ୟୁକ୍ରେନର ଉପରେ ରୁଷର ଡ୍ରୋନ୍ ଆଟାକ୍, ୧୩ ଗୁରୁତର
ଦୀର୍ଘ ୪ ବର୍ଷ ଧରି ରୁଷ ଓ ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ଚାଲିଛି । ଏପର୍ଯ୍ୟନ୍ତ ଯୁଦ୍ଧବିରତି ପାଇଁ କୌଣସି ଚୁକ୍ତି ହୋଇନାହିଁ । ଉଭୟ ଦେଶ ପରସ୍ପର ଉପରେ ଆକ୍ରମଣ ଜାରି ରଖିଛନ୍ତି । ଏହାରି ମଧ୍ୟରେ ୟୁକ୍ରେନର ଦୁଇଟି ବଡ଼ ସହର ଉପରେ ରୁଷର ଆକ୍ରମଣ ହୋଇଥିବା ଜଣାପଡ଼ିଛି । ଏହି ଆକ୍ରମଣରେ ୧୩ ଜଣ ଆହତ ହୋଇଥିବା ଅଧିକାରୀମାନେ କହିଛନ୍ତି ।

ସୂଚନାନୁଯାୟୀ, ଆଜି ସକାଳେ ୟୁକ୍ରେନର ଦୁଇଟି ବଡ଼ ସହର ଉପରେ ରୁଷ ଆକ୍ରମଣରେ ରାଜଧାନୀ କିଭରେ ୨ ଜଣ ଏବଂ ଉତ୍ତର-ପୂର୍ବରେ ଥିବା ଖାରକିଭରେ ୧୧ ଜଣ ଆହତ ହୋଇଛନ୍ତି । ରାଜଧାନୀରେ ଆହତ ଦୁଇଜଣଙ୍କ ଅବସ୍ଥା ଗୁରୁତର ରହିଥିବା ସହ ସେମାନଙ୍କୁ ହସ୍ପିଟାଲରେ ଚିକିତ୍ସା କରାଯାଉଛି ବୋଲି କିଭ ମେୟର ଭିଟାଲି କ୍ଲିଟସ୍କୋ କହିଛନ୍ତି । ଡ୍ନିପ୍ରୋ ନଦୀର ଉଭୟ ପାର୍ଶ୍ୱରେ ଅବସ୍ଥିତ ଦୁଇଟି ଜିଲ୍ଲାରେ ଆକ୍ରମଣ ହୋଇଥିବା ମଧ୍ୟ ସେ କହିଛନ୍ତି ।
ଏହାରି ମଧ୍ୟରେ କିଭ୍ର ସାମରିକ ପ୍ରଶାସନର ମୁଖ୍ୟ ତୈମୁର ତକାଚେଙ୍କୋ କହିଛନ୍ତି ଯେ ଡ୍ରୋନ୍ ଆକ୍ରମଣ ଅତି କମରେ ତିନୋଟି ଜିଲ୍ଲାରେ ହୋଇଛି । ଯେଉଁଥିରେ ଅତି କମରେ ଦୁଇଟି ସ୍ଥାନରେ ନିଆଁ ଲାଗିଛି ।
ଅନ୍ୟପଟେ ମେୟର ଇଗୋର ତେରେଖଭ ଟେଲିଗ୍ରାମରେ କହିଛନ୍ତି ଯେ, ଡ୍ରୋନ ହଷ୍ଟେଲ, ଏକ ହସ୍ପିଟାଲ ଏବଂ ଏକ ପ୍ରସୂତି ହସ୍ପିଟାଲ ଉପରେ ଆକ୍ରମଣ କରିଥିଲା । ପ୍ରାୟ ଚାରି ବର୍ଷ ଧରି ଚାଲିଥିବା ଯୁଦ୍ଧର ସମାଧାନ ପାଇଁ କାର୍ଯ୍ୟ କରୁଥିବା ସମୟରେ ଏହି ଆକ୍ରମଣ ହୋଇଛି ।
-
APSEZ ର ବଡ଼ ସଫଳତା: 500 ମିଲିୟନ୍ ଟନ୍ କାର୍ଗୋ ହ୍ୟାଣ୍ଡଲିଂ ସୀମା ଅତିକ୍ରମ -
ବଡ ନିଷ୍ପତ୍ତି: ଜୁନ୍ ପର୍ଯ୍ୟନ୍ତ ଏସବୁ ଉତ୍ପାଦ ଉପରେ କଷ୍ଟମ୍ ଶୁଳ୍କ ଛାଡ଼ -
IPL-2026 : କୋଲକାତାକୁ ଭେଟିବ ହାଇଦ୍ରାବାଦ୍ : ପ୍ରଥମ ବିଜୟ ଲକ୍ଷ୍ୟରେ ଉଭୟ ଟିମ୍ -
Adani Green Energy ର ବଡ଼ ସଫଳତା: FY26ରେ 5GW କ୍ଷମତା ସହ ବିଶ୍ୱରେ ନୂଆ ରେକର୍ଡ -
ଭୁବନେଶ୍ୱରରେ VFS ଗ୍ଲୋବାଲ ଭିସା ଆବେଦନ କେନ୍ଦ୍ର ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ







Click it and Unblock the Notifications