ସେ ରାତିରେ ଗେଷ୍ଟ ହାଉସ୍ ରେ କଣ ହୋଇଥିଲା ? ରାକେଶ କହିଲା ଓୟୋ ରୁମ୍ 201ର କାହାଣୀ
ଘଟଣାର ଅଧିକ ତଦନ୍ତ ପାଇଁ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଝରାଫୁଲର ପୁରୁଷ ବନ୍ଧୁ ରାକେଶ ସ୍ୱାଇଁକୁ ଭୂବନେଶ୍ୱର ଆଣିଛି ପୋଲିସ । ଘଟଣାରେ ସମ୍ପୃକ୍ତ ଥିବା ସେହି ଗେଷ୍ଟ ହାଉସରେ ଆଜି ସେଦିନ ରାତିର ସିନ୍ ରି-କ୍ରିଏଟ୍ କରିଛି ରାକେଶ ।
ଭୁବନେଶ୍ଵର: ରମାଦେବୀ ବିଶ୍ବବିଦ୍ୟାଳୟ ଛାତ୍ରୀ ଝରାଫୁଲ ନାୟକ ମାମଲାର ଧିରେ ଧିରେ ଖୁଲାସା ହେବାରେ ଲାଗିଛି । ଘଟଣାର ଅଧିକ ତଦନ୍ତ ପାଇଁ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଝରାଫୁଲର ପୁରୁଷ ବନ୍ଧୁ ରାକେଶ ସ୍ୱାଇଁକୁ ଭୂବନେଶ୍ୱର ଆଣିଛି ପୋଲିସ । ଘଟଣାରେ ସମ୍ପୃକ୍ତ ଥିବା ସେହି ଗେଷ୍ଟ ହାଉସରେ ଆଜି ସେଦିନ ରାତିର ସିନ୍ ରି-କ୍ରିଏଟ୍ କରିଛି ରାକେଶ ।
ଉଲ୍ଲେଖଥାଉ କି, ଭୁବନେଶ୍ୱର ଧର୍ମନଗର ସ୍ଥିତ ଗେଷ୍ଟ ହାଉସରେ ଗତ 26 ତାରିଖ ରାତିରେ ଝରାଫୁଲ ଓ ତାଙ୍କ ପୁରୁଷ ବନ୍ଧୁ ରାତି ବିତାଇଥିଲେ । ତେବେ ସେଦିନ ରାତିରେ କଣ ସବୁ ଘଟିଥିଲା ଝରାଫୁଲ ସହ ତାର ଡେମୋ ଦେଖାଇଛି ରାକେଶ ।

କାହିଁକି ଝରାଫୁଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଥିଲା ? ସେ କ'ଣ ଖାଇଥିଲେ ? ଯଦି ସ୍ୱାସ୍ଥ୍ୟାବସ୍ଥା ଖରାପ ହେଲା ତାଙ୍କୁ ମେଡିକାଲ କାହିଁକି ନିଆଗଲା ନାହିଁ ? ଏଭଳି ଅନେକ ପ୍ରଶ୍ନର ଉତ୍ତର ଖୋଜୁଛି ପୋଲିସ । ରାକେଶକୁ ତିନି ଦିନିଆ ରିମାଣ୍ଡରେ ନେବା ପରେ ସବୁ ସତ ପଦାକୁ ଆସିବ ବୋଲି ଅନୁମାନ କରାଯାଉଛି । ରାକେଶକୁ ପୋଲିସର ତିନି ଦିନିଆ ରିମାଣ୍ଡରେ ନେଇଥିବା ବେଳେ, ଆଜି ରିମାଣ୍ଡର ଦ୍ୱିତୀୟ ଦିନ। ରିମାଣ୍ଡର ପ୍ରଥମ ଦିନରେ ଝରାଫୁଲଙ୍କ ବାପା, ଭାଇ ଓ ରାକେଶକୁ ମୁହାଁମୁହିଁ ଜେରା କରାଯାଇଛି । ଆସନ୍ତାକାଲି ରିମାଣ୍ଡ ଅବଧି ଶେଷ ହେବାକୁ ଥିବା ବେଳେ ପୋଲିସ ଘଟଣାର ଅଧିକ ଖୋଳତାଡ କରୁଛି ।
ଏବେ ରାକେଶର ସହଯୋଗୀ ଶେଖର ଫେରାର ଥିବା ବେଳେ, ଏଯାଏଁ ବ୍ୟବହୃତ ସ୍କୁଟି ଜବତ କରିପାରିନି ପୋଲିସ । ଆଶା ୩ ଦିନିଆ ରିମାଣ୍ଡରେ ପୋଲିସକୁ ଝରାଫୁଲ ମୃତ୍ୟୁର ଅସଲ କାରଣ ଜଣାପଡିବ ।












Click it and Unblock the Notifications