Get Updates
Get notified of breaking news, exclusive insights, and must-see stories!

ଜାପାନ ପ୍ରଧାନମନ୍ତ୍ରୀ ତଥା ଆଇରନ୍ ଲେଡି ସାନାଏ ତାକାଇଚିଙ୍କ ଐତିହାସିକ ବିଜୟ, ଶୁଭେଚ୍ଛା ଜଣାଇଲେ ମୋଦୀ

ଜାପାନରେ ଅନୁଷ୍ଠିତ ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ସାନେ ତାକାଇଚିଙ୍କ ଲିବରାଲ ଡେମୋକ୍ରାଟିକ ପାର୍ଟି (ଏଲଡିପି)କୁ ବୃହତ ବିଜୟ ମିଳିଛି । ନିମ୍ନ ସଦନରେ ଥିବା ୪୬୫ ଆସନ ଲାଗି ଭୋଟିଂ ହୋଇଥିଲା । ବହୁମତ ସଂଖ୍ୟା ୨୩୩ ଥିଲା । ଏଲଡିପି ଏହି ଅଙ୍କ ପାର୍ କରି ୩୦୦ରୁ ଅଧିକ ଆସନ ହାତେଇଥିବା ପ୍ରାଥମିକ ରିପୋର୍ଟରୁ ଜଣାପଡ଼ିଛି ।

Japanese Prime Minister

ଏହା ପୂର୍ବରୁ ବିଭିନ୍ନ ଏକଜିଟ୍ ପୋଲରେ ବି ତାକାଇଚିଙ୍କ ବିଜୟକୁ ନେଇ ଅନୁମାନ କରାଯାଇଥିଲା । ଏଲ୍ଡିପି ନେତୃତ୍ୱରେ ଗଠିତ ମେଣ୍ଟ ସହଯୋଗୀ ଜାପାନ ଇନୋଭେସନ ପାର୍ଟି ମଧ୍ୟ ଆଖିଦୃଶିଆ ଆସନ ହାସଲ କରିଛି । ତାକାଇଚିଙ୍କ ବିଜୟ ପରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

'ଏକ୍ସ'ରେ ମୋଦି ଲେଖିଛନ୍ତି, ହାଉସ ଅଫ ରିପ୍ରେଜେଣ୍ଟେଟିଭସ ନିର୍ବାଚନରେ ବୃହତ୍ ବିଜୟ ପାଇଁ ସାନେ ତାକାଇଚିଙ୍କୁ ଅଭିନନ୍ଦନ । ଆମର ସ୍ୱତନ୍ତ୍ର ରଣନୀତିକ ତଥା ବୈଶ୍ୱିକ ସହଯୋଗିତା ବର୍ଦ୍ଧିତ ବିଶ୍ୱ ଶାନ୍ତି, ସ୍ଥିରତା ଓ ସମୃଦ୍ଧି କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରେ ।

ଉଲ୍ଲେଖଯୋଗ୍ୟ, ୨୦୨୪ରେ ଜାପାନରେ ଅନୁଷ୍ଠିତ ନିର୍ବାଚନରେ ଏଲଡିପି କ୍ଷତିର ସମ୍ମୁଖୀନ ହୋଇଥିଲା । ଫଳରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଶିଗେରୁ ଇଶିବାଙ୍କ ସରକାର ସଂଖ୍ୟାଲଘୁକୁ ଚାଲିଆସିଥିଲା । ଏହାପରେ ୨୦୨୫ରେ ଏଲଡିପିର ଅଧ୍ୟକ୍ଷ ନିର୍ବାଚନରେ ତାକାଇଚି ବିଜୟୀ ହୋଇଥିଲେ ଏବଂ ଜାପାନ ଇନୋଭେସନ ପାର୍ଟି ସହ ମେଣ୍ଟ କରି ସରକାର ଗଢ଼ିଥିଲେ । ୨୦୨୬ ଜାନୁଆରୀରେ ଯେତେବେଳେ ସଂସଦୀୟ ଅଧିବେଶନ ଆରମ୍ଭ ହେବାର ଥିଲା, ତାକାଇଚି ହାଉସ ଅଫ୍ ରିପ୍ରେଜେଣ୍ଟେଟିଭ୍ସକୁ ଭଙ୍ଗ କରି ସାନି ନିର୍ବାଚନ ଘୋଷଣା କରିଥିଲେ । ରବିବାର ମତଦାନ ହୋଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+