଡେନମାର୍କ ଏବଂ ଗ୍ରିନ୍ଲାଣ୍ଡର ପ୍ରତିନିଧିମାନଙ୍କର ବୈଠକ ପରେ ଏହି ପଦକ୍ଷେପ ଗ୍ରହଣ ହୋଇଛି।
-
APSEZ ର ବଡ଼ ସଫଳତା: 500 ମିଲିୟନ୍ ଟନ୍ କାର୍ଗୋ ହ୍ୟାଣ୍ଡଲିଂ ସୀମା ଅତିକ୍ରମ -
IPL-2026 : କୋଲକାତାକୁ ଭେଟିବ ହାଇଦ୍ରାବାଦ୍ : ପ୍ରଥମ ବିଜୟ ଲକ୍ଷ୍ୟରେ ଉଭୟ ଟିମ୍ -
Adani Green Energy ର ବଡ଼ ସଫଳତା: FY26ରେ 5GW କ୍ଷମତା ସହ ବିଶ୍ୱରେ ନୂଆ ରେକର୍ଡ -
ଭୁବନେଶ୍ୱରରେ VFS ଗ୍ଲୋବାଲ ଭିସା ଆବେଦନ କେନ୍ଦ୍ର ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ -
ବଡ ନିଷ୍ପତ୍ତି: ଜୁନ୍ ପର୍ଯ୍ୟନ୍ତ ଏସବୁ ଉତ୍ପାଦ ଉପରେ କଷ୍ଟମ୍ ଶୁଳ୍କ ଛାଡ଼







Click it and Unblock the Notifications