ଲିବିୟା ଉପକୂଳରେ ଡଙ୍ଗାବୁଡ଼ି ଘଟଣାରେ ୫୩ ଜଣ ନିଖୋଜ
ଲିବିୟା ଉପକୂଳରେ ଏକ ରବର ଡଙ୍ଗାରେ ଦୁଇଜଣ ଶିଶୁଙ୍କ ସମେତ ୫୩ ଜଣ ପ୍ରବାସୀ ମୃତ୍ୟୁ କିମ୍ବା ନିଖୋଜ ହୋଇଥିବା ଆନ୍ତର୍ଜାତିକ ପ୍ରବାସୀ ସଙ୍ଗଠନ - ଆଇ.ଓ.ଏମ୍. ପକ୍ଷରୁ କୁହାଯାଇଛି । ସୂଚନା ଅନୁଯାୟୀ ଉପକୂଳ ସହର ଜୁଆରାର ଉତ୍ତର ସମୁଦ୍ରାଞ୍ଚଳରେ ଡଙ୍ଗାଟି ବୁଡ଼ି ଯାଇଥିଲା । ୨ ଜଣ ନାଇଜେରିଆ ମହିଳାଙ୍କୁ ଲିବିୟା ପକ୍ଷରୁ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି ।

ଆଇ.ଓ.ଏମ୍. ପକ୍ଷରୁ କୁହାଯାଇଛି, କେବଳ ଜାନୁୟାରୀ ମାସରେ କେନ୍ଦ୍ରୀ ଭୂମଧ୍ୟସାଗର ଅଞ୍ଚଳରେ ଖରାପ ପାଗ ଯୋଗୁଁ ୩୭୫ ଜଣ ପ୍ରବାସୀଙ୍କ ମୃତ୍ୟୁ ହୋଇଛି । କେବଳ ୨୦୨୫ ମସିହାରେ କେନ୍ଦ୍ରୀୟ ଭୂମଧ୍ୟ ସାଗରରେ ୧ ହଜାର ୩୦୦ରୁ ଅଧିକ ନୌଯାତ୍ରୀ ନିଖୋଜ ହୋଇଥିବା ଆଇ.ଓ.ଏମ୍. କହିଛି । ଲିବିୟା ଉପକୂଳରେ ଏହି ନୌକା ଦୁର୍ଘଟଣାକୁ ମିଶାଇ ୨୦୨୬ ମସିହା ୪୮୪ ଜଣଙ୍କ ମୃତ୍ୟୁ କିମ୍ବା ନିଖୋଜ ହୋଇଥିବା ଜଣାପଡ଼ିଛି ।












Click it and Unblock the Notifications