ୟୁନୁସ୍ ସରକାରଙ୍କୁ ଅର୍ଥନୀତିଜ୍ଞମାନେ କଲେ ସମାଲୋଚନା, ଜାଣନ୍ତୁ ପରା କାରଣ...
ବାଂଲାଦେଶରେ ସାଧାରଣ ନିର୍ବାଚନକୁ ଅଳ୍ପଦିନ ବାକି ଥିବା ବେଳେ ପ୍ରଫେସର ମହମ୍ମଦ ୟୁନୁସ୍ଙ୍କ ନେତୃତ୍ୱାଧୀନ ମଧ୍ୟବର୍ତ୍ତୀକାଳୀନ ସରକାର ଅନେକ ଗୁଡ଼ିଏ ଉଚ୍ଚମୂଲ୍ୟଯୁକ୍ତ ପ୍ରକଳ୍ପଗୁଡ଼ିକୁ ଅନୁମତି ଦେଇଥିବାରୁ ଅର୍ଥନୀତିଜ୍ଞମାନେ ତାଙ୍କୁ ସମାଲୋଚନା କରିଛନ୍ତି । ଏଭଳି ହେଲେ ପରବର୍ତ୍ତୀ ନିର୍ବାଚିତ ସରକାର ପାଇଁ ଏହା ଅଯଥା ବୋଝ ସୃଷ୍ଟି କରିବ ବୋଲି ସେମାନେ କହିଛନ୍ତି ।

ନିର୍ବାଚନ ତାରିଖ ଘୋଷଣା ହେବା ପରେ ପ୍ରଶାସନିକ କାର୍ଯ୍ୟକଳାପ ସୀମିତ ହେବା ପରିବର୍ତ୍ତେ ମଧ୍ୟବର୍ତ୍ତୀକାଳୀନ ସରକାର ଅନେକ ଗୁଡ଼ିଏ ନୂଆ ପ୍ରକଳ୍ପକୁ ଅନୁମତି ଦେବା ସହ ଚୀନ୍, ଇଂଲଣ୍ଡ, ଆମେରିକାଠାରୁ ୧୪ଟି ବୋଇଙ୍ଗ୍ ବିମାନ ସମେତ ଅନ୍ୟାନ୍ୟ ସାମଗ୍ରୀ କ୍ରୟ କରିବା ଲାଗି ଚୁକ୍ତି କରିଛନ୍ତି । ଅନ୍ୟପକ୍ଷରେ ସେଠାରେ ୧ ଲକ୍ଷ କୋଟି ଟାକା ସମ୍ବଳିତ ନବମ ଦରମା ହାର ଲାଗୁ କରିବା ଲାଗି ପ୍ରସ୍ତାବ ରହିଛି । ପ୍ରାୟ ୧ ଲକ୍ଷ ୭ ହଜାର କାଟି ଟାକା ସମ୍ବଳିତ ୬୪ଟି ପ୍ରକଳ୍ପକୁ ଅନୁମତି ଦିଆଯାଇଛି ।












Click it and Unblock the Notifications