Get Updates
Get notified of breaking news, exclusive insights, and must-see stories!

ଇରାନ ଉପରେ ଇସ୍ରାଏଲ୍‌-ଆମେରିକାର ମିଳିତ ଆକ୍ରମଣ

ଶେଷରେ ମଧ୍ୟ ପ୍ରାଚ୍ୟରେ ଭୟଙ୍କର ଯୁଦ୍ଧ ଆରମ୍ଭ । ଇସ୍ରାଏଲ ପକ୍ଷରୁ ଇରାନ ଉପରେ ବଡ଼ ଧରଣର ଆକ୍ରମଣ କରାଯାଇଛି । ତେହେରାନର ବିଭିନ୍ନ ଅଞ୍ଚଳରୁ କଳା ଧୂଆଁ ଉଠୁଥିବାର ଦେଖବାକୁ ମିଳୁଛି । ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ ଇସ୍ରାଏଲ କାଟଜ୍ ସାରା ଦେଶରେ ତୁରନ୍ତ ଜାତୀୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି ।

ଇସ୍ରାଏଲ ଇରାନ ବିରୋଧରେ ଏକ ଆଗୁଆ ଆକ୍ରମଣ ଆରମ୍ଭ କରିବା ନିଶ୍ଚିତ କରିବା ପରେ ଏହି ଘୋଷଣା କରାଯାଇଛି । ସେପଟେ ଆମେରିକା ବି ଇରାନ ଉପରେ କରିଛି ଆକ୍ରମଣ । ପାଖାପାଖି ୩୦ ଟି ସ୍ଥାନରେ ଆକ୍ରମଣ ହୋଇଛି । ଇସ୍ରାଏଲ ଏବଂ ଆମେରିକା ଇରାନ ଉପରେ ଏକ ବଡ଼ ଆକ୍ରମଣ ଆରମ୍ଭ କରିଛନ୍ତି । ଇସ୍ରାଏଲ ଇରାନ ରାଷ୍ଟ୍ରପତି ଭବନକୁ ଟାର୍ଗେଟ କରିଛି । ଇରାନ ଗୁପ୍ତଚର ସଂସ୍ଥାର ମୁଖ୍ୟାଳୟକୁ ମଧ୍ୟ ଟାର୍ଗେଟ କରିଛି। ରିପୋର୍ଟ ଅନୁଯାୟୀ, ଇରାନର ଅନେକ ଗୁରୁତ୍ୱପୂର୍ଣ୍ଣ ସରକାରୀ କୋଠାକୁ ଟାର୍ଗେଟ କରାଯାଇଛି।

Israeli-American attack

ରିପୋର୍ଟ ଅନୁଯାୟୀ, ଇରାନର ସର୍ବୋଚ୍ଚ ନେତା ଅଲି ଖାମେନି ବର୍ତ୍ତମାନ ତେହେରାନରେ ନାହାନ୍ତି। ତାଙ୍କୁ ଏକ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟପଟରେ ଇସ୍ରାଏଲ୍ରେ ବେସାମରିକ ବିମାନ ବନ୍ଦ । ବେସାମରିକ ବିମାନ ଉଡ଼ାଣ ବନ୍ଦ ଘୋଷଣା କଲା ଇସ୍ରାଏଲ୍ । କେହି ବିମାନବନ୍ଦରକୁ ନ ଆସିବା ପାଇଁ ଇସ୍ରାଏଲ୍ ସରକାରଙ୍କ ନିର୍ଦ୍ଦେଶ ।

​​​ପ୍ରାରମ୍ଭିକ ସୂଚନା ଅନୁଯାୟୀ, ଇସ୍ରାଏଲୀ ବାୟୁସେନା ଇରାନରେ ଅନେକ ଲକ୍ଷ୍ୟସ୍ଥଳକୁ ଟାର୍ଗେଟ କରିଛି । ଅନ୍ତର୍ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଇରାନର ରାଜଧାନୀ ତେହେରାନରେ ଏକାଧିକ ବିସ୍ଫୋରଣ ଶୁଣାଯାଇଥିଲା, ଯାହାକୁ ଇରାନୀ ଟିଭି ଚ୍ୟାନେଲ ସହିତ ଜଡିତ ସୂତ୍ର ମଧ୍ୟ ନିଶ୍ଚିତ କରିଛନ୍ତି । ଏହି ରିପୋର୍ଟରେ କୁହାଯାଇଛି ଯେ, ଇସ୍ରାଏଲ ଡଜନ ଡଜନ ସାମରିକ ପ୍ରତିଷ୍ଠାନ ଏବଂ କିଛି ସମ୍ବେଦନଶୀଳ ସ୍ଥାନକୁ ଟାର୍ଗେଟ କରିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+