ଝରାଫୁଲ ମୃତ୍ୟୁ ମାମଲା: ମୁଖ୍ୟ ଅଭିଯୁକ୍ତ ରାକେଶ ସ୍ୱାଇଁ ଦେଲା ଚାଞ୍ଚଲ୍ୟକର ବୟାନ
ଆଜି ଯାଜପୁର ପୋଲିସ ଅଭିଯୁକ୍ତ ରାକେଶକୁ ଗିରଫ କରିପା ପରେ ଏମିତି କିଛି ଚାଞ୍ଚଲ୍ୟକର ବୟାନ ଦେଇଛି ରାକେଶ ।
ଯାଜପୁର: ଧିରେ ଧିରେ ଖୋଲୁଛି ଆର୍ଡି ଛାତ୍ରୀ ଝରାଫୁଲ ନାୟକ ମୃତ୍ୟୁ ରହସ୍ୟ। ଘଟଣାରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ରାକେଶ ସ୍ବାଇଁକୁ ଭୁବନେଶ୍ୱର ଏୟାରଫିଲ୍ଡ ଥାନା ପୋଲିସ ଗିରଫ ପରେ ଯାଜପୁର ପୋଲିସକୁ ହସ୍ତାନ୍ତର କରିଥିଲା । ଆଜି ଯାଜପୁର ପୋଲିସ ଅଭିଯୁକ୍ତ ରାକେଶକୁ ଗିରଫ କରିବା ପରେ ଏମିତି କିଛି ଚାଞ୍ଚଲ୍ୟକର ବୟାନ ଦେଇଛି ରାକେଶ ।

ଜାନୁୟାରୀ 26 ତାରିଖ ଦିନ ସେ ଏବଂ ଝରାଫୁଲ ଭୁବନେଶ୍ବର ଏକ ଘରୋଇ ହୋଟଲେ ରାତି ବତାଇଥିଲେ । ଦୁହିଁଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ମଧ୍ୟ ଗଢିଉଠିଥିଲା । ମାତ୍ର ସକାଳେ ଝରାଫୁଲକୁ ଅଚେତ ଅବସ୍ଥାରେ ସେ ପାଇଥିଲା ବୋଲି ରାକେଶ ପୋଲିସ ଆଗରେ ବୟାନ ଦେଇଛି । ତେଣୁ ସେ ତା'ର ବନ୍ଧୁ ଶେଖରକୁ ଡାକିଥିଲା। ଶେଖର ଓ ସେ ଝରାଫୁଲକୁ ମଝିରେ ବସାଇ ଏନ୍ଏଚ୍ରେ କିଛିବାଟ ଗଲା ପରେ ଝରାଫୁଲର ମୃତ୍ୟୁ ହୋଇଯାଇଥିବା ଜାଣିପାରି ଭୟରେ ମୃତଦେହକୁ କୁଆଖିଆ ନିକଟରେ ଫିଙ୍ଗିଦେଇ ପଳାଇ ଆସିଥିଲେ ବୋଲି କହିଛି । ଏବେ ରାକେଶର ଅନ୍ୟତମ ସାଥୀ ଶେଖରକୁ ଧରିବା ଲାଗି ତନାଘନା ଜାରି ରଖିଛି ଯାଜପୁର ପୋଲିସ ।

ସୂଚନାଥାଉ, ରାକେଶ ଜଣେ ପାଇପ୍ ମିସ୍ତ୍ରି ହୋଇଥିବାବେଳେ ମୟୂରଭଞ୍ଜ ଯଶିପୁରର ଝରାଫୁଲଙ୍କ ଗାଁରେ ଭୂତଳ ପାଇପ୍ ବିଛା କାମରେ ନିୟୋଜିତ ଥିଲା। ସେହିଠାରୁ ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ସୃଷ୍ଟି ହୋଇଥିଲା। ଝରାଫୁଲ ଯେତେବେଳେ ବି ଭୁବନେଶ୍ୱର ଆସୁଥିଲେ, ରାକେଶ ତାହା ଜାଣୁଥିଲା ଏବଂ ଉଭୟ ଏଠାରେ ଖୁଲମଖୁଲା ମିଳାମିଶା କରୁଥିଲେ।












Click it and Unblock the Notifications