ଝରାଫୁଲ ମୃତ୍ୟୁ ମାମଲା: ଖୋଲିଲା ସାଙ୍ଗ ସୋନାଲିର ରହସ୍ୟ
ମୃତ୍ୟ ଘଟଣାର ଅନ୍ୟକ ଫର୍ଦ୍ଦ କୁହାଯାଉଥିବା ଝରାଫୁଲଙ୍କ ସାଙ୍ଗ ସୋନାଲି ରହ୍ୟସ, ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ...
ଭୂବନେଶ୍ବର: ଫିଟୁଛି ଅଡୁଆ ସୁତାର ଖିଅ । ଖୋଲୁଛି ଆର୍ଡି ଛାତ୍ରୀ ଝରାଫୁଲ ନାୟକ ମୃତ୍ୟୁ ଘଟଣାର ଗୋଟିଏ ଗୋଟିଏ ରହସ୍ୟ । ଘଟଣାରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ରାକେଶ ସ୍ବାଇଁକୁ ଯାଜପୁର ପୋଲିସର ଜେରା ପରେ ଗୋଟିଏ ଗୋଟଏ ଗୁମର ଖୋଲିବାର ଲାଗିଛି । ଇତି ମଧ୍ୟ ସାମ୍ନାକୁ ଆସିଛି ଘଟଣାର ଆଉ ଏକ କାହାଣୀ । ମୃତ୍ୟ ଘଟଣାର ଅନ୍ୟକ ଫର୍ଦ୍ଦ କୁହାଯାଉଥିବା ଝରାଫୁଲଙ୍କ ସାଙ୍ଗ ସୋନାଲି ରହ୍ୟସ, ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ ।

ଗତ 27 ତାରିଖଠାରୁ ଝରାଫୁଲଙ୍କ ମୃତ୍ୟୁ ଦେହ ମିଳିବା ପରେ ସମସ୍ତଙ୍କ ମନରେ ଥିଲା ଗୋଟିଏ ପ୍ରଶ୍ନ କିଏ ଏହି ସୋନାଲି । ଯାହା ନାମ ନେଇ ହୋଟଲେ ପୁରୁଷ ବନ୍ଧୁ ରାକେଶ ସହ ରାତି ବିତାଇଥିଲେ ଝରାଫୁଲ । ଯାହାର ଗୁମର ଏବେ ଫିଟିଛି । ପୋଲିସ ସୁତ୍ରରୁ ମିଳିଥିବା ସୁଚନା ଅନୁସାରେ ସୋନାଲିଙ୍କ ନାଁରେ ଚାଟିଂ କରୁଥିଲେ ଅଭିଯୁକ୍ତ ରାକେଶ । ଅର୍ଥାତ୍ ସେ ହିଁ ନିଜକୁ ଝରାଫୁଲଙ୍କ ବାନ୍ଧବୀ ସୋନାଲି କହି ହ୍ୱାଟସଆପରେ ପରିବାର ଲୋକଙ୍କୁ ବିଭ୍ରାନ୍ତ କରିଚାଲିଥିଲା ।

ସୂଚନାଥାଉ, ଗତ ୨୬ ତାରିଖରେ ଝରାଫୁଲ ଘରକୁ ନ ଫେରିବାରୁ ବାରମ୍ବାର ତାଙ୍କୁ ଫୋନ କରିଥିଲେ ତାଙ୍କ ଭାଇ । ସେ ଫୋନ ନ ଉଠେଇବାରୁ ହ୍ୱାଟସଆପରେ ମେସେଜ କରିଥିଲେ । ତେବେ ଝରାଫୁଲ ଏହାର ଉତ୍ତର ରଖି କହିଥିଲେ 'ଭାଇ ମୁଁ ଠିକ୍ ଅଛି, ନେଟୱାର୍କ ପ୍ରୋବ୍ଲେମ ରହିଛି, ମୁଁ ମୋ ଫ୍ରେଣ୍ଡ୍ ସୋନାଲି ଘରେ ଅଛି।' ସେହି ନମ୍ବରରେ ରାତି ୧୨ଟା ପର୍ଯ୍ୟନ୍ତ ପରିବାର ଲୋକେ ଚାଟିଂ କରି ଝରାଫୁଲଙ୍କ ସମ୍ପର୍କରେ ପଚାରି ବୁଝିଥିଲେ । ସୋନାଲି ଉତ୍ତର ମଧ୍ୟ ଦେଇ ଚାଲିଥିଲେ । ଯାହାର ସତ୍ୟତା ଏବେ ସାମ୍ନାକୁ ଆସିଛି ।

ସୂଚନାଥାଉ କି, ଘଟଣାରେ ମୁଖ୍ୟ ଅଭିଯୁକ୍ତ ତଥା ଝରାଫୁଲଙ୍କ ପୁରୁଷ ବନ୍ଧୁ ରାକେଶ ସ୍ବାଇଁକୁ ଭୁବନେଶ୍ୱରରୁ ପୋଲିସ ଗିରଫ କରିବା ପରେ ଯାଜପୁର ପୋଲିସକୁ ହସ୍ତାନ୍ତର କରିଥିଲା । ଭୁବନେଶ୍ୱରରେ ହତ୍ୟା କରିବା ପରେ ପ୍ରମାଣ ନଷ୍ଟ କରିବା ଓ ମୃତଦେହକୁ ଫୋପାଡିବା ପାଇଁ ଅଭିଯୁକ୍ତ କରିଥିଲା ଷଡ଼ଯନ୍ତ୍ର । ମୃତଦେହକୁ ଦୁଇଜଣ ସ୍କୁଟିରେ ନେଇ ଯାଉଥିବାର ଦୃଶ୍ୟ ସିସିଟିଭିରୁ ସାମନାକୁ ଆସିବା ପରେ ଏହି ଆଧାରରେ ଖୋଳତାଡ ଆରମ୍ଭ କରିଥିଲା ଯାଜପୁର ପୋଲିସ ।












Click it and Unblock the Notifications