ଆମେରିକାରେ ଗିରଫ ଭାରତୀୟ ଡ୍ରାଇଭର
ଆମେରିକାର ଇଣ୍ଡିଆନା ରାଜ୍ୟର ହେଣ୍ଡ୍ରିକ୍ସ କାଉଣ୍ଟିରେ ଜଣେ ୨୫ ବର୍ଷୀୟ ଭାରତୀୟ ଟ୍ରକ୍ ଡ୍ରାଇଭର ସୁଖଦୀପ ସିଂହଙ୍କୁ ଟ୍ରାଫିକ୍ ସିଗନାଲ ଭଙ୍ଗ କରିବା, ତିନୋଟି ଗାଡ଼ିକୁ ଧକ୍କା ହେବା ଓ ଜଣେ ୬୪ ବର୍ଷିୟ ବ୍ୟକ୍ତିଙ୍କ ମୃତ୍ୟୁ ଅଭିଯୋଗରେ ଗିରଫ କରାଯାଇଛି। ଆମେରିକୀୟ ଅଧିକାରୀଙ୍କ ଅନୁଯାୟୀ, ସେ ବର୍ତ୍ତମାନ ଆମେରିକୀୟ ଇମିଗ୍ରେସନ ଏଜେନ୍ସି (ଆଇସିଇ) ର ହେପାଜତରେ ଅଛନ୍ତି। ତାଙ୍କ ଉପରେ ବେପରୁଆ ଗାଡ଼ି ଚଲାଇ କେବଳ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟାଇବା ନୁହେଁ, ବରଂ ବିନା କାଗଜପତ୍ରରେ ଅବୈଧ ଭାବରେ ଆମେରିକାରେ ରହିବାର ମଧ୍ୟ ଅଭିଯୋଗ ଅଛି।

ଫକ୍ସ ନ୍ୟୁଜର ଏକ ରିପୋର୍ଟ ଆଧାରରେ, ଗତ ବୁଧବାର ସୁଖଦୀପ ସିଂହ ରେଡ୍ ଲାଇଟ୍ ସତ୍ୱେ ଟ୍ରାଫିକରେ ଅଟକିନଥିଲେ। ରାସ୍ତା ପାର ସମୟରେ ଏକ ପିକ୍-ଅପ୍ ଭ୍ୟାନକୁ ଧକ୍କା ଦେଇଥିଲେ ପରେ ଏକ ଇଲେକ୍ଟ୍ରିକ୍ ଟ୍ରକ୍ ସମେତ ଆଉ ଏକ ଗାଡ଼ିକୁ ଧକ୍କା ଦେଇଥିଲେ। ଏହି ଦୁର୍ଘଟଣାରେ ପିକ୍-ଅପ୍ ଭ୍ୟାନର ୬୪ବର୍ଷିୟ ଚାଳକ ଟେରି ସ୍କଟଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିଲା।
ସୂଚନା ଅନୁଯାୟୀ, ୨୦୧୮ ମସିହାରେ ସୁଖଦୀପ ସିଂହ ଆମେରିକା ସୀମା ପାର କରୁଥିବା ସମୟରେ ଧରାପଡ଼ିଥିଲେ। ସେତେବେଳେ ସେ ନାବାଳକ ଥିବାରୁ ତାଙ୍କୁ ଛାଡି ଦିଆଯାଇଥିଲା। ପରେ ସେ ୨୦୨୫ ମେ' ମାସରେ ଏକ କମର୍ସିଆଲ୍ ଡ୍ରାଇଭିଂ ଲାଇସେନ୍ସ ପାଇଥିଲେ, ଏବଂ ଅବୈଦ୍ଧ ଭାବେ ଆମେରିକାରେ ରହିଆସୁଥିଲେ।
-
APSEZ ର ବଡ଼ ସଫଳତା: 500 ମିଲିୟନ୍ ଟନ୍ କାର୍ଗୋ ହ୍ୟାଣ୍ଡଲିଂ ସୀମା ଅତିକ୍ରମ -
Adani Ports ର ବଡ଼ ରେକର୍ଡ: 500 ମିଲିୟନ୍ ଟନ୍ କାର୍ଗୋ ପାର, 2030 ମଧ୍ୟରେ 1 ବିଲିୟନ୍ ଟନ୍ ଲକ୍ଷ୍ୟ -
IPL-2026 : କୋଲକାତାକୁ ଭେଟିବ ହାଇଦ୍ରାବାଦ୍ : ପ୍ରଥମ ବିଜୟ ଲକ୍ଷ୍ୟରେ ଉଭୟ ଟିମ୍ -
ଶନିବାର ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକ, ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ଲାଗିପାରେ ମୋହର -
IPL 2026: ପଞ୍ଜାବର ଦ୍ବିତୀୟ ବିଜୟ, ଧୋନୀଙ୍କ ଅନୁପସ୍ଥିତିରେ ପୁଣି ହାରିଲା CSK







Click it and Unblock the Notifications