ଇସ୍ରାଏଲ୍ ଆକ୍ରମଣରେ ଗାଜାରେ ୨୩ ପାଲେଷ୍ଟେନିୟଙ୍କ ମୃତ୍ୟୁ
ଗାଜାରେ ଇସ୍ରାଏଲ୍ ଆକ୍ରମଣରେ ଅତି କମ୍ରେ ୨୩ ଜଣ ପାଲେଷ୍ଟେନିୟଙ୍କ ମୃତ୍ୟୁ ହୋଇଥିବା ନେଇ ସେଠାକାର ଡାକ୍ତରଖାନାଗୁଡ଼ିକ କହିଛନ୍ତି । ଇସ୍ରାଏଲ୍ ହମାସ୍କୁ ନୂତନ ଅସ୍ତ୍ରବିରତୀ ଉଲ୍ଲଙ୍ଘନ ପାଇଁ ଅଭିଯୁକ୍ତ କରିବାର ଗୋଟିଏ ଦିନ ପରେ ଗାଜାର ବିଭିନ୍ନ ସ୍ଥାନରେ ଆକ୍ରମଣ ହୋଇଥିଲା ।

ମୃତକଙ୍କ ମଧ୍ୟରେ ଦୁଇଟି ଭିନ୍ନ ପରିବାରର ଦୁଇ ମହିଳା ଏବଂ ୬ ଜଣ ଶିଶୁ ଥିବା ଜଣାପଡ଼ିଛି । ଗାଜା ସହରର ଏକ ଥାନା ଉପରେ ବିମାନ ଆକ୍ରମଣ ଫଳରେ ଅତି କମ୍ରେ ୧୧ ଜଣଙ୍କର ମୃତ୍ୟୁ ହୋଇଥିଲା ବୋଲି ସେଠାକାର ଏକ ଘରୋଇ ହସ୍ପିଟାଲ୍ର ନିର୍ଦ୍ଦେଶକ ମହମ୍ମଦ ଆବୁ ସେଲିନିୟା କହିଛନ୍ତି ।
More From
-
APSEZ ର ବଡ଼ ସଫଳତା: 500 ମିଲିୟନ୍ ଟନ୍ କାର୍ଗୋ ହ୍ୟାଣ୍ଡଲିଂ ସୀମା ଅତିକ୍ରମ -
ବଡ ନିଷ୍ପତ୍ତି: ଜୁନ୍ ପର୍ଯ୍ୟନ୍ତ ଏସବୁ ଉତ୍ପାଦ ଉପରେ କଷ୍ଟମ୍ ଶୁଳ୍କ ଛାଡ଼ -
IPL-2026 : କୋଲକାତାକୁ ଭେଟିବ ହାଇଦ୍ରାବାଦ୍ : ପ୍ରଥମ ବିଜୟ ଲକ୍ଷ୍ୟରେ ଉଭୟ ଟିମ୍ -
Adani Green Energy ର ବଡ଼ ସଫଳତା: FY26ରେ 5GW କ୍ଷମତା ସହ ବିଶ୍ୱରେ ନୂଆ ରେକର୍ଡ -
ଭୁବନେଶ୍ୱରରେ VFS ଗ୍ଲୋବାଲ ଭିସା ଆବେଦନ କେନ୍ଦ୍ର ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ







Click it and Unblock the Notifications